Advertisment

ଭାରତକୁ ଖୁବଶୀଘ୍ର ଆସୁଛି ଏୟାର ଟ୍ୟାକ୍ସି, ଦିଲ୍ଲୀରୁ ଗୁରୁଗ୍ରାମ ଲାଗିବ ମାତ୍ର ୭ ମିନିଟ୍‌

ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀର ଆକାଶରେ ଉଡିବ ଏୟାର ଟ୍ୟାକ୍ସି । ଏୟାର ଇଣ୍ଡିଆର ପ୍ୟାରେଣ୍ଟ୍ କମ୍ପାନୀ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍ ଏବଂ ଆମେରିକାର ଆର୍ଚର ଆଭିଏସନର ମିଳିତ ସହଯୋଗରେ ଖୁବ ଶୀଘ୍ର ଏହି ସେବା ଆରମ୍ଭ ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
Air Taxi

Air Taxi

Advertisment

କ’ଣ ଆପଣ ପ୍ରତିଦିନ ଟ୍ରାଫିକରେ ଫସି ଫସି ବୋର୍ ହୋଇଯାଉଛନ୍ତି କି ? ତେବେ ଆଉ ଟେନସନ୍ ନିଅନ୍ତୁ ନାହିଁ କାରଣ ୨୭ କିଲୋମିଟର ଯାତ୍ରା କରିବାକୁ ଆପଣଙ୍କୁ ମାତ୍ର ୭ ମିନିଟର ସମୟ ଲାଗିବ । ଯାହାକୁ ଆପଣଙ୍କୁ ଯିବାପାଇଁ ହୁଏତଃ ଦେଢ ଘଣ୍ଟା ଲାଗିଥାନ୍ତା। ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ? କିନ୍ତୁ ଏହା ସତ ।

Advertisment

ଏହି ୭ ମିନିଟିଆ ଯାତ୍ରାର ମଜା ନେବାକୁ ଯାଉଛନ୍ତି ଦିଲ୍ଲୀବାସୀ । କାରଣ ଦିଲ୍ଲୀର କନ୍ନୋଟ୍ ପ୍ଲେସ୍ ଠାରୁ ଗୁରୁଗ୍ରାମ, ଯାହାର ଆନୁମାନିକ ଦୂରତା ୨୭ କିମି ରହିଥାଏ । ଆପଣ କାରରେ ଯାତ୍ରା କଲେ ସମୟ ଲାଗିଥାଏ ଦେଢ ଘଣ୍ଟା । ତେବେ ଏହି ସମାନ ବାଟକୁ ମାତ୍ର ୭ ମିନିଟ୍‌ରେ ପୂରା କରିବେ ଲୋକେ । ଆପଣ ଭାବୁଥିବେ କିପରି । ଉତ୍ତର ହେଉଛି ଏୟାର ଟ୍ୟାକ୍ସି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀର ଆକାଶରେ ଉଡିବ ଏୟାର ଟ୍ୟାକ୍ସି । ଇଣ୍ଡିଗୋ ଏବଂ ଆମେରିକାର ଆର୍ଚର ଆଭିଏସନର ମିଳିତ ସହଯୋଗରେ ଖୁବ ଶୀଘ୍ର ଏହି ସେବା ଆରମ୍ଭ ହେବାକୁ ଯାଉଛି। ଏହି ଏୟାର ଟ୍ୟାକ୍ସିଗୁଡ଼ିକ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ଦିଲ୍ଲୀର କନନାଟ୍ ପ୍ଲେସରୁ ହରିୟାଣାର ଗୁରୁଗ୍ରାମକୁ ମାତ୍ର ୭ ମିନିଟରେ ପରିବହନ କରିବ। ୨୦୨୬ ସୁଦ୍ଧା ଏୟାର ଟ୍ୟାକ୍ସି ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ଖବର ଅନୁଯାୟୀ, ଆର୍ଚର ଆଭିଏସନ ୨୦୦ଟି 'ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ କରିପାରୁଥିବା ବିମାନ ଯୋଗାଇବା ପାଇଁ ଘୋଷଣା କରିଛି। ଏହି ୨୦୦ ବିମାନରେ ପ୍ରତ୍ୟେକଟିରେ ୧୨ଟି 'ରୋଟର୍' ଲାଗିଛି। ଏହାର ମୂଲ୍ୟ ପ୍ରାୟ ୧ ବିଲିୟନ ଡଲାର୍ ବା ୮,୩୩୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଉନ୍ନତମାନର ବିମାନରେ ପାଇଲଟଙ୍କ ବ୍ୟତୀତ ୪ ଜଣ ଯାତ୍ରୀ ବସିବାର କ୍ଷମତା ରହିବ। ଏଗୁଡ଼ିକ ହେଲିକପ୍ଟର ପରି କାମ କରିବ।

Advertisment

କନ୍ନାଟ୍ ପ୍ଲେସ୍ ଏବଂ ଗୁରୁଗ୍ରାମ ମଧ୍ୟରେ ୨୭ କିମି ଯାତ୍ରା, କାରରେ ପ୍ରାୟ ୧୫୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ପ୍ରସ୍ତାବିତ ଏୟାର ଟ୍ୟାକ୍ସିରେ ଏହାର ଆନୁମାନିକ ଭଡା ପ୍ରାୟ ୨ ହଜାରରୁ ୩ ହଜାର ଟଙ୍କା ହେବ ।

Taxi Air Travel Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ