Advertisment

All-Party Delegation Returns: ବିଦେଶରେ ପାକିସ୍ତାନର ମୁଖା ଖୋଲି ଭାରତ ଫେରିଲେ ସର୍ବଦଳୀୟ ଟିମ୍

କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଦେଶ ଗସ୍ତ ସାରି ଆଜି ସ୍ୱଦେଶ ଫେରିଛନ୍ତି ସର୍ବଦଳୀୟ ପ୍ରତିନିଧି ଦଳ । ଆମେ ରାଷ୍ଟ୍ରନେତାଙ୍କୁ ଆତଙ୍କବାଦ ବିରୋଧରେ ଭାରତର ଲଢେଇ ସମ୍ପର୍କରେ ଜଣାଇଛୁ ଏବଂ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ମାନେ ଭାରତ ସହ ଅଛନ୍ତି ବୋଲି କହିଛନ୍ତି ସାଂସଦ ବୈଜୟନ୍ତ ।

ଅଦ୍ୟତନ ହୋଇଛି
All-party delegation

All-party delegation

Advertisment

ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପ ନେଇ ସାରା ବିଶ୍ବକୁ ଅବଗତ କରିବା ପରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ସର୍ବଦଳୀୟ ପ୍ରତିନିଧି ଦଳ ଭାରତ ଫେରିଛନ୍ତି। ବାହାରିନ୍, ସାଉଦି ଆରବ, କୁଏତ ଏବଂ ଆଲଜେରିଆ ଗସ୍ତ କରିଥିଲେ ଏହି ସର୍ବଦଳୀୟ ଟିମ୍। ଏହି ୪ଟି ଦେଶ ଗସ୍ତ କରି ବୈଜୟନ୍ତଙ୍କ ନେତୃତ୍ବରେ ସର୍ବଦଳୀୟ ଟିମ୍ ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ଆତଙ୍କୀ ମୁଖା ଖୋଲିଛନ୍ତି। ଆତଙ୍କବାଦ ବିରୋଧରେ ଭାରତର ଲଢେଇ ଏବଂ ଆଭିମୁଖ୍ୟ ନେଇ ରାଷ୍ଟ୍ରନେତାଙ୍କୁ ଅବଗତ କରାଯାଇଛି।

Advertisment

ଅଧିକ ପଢନ୍ତୁ: ଯୁଦ୍ଧବିରତି ପାଇଁ ଋଷ ରଖିଲା ଏମିତି ସର୍ତ୍ତ; ୟୁକ୍ରେନ ମାନିବାକୁ ନାରାଜ

‍ବିଦେଶରୁ ଫେରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବୈଜୟନ୍ତ କହିଛନ୍ତି, ''ଏହି ଟୁର ସଫଳତାର ସହ ଶେଷ ହୋଇଛି । ଆମେ ଯେଉଁ ୪ ଦେଶକୁ ଯାଇଥିଲୁ, ସେହି ୪ଟି ଦେଶ ଆତଙ୍କବାଦ ବିରୋଧରେ ପୂର୍ବରୁ ପଦକ୍ଷେପ ନେଇ ସାରିଛନ୍ତି । ସେମାନେ ଭାରତକୁ ବୁଝୁଛନ୍ତି । ଭାରତ ସହ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଅଛି । ଭାରତକୁ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ନାହିଁ । ଭାରତ ଦୁନିଆର ବହୁ ପୀଡିତଙ୍କୁ ଆଶ୍ରୟ ଦେଇଛି । ଆମେ ଅଂହିସାରେ ବିଶ୍ୱାସ କରୁଥିବା ଦେଶ ଅଟୁ । ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ଓ ଅପରେସନ ସିନ୍ଦୁରର ସଫଳତା ସମ୍ପର୍କରେ ବିଶ୍ଵ ସମୁଦାୟକୁ ଅବଗତ କରାଇବା ପାଇଁ ଯାଇଥିଲୁ ।'' 

Advertisment

ସୂଚନାଯୋଗ୍ୟ, ବୈଜୟନ୍ତଙ୍କ ସହ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମ ନବୀ ଆଜାଦ, ସାଂସଦ ଅସବୁଦ୍ଧିନ ଓୱେସୀ, ସତନାମ ସାନ୍ଧୁ, ନିଶିକାନ୍ତ ଦୁବେ, ରେଖା ଶର୍ମା, ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ପ୍ରମୁଖ ଫେରିଛନ୍ତି ।

ଅଧିକ ପଢନ୍ତୁ: ପଞ୍ଚମ ମହିଳା ଭାବେ ଜାତିସଂଘ ସାଧାରଣ ପରିଷଦର ନୂଆ ଅଧ୍ୟକ୍ଷ ହେଲେ ଏନାଲେନା ବେୟରବକ

Advertisment
Kendrapara MP Baijayant Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ