Advertisment

ଜୁଲାଇ ପହିଲାରୁ ଅମରନାଥ ଯାତ୍ରା; ଲଞ୍ଚ ହେଲା ଆପ୍‌, କରନ୍ତୁ ରେଜିଷ୍ଟ୍ରେସନ୍

ଏବର୍ଷ ଦୀର୍ଘ ୬୨ ଦିନ ବ୍ୟାପୀ ହେବାକୁ ଥିବା ଅମରନାଥ ଯାତ୍ରା ଅଗଷ୍ଟ ୩୧ରେ ଶେଷ ହେବ।

ଅଦ୍ୟତନ ହୋଇଛି
Amarnath Yatra from July 1 to August 31

Amarnath Yatra

Advertisment

ଜୁଲାଇ ପହିଲାରୁ ଆରମ୍ଭ ହେବ ଚଳିତ ବର୍ଷର ପବିତ୍ର ଅମରନାଥ ଯାତ୍ରା। ଏଥିପାଇଁ ଆସନ୍ତା ସପ୍ତାହରୁ ଯାତ୍ରୀଙ୍କ ପଂଜିକରଣ ଆରମ୍ଭ ହେବ। ଏପ୍ରିଲ ୧୭ରୁ ଉଭୟ ଅନଲାଇନ୍ ଓ ଅଫଲାଇନରେ ରେଜିଷ୍ଟ୍ରେସନ୍ ଆରମ୍ଭ କରାଯିବ ବୋଲି ଜାମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ଅମରନାଥ ଯାତ୍ରାର ତାରିଖ ଘୋଷଣା କରିବା ସହ ଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି।

Advertisment

ଅମରନାଥଜୀ ଯାତ୍ରା ନାଁରେ ଏକ ଆପ୍ ମଧ୍ୟ ପ୍ରସ୍ତୁତ ହୋଇଛି, ଯାହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରି ଯାତ୍ରୀମାନେ ଯାତ୍ରା ସମ୍ପର୍କୀତ, ପାଣିପାଗ, ଏବଂ ଅନ୍ୟାନ୍ୟ ସେବା ସମ୍ପର୍କରେ ସୂଚନା ଓ ସୁବିଧା ପାଇପାରିବେ। ଏବର୍ଷ ଦୀର୍ଘ ୬୨ ଦିନ ବ୍ୟାପୀ ହେବାକୁ ଥିବା ଅମରନାଥ ଯାତ୍ରା ଅଗଷ୍ଟ ୩୧ରେ ଶେଷ ହେବ।

ଶ୍ରୀ ସିହ୍ନା ଆହୁରି କହିଛନ୍ତି, ଉପଯୁକ୍ତ ବ୍ୟବସ୍ଥା ଓ ଅତ୍ୟନ୍ତ ସୁରୁଖୁରୁରେ ଯାତ୍ରା ଶେଷ କରିବାକୁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପ୍ରଥମ ପ୍ରାଥମିକତା। ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ଓ ସେବା ପ୍ରଦାନକାରୀ ଲୋକଙ୍କୁ ଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ସହ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ।

Advertisment

ଯାତ୍ରା ପୂର୍ବରୁ ଟେଲିକମ ସେବାକୁ ଅଧିକ ତ୍ୱରାନ୍ୱିତ କରାଯିବ। ବିଜୁଳି, ସୁରକ୍ଷା ଠାରୁ ଆରମ୍ଭ କରି ସବୁ ପ୍ରକାରର ବ୍ୟବସ୍ଥା ପାଇଁ ସମସ୍ତ ବିଭାଗ କାମ କରୁଛନ୍ତି। ଭଲ ଭାବେ ଯାତ୍ରାକୁ ଶେଷ କରିବା ସମସ୍ତଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି। ସବୁ ବର୍ଷ ଭଳି ଏଥର ମଧ୍ୟ ଅନନ୍ତନାଗରେ ଥିବା ପାହାଲଗାମ ଓ ଗଣ୍ଡେରବାଲ ଜିଲ୍ଲାରେ ଥିବା ବାଲଟାଲ ଟ୍ରାକ୍‌ରୁ ଯାତ୍ରା ସମାନ ସମୟରେ ଆରମ୍ଭ ହେବ।

Amarnath Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ