Advertisment

Amit Shah: ‘ବିଜେପି ଶାସନ ୨୦୧୫ରୁ ୨୦୨୫ ମଧ୍ୟରେ କମିଛି ଆତଙ୍କୀ କାର୍ଯ୍ୟକଳାପ’

୨୦୦୪ରେ ୨୦୧୪ ଏହି ୧୦ ବର୍ଷ ମଧ୍ୟରେ କାଶ୍ମୀରରେ ୭୨୧୭ ଆତଙ୍କବାଦୀ କାର୍ଯ୍ୟକଳାପ ହୋଇଛି । ନାଗରିକଙ୍କ ମୃତ୍ୟୁ ୧୭୭୦ ହୋଇଥିବା ବେଳେ ୧୦୬୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା ।

ଅଦ୍ୟତନ ହୋଇଛି
Amit Shah Presents 10-Year Kashmir Comparison in Parliament

Amit Shah Presents 10-Year Kashmir Comparison in Parliament

Advertisment

କଂଗ୍ରେସ ଶାସନ ୨୦୦୪ରେ ୨୦୧୪ ଓ ବିଜେପି ଶାସନ ୨୦୧୫ରୁ ୨୦୨୫ ମଧ୍ୟରେ କାଶ୍ମୀର ସ୍ଥିତି ନେଇ ୧୦/୧୦ ବର୍ଷର ତୁଳନାତ୍ମକ ଚିତ୍ର ସଂସଦରେ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୦୦୪ରେ ୨୦୧୪ ଏହି ୧୦ ବର୍ଷ ମଧ୍ୟରେ କାଶ୍ମୀରରେ ୭୨୧୭ ଆତଙ୍କବାଦୀ କାର୍ଯ୍ୟକଳାପ ହୋଇଛି । ନାଗରିକଙ୍କ ମୃତ୍ୟୁ ୧୭୭୦ ହୋଇଥିବା ବେଳେ ୧୦୬୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା ।

Advertisment

ତେବେ ୨୦୧୫ରୁ ୨୦୨୫ ମୋଦି ସରକାର ବେଳେ ଆତଙ୍କବାଦୀ କାର୍ଯ୍ୟକଳାପ ୭୦ ପ୍ରତିଶତ କମିଛି। କାଶ୍ମୀରରେ ୨୧୫୦ ଆତଙ୍କୀ କାର୍ଯ୍ୟକଳାପ ହୋଇଛି । ନାଗରିକଙ୍କ ମୃତ୍ୟୁ ୮୦ ପ୍ରତିଶତ କମିଛି । ତେବେ ଏହି ୧୦ ବର୍ଷରେ ୫୪୨ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ତେବେ ଆତଙ୍କବାଦୀଙ୍କ ମୃତ୍ୟୁରେ ୧୨୩ ପ୍ରତିଶତ ବୃଦ୍ଧି ହୋଇଥିବା ସଂସଦରେ ତଥ୍ୟ ରଖିଛନ୍ତି ଅମିତ ଶାହ ।

ଅନ୍ୟପଟେ ପାକିସ୍ତାନକୁ ଜନ୍ମ ଦେଲା କଂଗ୍ରେସ, ଦେଶର ବିଭାଜନ ପାଇଁ ବି ଦାୟୀ କଂଗ୍ରେସ। ପାକିସ୍ତାନ ଜନ୍ମ ହେଲା, ଆଉ ଆତଙ୍କବାଦୀଙ୍କୁ ଜନ୍ମ ଦେଲା। ଆଜି କିଛି ଏଭଳି ଭାବେ ବିରୋଧୀଙ୍କୁ କଡ଼ା ନିଶାନା କରିଛନ୍ତି ଶାହ। ନେହରୁଠୁ ଆରମ୍ଭ କରି ରାହୁଲ ଗାନ୍ଧି ଯାଏ ଗୋଟି ଗୋଟି କରି ସବୁ କଂଗ୍ରେସ ତୁଙ୍ଗ ନେତୃତ୍ବଙ୍କ ଭୁଲକୁ ଆଜି ସଂସଦରେ ଗଣାଇଛନ୍ତି ଶାହ।। POKର ଗଠନ କେବଳ ନେହରୁଙ୍କ ପାଇଁ ହୋଇଥିଲା, ୧୯୬୫ ଯୁଦ୍ଧରେ ‘ହାଜି ପିର୍’ ଅକ୍ତିଆର କରିଥିଲା ଭାରତ କିନ୍ତୁ ୧୯୬୬ରେ ପାକିସ୍ତାନକୁ ଫେରାଇ ଦେଇଥିଲେ ନେହରୁ। ସିନ୍ଧୁ ଚୁକ୍ତିରେ ୮୦ ପ୍ରତିଶତ ସିନ୍ଧୁ ନଦୀର ପାଣି ପାକିସ୍ତାନକୁ ଦିଆଯାଇଥିଲା। ପୁଣି ସିମଲା ଚୁକ୍ତି ହେଲା କିନ୍ତୁ POK ଆଣିଲେନି। ୧୯୬୨ ଯୁଦ୍ଧରେ ୩୮ ହଜାର ବର୍ଗ କିଲୋମିଟର୍ ‘ଅକସାଇ ଚୀନ’ ଭାରତ ପାଖରେ ଥିଲା କିନ୍ତୁ ୩୮ ହଜାର ବର୍ଗ କିଲୋମିଟର୍ ଚୀନକୁ ଫେରାଇ ଦେଇଥିଲେ ନେହରୁ।

Advertisment

ଇନ୍ଦିରାଙ୍କ ସମୟରେ ୧୯୭୧ରେ ୯୩ ହଜାର ଯୁଦ୍ଧ ବନ୍ଦୀ ପାକିସ୍ତାନର ଥିଲେ, ୧୫ ହଜାର ବର୍ଗ କିଲୋମିଟର୍ ଭାରତ ଜିତିଥିଲା। କିନ୍ତୁ ତାକୁ ବି ଫେରାଇ ଥିଲେ ଇନ୍ଦିରା। ଖାଲି ଏତିକି ନୁହେଁ, ଡୋକଲାମ୍ ସଂଘର୍ଷ ବେଳେ ରାହୁଲ ଗାନ୍ଧି ଚୀନ ରାଷ୍ଟ୍ରଦୂତଙ୍କ ସହ ମିଟିଂ କରୁଥିଲେ। ଏହା ହିଁ ଦର୍ଶାଉଛି ନେହରୁ, ଇନ୍ଦିରା, ସୋନିଆ ଏବଂ ରାହୁଲଙ୍କ ପାକିସ୍ତାନ ଓ ଚୀନ ପ୍ରୀତି ବୋଲି ଶାହ କହି କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି।

Amit Shah Union Home Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ