Advertisment

'ବର୍ତ୍ତମାନ ଓମିକ୍ରନ ସ୍ଥିତିକୁ ଦେଖି ନିର୍ବାଚନକୁ ଘୁଞ୍ଚାଯାଉ'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଲି ଆୟୋଜନ ନକରିବାକୁ ନିବେଦନ କରିଛନ୍ତି ଯଦି, ଏବେ ରାଲି ବନ୍ଦ ହେଉନି। ତେବେ ଆଗାମୀ ପରିସ୍ଥିତି ଦ୍ୱିତୀୟ ଲହର ଭଳି ହୋଇପାରେ।

ଅଦ୍ୟତନ ହୋଇଛି
UP Election

UP Election

Advertisment

ଲକ୍ଷ୍ନୌ: ଏବେଠୁ ସତର୍କ ଘଣ୍ଟି ବାଜିଲାଣି। ଓମିକ୍ରନ୍‌ ଭ୍ୟାରିଆଣ୍ଟ କେସ୍‌ ଦିନକୁ ଦିନ ବଢିବାରେ ଲାଗିଛି। ଯେପରି ପୂର୍ବପରି  ସ୍ଥିତି ହାତରୁ ଖସିନଯିବ, ଏନେଇ ହୃଦ୍‌ବୋଧ କରିଛନ୍ତି ହାଇକୋର୍ଟ। ଉତ୍ତରପ୍ରଦେଶ ନିର୍ବାଚନକୁ ଘୁଞ୍ଚାଇବାକୁ ଆହ୍ଲାବାଦ୍ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ରାଲି ଓ ସାଧାରଣ ସଭାକୁ ବନ୍ଦ କରିବା ପାଇଁ ପରାମର୍ଶ ଦେଲେ ହାଇକୋର୍ଟ । ଉତ୍ତର ପ୍ରଦେଶ ନିର୍ବାଚନରେ ପାଇଁ ହେଉଥିବା ବିଭିନ୍ନ ଦଳର ରାଲି ଓ ସାଧାରଣ ସଭାକୁ ତୁରନ୍ତ ନିଷେଧ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ନିର୍ବାଚନ କମିଶନ୍‌କୁ ପରାମର୍ଶ ଦେଇଛନ୍ତି ଆହ୍ଲାବାଦ୍ ହାଇକୋର୍ଟ। ଆସନ୍ତା ବର୍ଷର ପ୍ରଥମ ଭାଗରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । 

Advertisment

ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇ ହାଇକୋର୍ଟ କହିଛନ୍ତି, ବର୍ତ୍ତମାନ ଓମିକ୍ରନ ସ୍ଥିତିକୁ ଦେଖି ନିର୍ବାଚନକୁ ଘୁଞ୍ଚାଯାଉ। ମାସେ କିମ୍ବା ଦୁଇ ମାସ ଯାଏଁ ଏହାକୁ ଘୁଞ୍ଚାଇବାକୁ ଅଦାଲତ କହିଛନ୍ତି। ତା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଲି ଆୟୋଜନ ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଯଦି ଏବେ ରାଲି ବନ୍ଦ ହେଉନି, ତେବେ ଆଗାମୀ ପରିସ୍ଥିତି ଦ୍ୱିତୀୟ ଲହର ଭଳି ହୋଇପାରେ।

ଜଷ୍ଟିସ୍ ଶେଖର ଯାଦବ ଏହା ବି କହିଛନ୍ତି ଯେ, ଜନ୍ ହେ ତୋ ଜାହାନ୍ ହେ। ପଶ୍ଚିମବଙ୍ଗ ଗ୍ରାମାଞ୍ଚଳ ନିର୍ବାଚନ ଯୋଗୁଁ କରୋନା ସଂକ୍ରମଣ ବଢ଼ିଛି। ଏବେ ବି ଉତ୍ତରପ୍ରଦେଶରେ ସଂକ୍ରମଣ ନିୟନ୍ତ୍ରଣରେ ନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ।  

Advertisment
Uttar Pradesh Omicron Variant High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ