• Astrospeak
  • Live TV
  • Read In English

Emergency Landing: ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, କୋଲକାତାରେ ଏମରଜେନ୍ସି ଲ୍ୟାଣ୍ଡିଂ

କୋଲକାତାରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ବାମ ପଟ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣା ପଡିଥିଲା । ବିମାନ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ହୋଇଥିବା ପାଇଲଟ କହିଛନ୍ତି ।

Air India
ଏୟାର ଇଣ୍ଡିଆ

ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନଟି ଜରୁରୀ ଅବତରଣ କରିଥିବା ସୂତନା ରହିଛି । ସାନ ଫ୍ରାନ୍ସିକୋରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ବିମାନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ବିମାନଟି କୋଲକାତାରେ ଅବତରଣ କରିଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । 

ଏୟାର ଇଣ୍ଡିଆ ବିମାନର ବାମ ପଟ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣା ପଡିଥିଲା । ଫଳରେ କୋଲକାତା ଏୟାରପୋର୍ଟରେ ଅଟକିଥିଲା ବିମାନ । ଭୋର୍ ୫ଟା ୨୦ ମିନିଟରେ ବିମାନରୁ ଯାତ୍ରୀଙ୍କୁ ଓହ୍ଲାଇବାକୁ କୁହାଯାଇଥିଲା । ବିମାନ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ହୋଇଥିବା ପାଇଲଟ କହିଛନ୍ତି । ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ବାରମ୍ବାର ସାମନାକୁ ଆସୁଛି ବିମାନରେ ଯାନ୍ତ୍ରିକ ତ୍ରୁଟି ଘଟଣା । 

ଗତ ୧୨ ତାରିଖରେ ଅହମ୍ମଦାବାଦରେ ହୋଇଥିଲା ବଡ଼ ଧରଣର ବିମାନ ଦୁର୍ଘଟଣା । ଯେଉଁଥିରେ ୨୫୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି । ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଅନ୍ୟ ମୃତଦେହର ଡିଏନଏ ଟେଷ୍ଟିଂ ଏବେବି ଜାରି ରହିଛି । 

ଅଧିକ ପଢନ୍ତୁ: ବ୍ଲାକବକ୍ସ ଖୋଲିବ ଅହମ୍ମଦାବାଦ ବିମାନ ଦୁର୍ଘଟଣାର କାରଣ