ବାୟୁ ସେନା ମୁଖ୍ୟ ହେଲେ ଏୟାର ମାର୍ଶଲ ଅମରପ୍ରୀତ ସିଂ

ଏବେ ବାୟୁ ସେନା ମୁଖ୍ୟ ଅଛନ୍ତି ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ।

Amar preet Singh

ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ହେବେ ଏୟାର ମାର୍ଶଲ ଅମର ପ୍ରୀତ ସିଂହ । ବର୍ତ୍ତମାନ ସେ ବାୟୁସେନାରେ ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସେପ୍ଟେମ୍ବର ୩୦ ତାରିଖଠାରୁ ସେ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ଏୟାର ମାର୍ଶାଲ୍ ବିବେକ ରାମ ଚୌଧୁରୀ ବାୟୁସେନାର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ସେ ସେପ୍ଟେମ୍ବର ୩୦ରେ ଅବସର ନେବେ । ଏହାପରେ ସେହିଦିନ ଅପରାହ୍ଣରେ ବାୟୁସେନା ମୁଖ୍ୟ ଭାବେ ଭାର ଗ୍ରହଣ କରିବେ ଅମର ପ୍ରିତ୍ । ୧୯୮୪ରେ ବାୟୁସେନାରେ ପାଦ ଥାପିଥିବା ଅମର ପ୍ରିତ୍ ବର୍ତ୍ତମାନ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ୨୦୨୩ ଫେବୃୟାରୀରେ ସେ ଏହି ପଦ ଗ୍ରହଣ କରିଥିଲେ ।