Advertisment

ଭୋଟର ତାଲିକାରେ ନାମ ପଞ୍ଜୀକରଣକୁ ନେଇ ଆସିଲା ନୂଆ ନିୟମ

ଏହାର ବ୍ୟବସ୍ଥା କରିବାକୁ ସବୁ ରାଜ୍ୟର ସିଇଓଙ୍କୁ ନିର୍ଦ୍ଦେଶ ।

ଅଦ୍ୟତନ ହୋଇଛି
All above 17 years of age can register for voter ID.

All above 17 years of age can register for voter ID.

Advertisment

ଭୋଟର ତାଲିକାରେ ନିଜ ନାଁ ପଂଜୀକରଣ କରିବାକୁ ଆଉ ୧୮ ବର୍ଷ ହେବା ଯାଏ ଅପେକ୍ଷା କରିବାକୁ ପଡ଼ିବନି। ଯେଉଁମାନଙ୍କୁ ୧୭ ବର୍ଷ ହେଲାଣି, ସେମାନେ ମଧ୍ୟ ନିଜ ନାଁ ଭୋଟର ତାଲିକାରେ ପଂଜୀକରଣ କରିପାରିବେ। ଏହି ନୂଆ ନିୟମ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଏହାର ବ୍ୟବସ୍ଥା କରିବାକୁ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

Advertisment

୧୮ ବର୍ଷ ହେଉ ହେଉ ସେମାନଙ୍କୁ ମିଳିବ ଭୋଟର ପରିଚୟ ପତ୍ର। ଆଗରୁ ନିୟମ ଥିଲା ଯେ, ଜାନୁଆରି ପହିଲା ସୁଦ୍ଧା ଜଣକୁ ୧୮ ବର୍ଷ ହେବା ପରେ ହିଁ ତାଙ୍କ ନାଁ ଭୋଟର୍ ତାଲିକାରେ ପଂଜୀକୃତ ହେଉଥିଲା। ନୂଆ ନିୟମ ଅନୁସାରେ ବର୍ଷକୁ ୪ ଥର ଭୋଟର ତାଲିକା ଅପଡେଟ୍ କରାଯାଇପାରିବ। ଜାନୁଆରି ପହିଲା, ଏପ୍ରିଲ ପହିଲା, ଜୁଲାଇ ପହିଲା ଓ ଅକ୍ଟୋବର ପହିଲା-ଏମିତି ବର୍ଷକୁ ୪ ଥର ଭୋଟର୍ ତାଲିକା ଅପଡେଟ୍ ହେବ।

ଯେଉଁ ଦିନ ଜଣକର ବୟସ ୧୮ ହେଉଥିବ, ସେହି ତ୍ରୈମାସିକରେ ହିଁ ଆଗୁଆ ନିଜ ନାଁ ପଂଜୀକରଣ କରାଇପାରିବେ ୧୭ ବର୍ଷରୁ ଅଧିକ ବୟସର ପିଲା। ନୂଆ ଭୋଟରଙ୍କ ନାଁ ପଂଜୀକରଣ ପାଇଁ ଆସନ୍ତା ଅଗଷ୍ଟରୁ ନୂଆ ଫର୍ମ ଆସିବ। ଆଗ ଅପେକ୍ଷା ତାହା ସରଳ ହେବ ବୋଲି କୁହାଯାଉଛି। 

Advertisment
Election Commission Voter List
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ