Advertisment

ଏହି ସବୁ ପ୍ରଶ୍ନର ସଠିକ୍‌ ଉତ୍ତର ଦେଲେ ଆପଣଙ୍କୁ ମିଳିବ ୩୦ ହଜାର ଟଙ୍କା

କିଛି ପ୍ରଶ୍ନର ଉତ୍ତର ଦିଅନ୍ତୁ, ୩୦ ହଜାର ଟଙ୍କାର ପୁରସ୍କାର ଜିତନ୍ତୁ। ଏମିତି କିଛି ଧମାକାଦାର ସୁଯୋଗ ଆଣିଛି ଆମାଜନ୍‌। ଘରେ ବସି ଆପଣ ଏହି ପୁରସ୍କାର ଜିତିପାରିବେ ।

author-image
Sarbeswar
ଅଦ୍ୟତନ ହୋଇଛି
Amazon

Amazon

ନୂଆଦିଲ୍ଲୀ: କିଛି ପ୍ରଶ୍ନର ଉତ୍ତର ଦିଅନ୍ତୁ, ୩୦ ହଜାର ଟଙ୍କାର ପୁରସ୍କାର ଜିତନ୍ତୁ। ଏମିତି କିଛି ଧମାକାଦାର ସୁଯୋଗ ଆଣିଛି ଆମାଜନ୍‌। ଘରେ ବସି ଆପଣ ଏହି ପୁରସ୍କାର ଜିତିପାରିବେ। ସୂଚନା ଅନୁସାରେ, ଆମାଜନ ପକ୍ଷରୁ ଏବେ ଆପ୍ କୁଇଜ୍ ଆୟୋଜିତ ହୋଇଛି। ଯେଉଁଥିରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଆପଣ ମଧ୍ୟ ୩୦ ହଜାର ଟଙ୍କା ଜିତିପାରିବେ। ଯଦି ପ୍ରଶ୍ନର ସମସ୍ତ ଉତ୍ତର ସଠିକ୍‌ ଭାବରେ ଦେବେ ତେବେ ଆପଣ ବିନା ପରିଶ୍ରମରେ ୩୦ ହଜାର ଟଙ୍କା ରୋଜଗାର କରିପାରିବେ।

Advertisment

ଏଠାରେ କହିରଖୁଛୁ କି, ଏହି ପୁରସ୍କାର ରାଶି ଆପଣ କ୍ୟାସ୍ ଆକାରରେ ନୁହେଁ ବରଂ ଆମାଜନ ପେ’ ବାଲାନ୍ସରେ ପାଇବେ। ତେବେ ଆମାଜନ୍ ଆପ୍ କୁଇଜରେ ଆପଣଙ୍କୁ ସାଧାରଣ ଜ୍ଞାନ ଏବଂ ସାମ୍ପ୍ରତିକ ବିଷୟ ଉପରେ ପ୍ରଶ୍ନ ପଚରାଯିବ ବୋଲି ଜଣାପଡ଼ିଛି। ଏହା ପରେ ବିଜେତାଙ୍କ ଚୟନ ଲକି ଡ୍ର’ ଜରିଆରେ କରାଯିବ। ଏଥିପାଇଁ ଆପଣଙ୍କୁ ଆମାଜନ ଆପ କୁଇଜ ଡାଉନଲୋଡ କରିବାକୁ ହେବ। ଥରେ ଆପ୍ ଡାଉନଲୋଡ୍ ହୋଇଗଲେ, ଆପଣ ଆପଣଙ୍କର ଆମାଜନ ଆକାଉଣ୍ଟ୍ ସହିତ ଏହାକୁ ଲଗ୍ଇନ୍ କରିପାରିବେ। ଏହା ପରେ ଆପରେ ଥିବା ‘ଫନ ଜୋନ୍’ ବିଭାଗକୁ ଯିବେ। ‘ଫନ ଜୋନ୍’ ଖୋଲିବା ପରେ, ଆପଣ ତୃତୀୟ ବିଭାଗରେ ଏକ ଲାଲ ରଙ୍ଗର ବ୍ୟାନର ଦେଖିବେ। ଏଥିରେ ‘ଆନ୍ସର ଆଣ୍ଡ ୱିନ୍’ ଲେଖାଥିବ। ଏହା ଉପରେ କ୍ଲିକ୍ କରି ଆପଣ କୁଇଜ୍ ଖେଳିପାରିବେ ଓ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ଟଙ୍କା ରୋଜଗାର କରିପାରିବେ।

କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ପ୍ରତିଯୋଗିତାରେ କେବଳ ଜଣେ ହିଁ ବିଜୟୀ ହେବେ ଯାହାଙ୍କୁ ୩୦ ହଜାର ଟଙ୍କାର ପୁରସ୍କାର ମିଳିବ। ତେବେ ଆପଣ ଯଦି ଏହି ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁଛନ୍ତି ତେବେ କମ୍ପାନୀର ୱେବସାଇଟ୍‌କୁ ଯାଇ ସମସ୍ତ ତଥ୍ୟ ପାଇପାରିବେ ବୋଲି କମ୍ପାନୀ କହିଛି। ତେବେ ଏହି ଖେଳରେ ଅଂଶ ଗ୍ରହଣ କରିବା ଲାଗି ଅନେକ ଖେଳାଳୀ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି।

Advertisment
Amazon.com
Advertisment
Advertisment