Advertisment

Amit Shah's Tough Stand on Terrorism: ଅମିତ ଶାହଙ୍କ କଡ଼ା ଚେତାବନୀ; କହିଲେ, ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ

ଆତଙ୍କବାଦୀକୁ କଡ଼ା ଚେତାବନୀ ଦେଇ ଅମିତ ଶାହ କହିଛନ୍ତି, ‘ଯଦି କେହି ଭାବନ୍ତି ଯେ ଏକ କାପୁରୁଷ ଆକ୍ରମଣ ସେମାନଙ୍କର ବିଜୟ, ତେବେ ସେମାନଙ୍କୁ ମନେ ରଖିବାକୁ ପଡିବ ଯେ ଏହା ନରେନ୍ଦ୍ର ମୋଦିଙ୍କ ସରକାର । କାହାକୁ ଛଡ଼ାଯିବନି ।

ଅଦ୍ୟତନ ହୋଇଛି
‘ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ’

‘ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ’

Advertisment

ପହଲଗାମ୍‌ ଆତଙ୍କୀ ହମଲା ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଛନ୍ତି ଅମିତ ଶାହ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପ୍ରତ୍ୟେକ ଆତଙ୍କବାଦର ଉପଯୁକ୍ତ ଓ ସଠିକ୍ ଜବାବ ଦେବ ।

Advertisment

ଅଧିକ ପଢ଼ନ୍ତୁ: ପହଲଗାମ ହମଲା: ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ...

ଆତଙ୍କବାଦୀକୁ କଡ଼ା ଚେତାବନୀ ଦେଇ ଅମିତ ଶାହ କହିଛନ୍ତି, ‘ଯଦି କେହି ଭାବନ୍ତି ଯେ ଏକ କାପୁରୁଷ ଆକ୍ରମଣ ସେମାନଙ୍କର ବିଜୟ, ତେବେ ସେମାନଙ୍କୁ ମନେ ରଖିବାକୁ ପଡିବ ଯେ ଏହା ନରେନ୍ଦ୍ର ମୋଦିଙ୍କ ସରକାର । କାହାକୁ ଛଡ଼ାଯିବନି । ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ ବୋଲି ସେ କହିଛନ୍ତି ।

Advertisment

ଅମିତ ଶାହ ଆହୁରି କହିଛନ୍ତି, ଦେଶର ପ୍ରତ୍ୟେକ କୋଣରୁ ଆତଙ୍କବାଦକୁ ମୂଳୋତ୍ପାଟନ କରିବା ପାଇଁ ସରକାର ପ୍ରତିବଦ୍ଧ । ଦେଶର ପ୍ରତ୍ୟେକ ଇଞ୍ଚରୁ ଆତଙ୍କବାଦକୁ ମୂଳୋତ୍ପାଟନ କରିବା ଆମର ସଂକଳ୍ପ ଏବଂ ଏହା ସଫଳ ହେବ । ଆତଙ୍କବାଦ ବିରୋଧରେ ଆମର ଜିରୋ ଟଲେରାନ୍ସ ନୀତି ରହିଛି । କୌଣସି ପରିସ୍ଥିତିରେ ବି ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି, ଆତଙ୍କବାଦ ବିରୋଧ ଲଢ଼େଇରେ କେବଳ ଭାରତର ୧୪୦ କୋଟି ଲୋକ ନୁହଁନ୍ତି ସାରା ବିଶ୍ବ ଆମ ସହ ଅଛି । ଆତଙ୍କବାଦ ସମାପ୍ତ ନ ହେବା ଯାଏଁ ଆମ ଲଢ଼େଇ ଜାରି ରହିବ । ଆଉ ଯେଉଁ ବ୍ୟକ୍ତି ଏହି ଘୃଣ୍ୟ କାମ କରିଛନ୍ତି ତାଙ୍କୁ ଉଚିତ୍‌ ଜବାବ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

Advertisment

Narendra Modi Amit Shah India Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ