Advertisment

ମହାରାଷ୍ଟ୍ରରେ ମହାନାଟକ; ଉପମୁଖ୍ୟମନ୍ତ୍ରୀ ହେବେ ଅଜିତ ପାୱାର !

ମହାରାଷ୍ଟ୍ର ରାଜନୀତିରେ ପୁଣି ହଟଚମଟ ଦେଖିବାକୁ ମିଳିଛି । ବିଧାନସଭାର ବିରୋଧୀ ଦଳ ନେତା ତଥା ଏନସିପି ହେଭିୱେଟ ଅଜିତ ପାୱାର ଆଜି ବଡ଼ ପଦକ୍ଷେପ ନେଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Maharashtra Politics

Maharashtra Politics

ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି । ରାଜଭବନରେ ପହଞ୍ଚିଛନ୍ତି ଏନ୍‌ସିପି ନେତା ଅଜିତ ପାୱାର । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଫଡନାବୀସ ମଧ୍ୟ ପହଞ୍ଚିଛନ୍ତି । ଅଜିତ ପାୱାରଙ୍କ ପ୍ରତି ଏନ୍‌ସିପିର ୨୯ ବିଧାୟକଙ୍କ ସମର୍ଥନ ସୂଚନା ମିଳିଛି । ବିରୋଧୀଦଳ ନେତା ପଦ ଛାଡ଼ି ଉପମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି ।

Advertisment

ବର୍ତ୍ତମାନ ମହାରାଷ୍ଟ୍ରରେ ବିରୋଧୀଦଳ ନେତା ଅଛନ୍ତି ଅଜିତ ପାୱାର । ଏନ୍‌ସିପିର ପୁର୍ନଗଠନକୁ ନେଇ ଖୁସି ନ ଥିଲେ ଅଜିତ ପାୱାର । ଛଗନ ଭୁଜବଳ ମଧ୍ୟ ମନ୍ତ୍ରିପରିଷଦରେ ସାମିଲ ସମ୍ଭାବନା ରହିଛି । ଏନ୍‌ସିପିର ୯ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଅପରାହ୍ନ ୪ଟାରେ ଶପଥ ନେଇ ପାରନ୍ତି ନୂଆ ମନ୍ତ୍ରୀ ।

କିଛି ଦିନ ତଳେ ଅଜିତ ପାୱାର ବିରୋଧୀ ଦଳ ନେତା ପଦରେ ଆଉ ରହିବାକୁ ଇଚ୍ଛା ନାହିଁ ବୋଲି କହିଥିଲେ। ସେତେବେଳେ ଆକଳନ କରାଯାଉଥିଲା ଯେ ସେ ଓ ତାଙ୍କ ସହ ଥିବା ପ୍ରାୟ ୨୯ ଜଣ ବିଧାୟକ ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରିବେ। ଏବେ ସତକୁ ସତ ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ସାମିଲ ହେବାକୁ ଯାଉଛନ୍ତି।

Advertisment

ଏନସିପି ଏବେ ବି କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ଶିବସେନା ସହ ମହା ବିକାଶ ଅଘାଡ଼ିରେ ରହିଛି। ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ଖୋଲାଖୋଲି ଭାବେ ବିଜେପି ସରକାରଙ୍କୁ ସମାଲୋଚନା କରୁଛନ୍ତି। ଏପରି ସ୍ଥିତିରେ ଅଜିତ ପାୱାରଙ୍କ ଏପରି ନିଷ୍ପତ୍ତି ସମସ୍ତଙ୍କୁ ସ୍ତବ୍ଧ କରିଛି। ଅଜିତ ପାୱାରଙ୍କ ଏପରି ପଦକ୍ଷେପ ମହାରାଷ୍ଟ୍ରରେ ଏନସିପି ବିଭାଜନ ହୋଇ ଯାଇଥିବା ସ୍ପଷ୍ଟ ହୋଇଛି। 

କିଛି ମିଡିଆ ରିପୋର୍ଟ ଅନୁଯାୟୀ, ଅଜିତ ପାୱାରଙ୍କ ସହ ୧୩ ଜଣ ବିଧାୟକ ରାଜଭବନ ଯାଇଥିବା କୁହାଯାଉଥିବା ବେଳେ ଆଉ କିଛି ରିପୋର୍ଟରେ ଏହା ୨୯ ବୋଲି ଉଲ୍ଲେଖ କରାଯାଇଛି। ଅଜିତ ପାୱାର ଏବେ ବି ରାଜଭବନ ଭିତରେ ଥିବାରୁ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ।

Ajit Pawar Maharashtra Politics
Advertisment
Advertisment