Advertisment

୨୪ଘଣ୍ଟା ବିଳମ୍ୱ ହେଲା ଏୟାର ଇଣ୍ଡିଆ ବିମାନ; ବିନା ଏସିରେ ଛଟପଟ ହେଲେ ଯାତ୍ରୀ

ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଏକ ଏୟାର ଇଣ୍ଡିଆ ବିମାନ ଯାତ୍ରା କରିବାର ଥିଲା। କୌଣସି କାରଣବଶତଃ ବିମାନଟି ୨୪ଘଣ୍ଟା ବିଳମ୍ୱ ହୋଇଥିଲା। ମାତ୍ର ବିମାନରେ ଏୟାର କଣ୍ଡିସନର କାମ କରୁନଥିଲା। ଲୋକେ ଏତେ ଗରମରେ କିପରି ରହିବେ ସେନେଇ ଚିନ୍ତାରେ ପଡିଯାଇଥିଲେ।

ଅଦ୍ୟତନ ହୋଇଛି
Air India

Air India

Advertisment

ଦିଲ୍ଲୀରେ ଅସହ୍ୟ ଗରମ। ଘରୁ ବାହାରିବା ମୁସ୍କିଲ। ଏହାରି ଭିତରେ ଲୋକେ ଜରୁରୀ କାମ ପାଇଁ ବିମାନରେ ଯିବାକୁ ପସନ୍ଦ କରୁଛନ୍ତି। ହେଲେ ବିମାନ ୨୪ଘଣ୍ଟା ବିଳମ୍ୱ ହେବା ସହ ଏଥିରେ ଏସି ସୁବିଧା ନଥିବା ଅଭିଯୋଗ କରିଛନ୍ତି ଯାତ୍ରୀ। ଗରମରେ ସନ୍ତୁଳି ହେବା ସହ କିଛି ଯାତ୍ରୀ ଚେତାଶୂନ୍ୟ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ସମୟର ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏୟାର ଇଣ୍ଡିଆର ଏପରି ଖାମଖିଆଲି କାମ ନେଇ ଏବେ ଚର୍ଚ୍ଚା ହେଉଛି।

Advertisment

ସୂଚନା ଅନୁସାରେ, ଗତକାଲି ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଏକ ଏୟାର ଇଣ୍ଡିଆ ବିମାନ ଯାତ୍ରା କରିବାର ଥିଲା। ମାତ୍ର କୌଣସି କାରଣବଶତଃ ବିମାନଟି ୨୪ଘଣ୍ଟା ବିଳମ୍ୱ ହୋଇଥିଲା। ମାତ୍ର ବିମାନରେ ଏୟାର କଣ୍ଡିସନର କାମ କରୁନଥିଲା। ଲୋକେ ଏତେ ଗରମରେ କିପରି ରହିବେ ସେନେଇ ଚିନ୍ତାରେ ପଡିଯାଇଥିଲେ। ଅନେକ ଯାତ୍ରୀ ଇନଷ୍ଟାଗ୍ରାମରେ ସେମାନଙ୍କ ଅସୁବିଧା ସହ ଫଟୋ ସେୟାର କରି ଏହି ବିଷୟରେ ଅବଗତ କରାଇଥିଲେ। ଏହାପରେ ଏୟାର ଇଣ୍ଡିଆ ସମସ୍ତ ଯାତ୍ରୀଙ୍କୁ ଟଙ୍କା ସମ୍ପୂର୍ଣ୍ଣ ଫେରସ୍ତ କରିବା ସହ ହୋଟେଲ ରହଣି ପ୍ରଦାନ କରିଥିବା ସୂଚନା ମିଳିଛି।

ସାମ୍ବାଦିକ ଶ୍ୱେତା ପୁଞ୍ଜ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଏୟାର ଇଣ୍ଡିଆର ବିମାନ ଅନେକ ଘଣ୍ଟା ବିଳମ୍ବ ହୋଇଛି ଏବଂ ଯାତ୍ରୀମାନେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଏସିର ସୁବିଧା ନାହିଁ। ଲୋକଙ୍କୁ ବିନା ଏସିରେ ରହିବାକୁ ବାଧ୍ୟ କରାଯାଉଛି। କିଛି ଲୋକେ ବେହୋସ ହୋଇଯିବା ପରେ ସେମାନଙ୍କୁ ବିମାନରୁ ବାହାରି ଯିବାକୁ କୁହାଯାଉଛି। ସେ ତାଙ୍କ ପୋଷ୍ଟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟ୍ୟାଗ୍ କରି ଏହି ଘଟଣାକୁ ଅମାନବୀୟ ବୋଲି ବର୍ଣ୍ଣନା କରିଛନ୍ତି।

Advertisment

ତାଙ୍କ ପୋଷ୍ଟର ଜବାବରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କହିଛନ୍ତି, "ଏପରି ସମସ୍ୟା ପାଇଁ ଆମେ ଦୁଃଖିତ। ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ। ଯାତ୍ରୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଆମେ ଯଥାସମ୍ଭବ ଉଦ୍ୟମ କରୁଛୁ। ଆମର ଟେକ୍‌ନିକାଲ୍‌ ଟିମ୍‌କୁ ମଧ୍ୟ ଆମେ ଏନେଇ ଅବଗତ କରାଇଦେଇଛୁ ।"

Advertisment

ଆମଡ୍ରୋ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ Xରେ ଟ୍ୱିଟ୍‌ କରିଛନ୍ତି, ବିଳମ୍ବ ହେତୁ ତାଙ୍କ ମା ବିମାନବନ୍ଦରରେ ଅଟକି ରହିଥିଲେ ଏବଂ ଯାତ୍ରୀମାନଙ୍କୁ କୌଣସି ରାତ୍ରୀ ଭୋଜନ ଏବଂ କୌଣସି ପ୍ରକାର ସହାୟତା ଦିଆଯାଇ ନଥିଲା। ସେହିପରି ଅନ୍ୟ ଜଣେ ୟୁଜର ଅଭିଷେକ ଶର୍ମା ବିମାନ କମ୍ପାନୀକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଏୟାର ଇଣ୍ଡିଆ ଉଭୟଙ୍କୁ ଜବାବ ଦେଇ ଯାତ୍ରୀମାନଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି।

ଏୟାର ଇଣ୍ଡିଆ ବିମାନରେ ବିଳମ୍ବ ହେତୁ ଯାତ୍ରୀମାନେ କ୍ରୋଧିତ ହେବା ଏହା ପ୍ରଥମ ଘଟଣା ନୁହେଁ ବୋଲି କହିଛନ୍ତି। ଏହି ମାସ ଆରମ୍ଭରେ, ମୁମ୍ବାଇରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ଥିବା ଯାତ୍ରୀଙ୍କୁ ଏୟାର କଣ୍ଡିସନର ଖରାପ ହେତୁ ପ୍ରାୟ ୬ ଘଣ୍ଟା କ୍ୟାବିନରେ ବସିବାକୁ ପଡିଥିଲା।

Air India Flight Passenger Flight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ