Advertisment

Allahabad High Court: ଜିମ୍ ଟ୍ରେନରଙ୍କ ବିରୋଧରେ ମହିଳାଙ୍କ ସାଂଘାତିକ ଅଭିଯୋଗ, କହିଲେ ମୋ ସାଙ୍ଗର ଅଶ୍ଳୀଳ ଭିଡିଓ ତିଆରି କରିଥିଲେ

୨୭ ଅଗଷ୍ଟରେ ପାରିତ ଏକ ଆଦେଶରେ କୋର୍ଟ ପୋଲିସକୁ ଜାଣିବାକୁ କହିଛନ୍ତି ଯେ ଅଭିଯୁକ୍ତଙ୍କ ଦ୍ୱାରା ଚାଳିତ ଜିମ ଆଇନ ଅନୁଯାୟୀ ପଞ୍ଜୀକୃତ ହୋଇଛି କି ନାହିଁ । କୋର୍ଟ ଏହା ମଧ୍ୟ ପଚାରିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି କି? ଏହା ବ୍ୟତୀତ ଜିମରେ ମହିଳା ପ୍ରଶିକ୍ଷକ ଅଛନ୍ତି କି? ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୮ ସେପ୍ଟେମ୍ବରରେ ହେବ।

ଅଦ୍ୟତନ ହୋଇଛି
gym

gym

Advertisment

ଜିମ୍ ଗୁଡ଼ିକରେ ପୁରୁଷ ଟ୍ରେନରମାନଙ୍କ ଦ୍ୱାରା ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସମ୍ପର୍କରେ ଚିନ୍ତା ପ୍ରକଟ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟ କହିଛନ୍ତି, ଏହା ଗମ୍ଭୀର ଚିନ୍ତାର ବିଷୟ ଯେ ପୁରୁଷ ଜିମ୍ ପ୍ରଶିକ୍ଷକମାନେ ମହିଳାମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ବିନା ପ୍ରଶିକ୍ଷଣ ଦେଉଛନ୍ତି। ଏକ ମାମଲାର ଶୁଣାଣି ସମୟରେ କୋର୍ଟ ଏହି ମନ୍ତବ୍ୟ ଦେଇଥିଲେ।

Advertisment

ବାର୍ ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ, ଜଷ୍ଟିସ ଶେଖର କୁମାର ଯାଦବ ଏକ ଅପରାଧୀ ମାମଲା ସମ୍ପର୍କିତ ଆବେଦନର ଶୁଣାଣି କରୁଥିଲେ। ଯେଉଁଥିରେ ଜଣେ ଜିମ ପ୍ରଶିକ୍ଷକଙ୍କ ବିରୁଦ୍ଧରେ ଜାତି ଆଧାରିତ ଗାଳି ବ୍ୟବହାର ଏବଂ ଜଣେ ମହିଳା ଗ୍ରାହକଙ୍କ ସହ ଦୁର୍ବ୍ୟବହାରର ଅଭିଯୋଗ ଲାଗିଥିଲା।

ଭାରତୀୟ ଦଣ୍ଡ ସଂହିତା (IPC) ଏବଂ SC/ST ଆକ୍ଟ ୧୯୮୯ର ନିୟମ ଅନୁଯାୟୀ ଏହି ମାମଲା ଗତ ବର୍ଷ ରେଜିଷ୍ଟର ହୋଇଥିଲା। ଏହି ମାମଲାରେ ଜିମ ପ୍ରଶିକ୍ଷକ ନିତିନ ସୈନୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି । ଯେତେବେଳେ ପୀଡ଼ିତା ଜିମରେ ବ୍ୟାୟାମ କରୁଥିଲେ ଅଭିଯୁକ୍ତ ତାଙ୍କୁ ଜାତିସୂଚକ ଶବ୍ଦ କହିଥିଲେ ଓ ତାଙ୍କୁ ଧକ୍କା ଦେଇଥିଲେ ଏବଂ ଜିମରୁ ବାହାର କରି ଦେଇଥିଲେ। ପୀଡ଼ିତା ଆହୁରି ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ତାଙ୍କ ସାଙ୍ଗର ଅଶ୍ଳୀଳ ଭିଡିଓ ତିଆରି କରିଥିଲେ।

Advertisment

୨୭ ଅଗଷ୍ଟରେ ପାରିତ ଏକ ଆଦେଶରେ କୋର୍ଟ ପୋଲିସକୁ ଜାଣିବାକୁ କହିଛନ୍ତି ଯେ ଅଭିଯୁକ୍ତଙ୍କ ଦ୍ୱାରା ଚାଳିତ ଜିମ ଆଇନ ଅନୁଯାୟୀ ପଞ୍ଜୀକୃତ ହୋଇଛି କି ନାହିଁ । କୋର୍ଟ ଏହା ମଧ୍ୟ ପଚାରିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି କି? ଏହା ବ୍ୟତୀତ ଜିମରେ ମହିଳା ପ୍ରଶିକ୍ଷକ ଅଛନ୍ତି କି? ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୮ ସେପ୍ଟେମ୍ବରରେ ହେବ।

Allahabad High Court Women Training
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ