Advertisment

ଚାଲିଛି ଅପରେସନ୍ ଅମ୍ରିତପାଲ : ବେଶ ବଦଳାଇ ପୋଲିସକୁ ଚକମା ଦେଉଛି ଖଲିସ୍ତାନୀ ସମର୍ଥକ

ପୋଲିସ ଆଖିରେ ଧୁଳି ଦେଇ ବାରମ୍ବାର ବେଶ ବଦଳାଇ, ଗାଡ଼ି ବଦଳାଇ ଫୁର୍ ମାରୁଛି ତଥାକଥିତ ଭିଣ୍ଡରନୱାଲେ ୨.୦

author-image
Prangyan Parimita
ଅଦ୍ୟତନ ହୋଇଛି
Amritpal Singh

Amritpal Singh

ପଞ୍ଜାବ... ହରିୟାଣା... ହିମାଚଳ ପ୍ରଦେଶ... ଆଉ ଏବେ ଉତ୍ତରାଖଣ୍ଡ । ଚାରି ଚାରିଟି ରାଜ୍ୟରେ ଖଲିସ୍ତାନ ସମର୍ଥକ ତଥା ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂହ (Amritpal Singh )କୁ ଅଣ୍ଡାଳୁଛି ପୋଲିସ । ତଥାପି ଟେର୍ ପାଉନି। ଅପରେସନ ଅମ୍ରିତପାଲକୁ ଚାହୁଁଚାହୁଁ ସପ୍ତାହେରୁ ଅଧିକ ବିତିଲାଣି। ପଞ୍ଜାବରୁ ହରିୟାଣା ଦେଇ ସେ ଉତ୍ତରାଖଣ୍ଡ ଚାଲିଯାଇଥିବା ସନ୍ଦେହ କରାଯାଉଛି । ଏଭିତରେ ପୋଲିସ ହାତରେ ଲାଗୁଛି ଅମ୍ରିତପାଲ୍ ଫେରାର୍ ବେଳର ଗୋଟିକ ପରେ ଗୋଟିଏ ସିସିଟିଭି ଫୁଟେଜ୍ ।

Advertisment

ପୋଲିସ ଆଖିରେ ଧୁଳି ଦେଇ ବାରମ୍ବାର ବେଶ ବଦଳାଇ, ଗାଡ଼ି ବଦଳାଇ ଫୁର୍ ମାରୁଛି ତଥାକଥିତ ଭିଣ୍ଡରନୱାଲେ ୨.୦। ହରିୟାଣା କୁରୁକ୍ଷେତ୍ର ଜିଲ୍ଲାରେ ଏକ ସିସିଟିଭିରେ କଏଦ ହୋଇଛି । ଯେଉଁଥିରେ ସିସିଟିଭି ନଜରରୁ ବର୍ତ୍ତିବା ଲାଗି ଅମ୍ରିତପାଲ୍ ସିଂ ଏକ ଛତା ଧରି ଯାଉଥିବା ଦେଖିବାକୁ ମିଳିଛି। ଗତ ୧୯ ତାରିଖରେ କୁରୁକ୍ଷେତ୍ର ଅଞ୍ଚଳରେ ବଲଜିତ୍ କୌର ନାମକ ଜଣେ ମହିଳାଙ୍କ ଘରେ ଆଶ୍ରୟ ନେଇଥିଲେ ଅମ୍ରିତପାଲ୍ ଓ ତାର ସହଯୋଗୀ ପପଲ୍ ପ୍ରିତ୍। ସଂପୃକ୍ତ ମହିଳାଙ୍କୁ ପୋଲିସ ଗିରଫ କରିବା ସହ ସତ ଉଗାଳିବାକୁ ଚେଷ୍ଟା ଚଳାଇଛି ।

ବଲଜିତଙ୍କ ସୂଚନା ଅନୁଯାୟୀ ଅମ୍ରିତପାଲ୍ ଏବଂ ତାର ସହଯୋଗୀ ପପଲ୍ ପ୍ରିତ୍ ଏକ ସ୍କୁଟର ଯୋଗେ ତାଙ୍କ ଘରକୁ ଆସିଥିଲା। ରବିବାର ରାତିରେ ଦୁହେଁ ତାଙ୍କ ଘରେ ରହିବା ସହ, ସେଠାରେ ଅମ୍ରିତପାଲ୍ ପୁଣି ବେଶ ବଦଳାଇଥିଲା। ବଲଜିତ୍ ଏହା ମଧ୍ୟ ପୋଲିସକୁ ଜଣାଇଛନ୍ତି ଯେ, ସେ ପପଲ୍ ପ୍ରିତଙ୍କୁ ୨ ବର୍ଷ ହେଲା ଜାଣିଥିଲେ। ଅନେକ ସମୟରେ ସେ ତାଙ୍କ ଘରେ ମଧ୍ୟ ରହିଥିଲେ।...

Advertisment

୧୮ ମାର୍ଚ୍ଚରେ ପଞ୍ଜାବରୁ ବାହାରିବା ବେଳେ ବାରମ୍ବାର ଗାଡ଼ି ଏବଂ ବେଶ ବଦଳାଇ ଗଳି ରାସ୍ତା ଦେଇ ୧୯ ମାର୍ଚ୍ଚ ସକାଳେ ହରିୟାଣାରେ ପହଞ୍ଚିଥିଲା ଅମ୍ରିତପାଲ୍।ସେ ପଞ୍ଜାବରୁ ହରିୟାଣା ଖସିଯିବା ବେଳର ଅନେକ ସିସିଟିଭି ଭିଡିଓ ବି ସାମ୍ନାକୁ ଆସିଛି। ଏଥିରେ ସେ କେଉଁଠି କାର୍ ରେ ଯାଉଛି ତ କେବେ ପୁଣି କାର୍ ରୁ ଓହ୍ଲାଇ ବାଇକରେ ଯାଉଛି। ଆଉ କେତେବେଳେ ବାଇକ୍ ଖରାପ ହୋଇଯିବାରୁ ତିନି ଚକିଆ ଅଟୋ ରିକ୍ସାର ପଛପଟେ ବସି ଯାଉଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଅମ୍ରିତପାଲ୍ ପଞ୍ଜାବରୁ ହରିୟାଣା ଯିବା ରାସ୍ତାରେ ୪ ଥର ନିଜର ବେଶ ବଦଳାଇଛି । ଅମ୍ରିତପାଲକୁ ଖୋଜୁଥିବା ପଞ୍ଜାବ ପୋଲିସ ଏଯାଏଁ ୨ଶହରୁ ଅଧିକ ଲୋକଙ୍କୁ ଧରିଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୩୦ ଜଣଙ୍କୁ ଗିରଫ କରାଯିବ ଏବଂ ଅନ୍ୟମାନଙ୍କୁ ଚେତାବନୀ ଦେଇ ଛାଡ଼ିଦିଆଯିବ ବୋଲି କହିଛି । ଏ ମାମଲାରେ ଅମ୍ରିତପାଲର କିଛି ସହଯୋଗୀଙ୍କୁ ଗିରଫ କରି ଆସାମ ଡିବ୍ରୁଗଡ଼ ଜେଲକୁ ପଠାଇ ସାରିଛି ପୋଲିସ।

ଏପଟେ ଅମ୍ରିତପାଲର ପତ୍ନୀଙ୍କୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଅନ୍ତର୍ଜାତୀୟ ଆତଙ୍କୀ ସଂସ୍ଥା ପାଇଁ ଫଣ୍ଡିଂ ଅଭିଯୋଗରେ ପୂର୍ବରୁ ୟୁକେରେ ହୋଇଥିଲେ ଗିରଫ। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ପୋଲିସ ରାଡାରରେ ପତ୍ନୀ କିରଣଦୀପ କୌର। ଉପଯୁକ୍ତ ପ୍ରମାଣ ମିଳିଲେ କିରଣଦୀପଙ୍କୁ ମଧ୍ୟ ବନ୍ଧିପାରେ ପୋଲିସ।..

Advertisment
Advertisment