Advertisment

ଏବେ କ’ଣ କରିବେ କ୍ୟାପ୍‌ଟେନ୍‌ ? କହିଲେ ହାତରେ ରହିବିନି କି ବିଜେପିକୁ ଯିବିନି..

ହାତକୁ କ୍ୟାପ୍ଟେନ୍‌ଙ୍କ ବାଏ ବାଏ । କହିଲେ କଂଗ୍ରେସରେ ରହିବିନି, କିନ୍ତୁ ବିଜେପିକୁ ଯିବିନି । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୧୦ ଦିନ ପରେ, ନିଜର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସଂପର୍କରେ ମୁହଁ ଖୋଲିଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂ ।

Punjab Politics

Punjab Politics

Advertisment

ନୂଆଦିଲ୍ଲୀ: ହାତକୁ କ୍ୟାପ୍ଟେନ୍‌ଙ୍କ ବାଏ ବାଏ । କହିଲେ କଂଗ୍ରେସରେ ରହିବିନି, କିନ୍ତୁ ବିଜେପିକୁ ଯିବିନି । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୧୦ ଦିନ ପରେ, ନିଜର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସଂପର୍କରେ ମୁହଁ ଖୋଲିଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂ । କ୍ୟାପ୍ଟେନଙ୍କ ଏହି ନିଷ୍ପତ୍ତି, କଂଗ୍ରେସକୁ ବଡ଼ ଝଟ୍‌କା ଦେବାକୁ ଯାଉଥିବା ବେଳେ, ସିଦ୍ଧୁ ହଟଚମଟକୁ ନେଇ ବି ମୁଣ୍ଡବିନ୍ଧା କମିନି । 

Advertisment

କ୍ୟାପ୍‌ଟେନ୍ ଛାଡ଼ିବେ କଂଗ୍ରେସ ଜାହାଜ । ତୁଟାଇବେ ଦୀର୍ଘ ଚାରି ଦଶନ୍ଧିର ସଂପର୍କ । ସଂକେତ ଦେଲେନି, ସିଧାସିଧା କହିଲେ, ‘ଯଦି ବିଶ୍ୱାସ ନାହିଁ ତେବେ ଦଳରେ କେମିତି ରହିବି । ବିଜେପିକୁ ଯିବିନି, କିନ୍ତୁ କଂଗ୍ରେସରେ ବି ରହିବିନି’ । ଅଚାନକ୍ ଦିଲ୍ଲୀ ଗସ୍ତ କରି ବୁଧବାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା ।

Advertisment

ହେଲେ ଆଜି ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କ୍ୟାପ୍ଟେନ କହିଛନ୍ତି ଏବେ କୌଣସି ନିଷ୍ପତ୍ତି ନେଇନଥିଲେ ବି, କଂଗ୍ରେସରେ ରହିବିନି  ବିଜେପିରେ ମିଶିବେ କି ନାହିଁ ପ୍ରଶ୍ନରେ, ଏଭଳି ସମ୍ଭାବନାକୁ ସେ ଖଣ୍ଡନ କରିଛନ୍ତି  ଏଥିସହ ନିଜ ଟୁଇଟର୍ ଅାକାଉଣ୍ଟ୍ ବାୟୋରୁ କଂଗ୍ରେସ ନେତା ପରିଚୟକୁ ହଟାଇ ଦେଇଛନ୍ତି ଅମରିନ୍ଦର ଗତକାଲି ସେ ଅମିତ ଶାହଙ୍କୁ ଭେଟି ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଆଲୋଚନା କରିଥିବା ଟୁଇଟ୍ କରିଥିଲେ । ଆଜି ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କୁ ଭେଟିଛନ୍ତି । ଏହାପରେ ଦିଲ୍ଲୀ ଗସ୍ତ ସାରି ପଞ୍ଜାବ ଫେରିଛନ୍ତି ଅମରିନ୍ଦର । ସେ ଆଗକୁ ନିଜସ୍ୱ ଦଳ ଗଢ଼ି ୨୦୨୨ ନିର୍ବାଚନରେ ଅବତୀର୍ଣ୍ଣ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଏପଟେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଓ ପିସିସି ସଭାପତି ପଦ ଛାଡ଼ିଥିବା ନବଜୋତ ସିଂ ସିଦ୍ଧୁ ପରସ୍ପରକୁ ଭେଟିଛନ୍ତି । ଦାଗୀ ନେତା ଓ ଅଫିସରଙ୍କୁ ପୁଣି ସରକାରରେ ସାମିଲ କରିବା ପ୍ରସଙ୍ଗରେ କ୍ଷୁବ୍ଧ ହୋଇ ପଦ ଛାଡ଼ିଥିବା କହିଥିଲେ ସିଦ୍ଧୁ । ହେଲେ ଆଜି ଚନ୍ନିଙ୍କ ଡାକରା ପାଇ ପଞ୍ଜାବ ଭବନରେ ତାଙ୍କୁ ଭେଟିଛନ୍ତି । ଏହି ଭେଟ୍‌ଘାଟ ପଞ୍ଜାବ କଂଗ୍ରେସ ଘମାସାନକୁ କେତେ ଶାନ୍ତ କରୁଛି ତା ଉପରେ ନଜର ରହିଛି ।

Advertisment

ଆଉ ୪-୫ ମାସ ପରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ କଂଗ୍ରେସ ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି । ନୂଆ ତଥା ସ୍ୱଳ୍ପ ପରିଚିତ ଚେହେରା ଚନ୍ନି ଏବେ ମୁଖ୍ୟମନ୍ତ୍ରୀ ଗାଦିରେ ଥିବା ବେଳେ, ପ୍ରଦେଶ କଂଗ୍ରେସର ମଙ୍ଗ ଏବେ କିଏ ଧରିବ, କିଛି ସ୍ପଷ୍ଟ ହେଉନି । ଅମରିନ୍ଦର ଦଳ ଛାଡ଼ିଲେ ତାଙ୍କ ଅନୁଗତମାନେ ମଧ୍ୟ କଂଗ୍ରେସକୁ ବାଏ ବାଏ କହିବା ଏକରକମର ସ୍ପଷ୍ଟ । ଏଭଳି ସ୍ଥିତିରେ କଂଗ୍ରେସ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ଆଣିଛି G-23 ।

କାଲି କପିଲ ସିବଲ ଦଳୀୟ ନେତୃତ୍ୱକୁ ଟାର୍ଗେଟ୍ କରି ଆମେ ଜି-ହଜୁର୍ ଟ୍ୱେଣ୍ଟି-ଥ୍ରୀ ନୋହୁଁ ବୋଲି କହିଥିବା ବେଳେ, ଆଜି ରାହୁଲ୍ ସୋନିଆଙ୍କୁ ଭେଟି ଏତମାମ୍ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ମିଳିଛି ।

Amarinder Singh Navjot Singh Sidhu Punjab Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ