Air India
ମଝି ଆକାଶରେ ଆତଙ୍କ । ଏୟାର ଇଣ୍ଡିଆ ବିମାନରେ ହାଇଡ୍ରୋଲିକ୍ ତ୍ରୁଟି । ତାମିଲନାଡ଼ୁର ତ୍ରିଚିରୁ ୟୁଏଇର ଶାରଜାହ ଅଭିମୁଖେ ଯାଉଥିବା ଏୟାରଇଣ୍ଡିଆ ବିମାନରେ ବୈଷୟିକ ତ୍ରୁଟି ଦେଖାଦେଇଛି । କେତେବେଳେ ବି ଏହା ତ୍ରିଚି ଏୟାରପୋର୍ଟରେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରିପାରେ । ଇନ୍ଧନ କମ୍ କରିବାକୁ ଆକାଶରେ ବାରମ୍ବାର ଚକ୍କର କାଟୁଛି ବିମାନ ।
ତେବେ ଏହା ଲ୍ୟାଣ୍ଡ୍ କରିବା ବେଳେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ସୂଚନା ଅନୁସାରେ ସନ୍ଧ୍ୟା ୫ଟା ୪୦ରେ ତ୍ରିଚିରୁ ଉଡ଼ାଣ ଆରମ୍ଭ କରିଥିଲା । ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ହେଲା ଆକାଶରେ ଚକ୍କର କାଟୁଛି ଏହି ବିମାନ । ସେପଟେ ଜରୁରୀ ଅବତରଣ ପାଇଁ ତ୍ରିଚି ବିମାନବନ୍ଦରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତଳେ ବିମାନ ବନ୍ଦରରେ ଜରୁରୀ ସ୍ଥିତି ପାଇଁ ୨୦ଟି ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ପ୍ରସ୍ତୁତ ରହିଛି । ଏନେଇ ତ୍ରିଚି ଏୟାରପୋର୍ଟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Air_India__1728657287.jpg)