ବିଷ ବଳୟରୁ ରାଜଧାନୀ ଦିଲ୍ଲୀକୁ ନାହିଁ ନିସ୍ତାର । ଆଜି ମଧ୍ୟ କ୍ୟାପିଟାଲ ସିଟିରେ ଭୀଷଣ ପ୍ରଦୂଷଣ । ଏୟାର କ୍ୱାଲିଟି ଇଣ୍ଡେକ୍ସ ନିମ୍ନସ୍ତରକୁ ଖସୁଥିବାରୁ ଧୂଳି ଓ ଧୂଆଁରେ ଅଣନିଶ୍ୱାସୀ ହୋଇଯାଉଛନ୍ତି ଦିଲ୍ଲୀବାସୀ । ସ୍ଥିତି ନିୟନ୍ତ୍ରଣ ଲାଗି ବିଭିନ୍ନ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦିଲ୍ଲୀରେ ନିର୍ମାଣ କାମ ବ୍ୟାନ୍ କରାଯାଇଛି। ନିର୍ମାଣ ଓ ଭଙ୍ଗାଭଙ୍ଗି କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି।
Also Read
କେବଳ ରେଳ, ଏୟାରପୋର୍ଟ, ହସ୍ପିଟାଲରେ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି। ଏଥିସହ ଡିଜେଲ୍ ଚାଳିତ ବସ୍ ଓ ଟ୍ରକ୍ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗିଛି । ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ ଯୋଗୁଁ ମୁହଁ ଫେରାଇ ନେଉଛନ୍ତି ପର୍ଯ୍ୟଟକ।