DNA Matched
ଅହମ୍ମଦାବାଦ ବିମାନ ଦୁର୍ଘଟଣା । କ୍ରାସ୍ ହୋଇଥିବା ଏୟାର ଇଣ୍ଡିଆରେ ଥିଲେ ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ସମସ୍ତ ମୃତକଙ୍କ ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିଲା । ତେବେ ବିଜୟ ରୂପାନୀଙ୍କ DNA ମ୍ୟାଚ୍ ହୋଇଥିବା ଜଣାପଡ଼ିଛି । ବିମାନ ଦୁର୍ଘଟଣାର ୩ ଦିନ ପରେ ବିଜୟ ରୂପାନୀଙ୍କ ମୃତଦେହ ବିଷୟରେ ସ୍ପଷ୍ଟୀକରଣ ମିଳିଛି । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ମୃତଦେହ ଚିହ୍ନଟ କରାଯିବା କାଠିକର ପାଠ ହୋଇଛି । ଏପରି ସ୍ଥିତିରେ ଆତ୍ମୀୟ ତଥା ପରିବାର ଲୋକଙ୍କ ଡିଏନଏ ସାମ୍ପୁଲ ଅଣାଯାଇ ମ୍ୟାଚ୍ କରାଯାଉଛି ।
ପୂର୍ବରୁ ମୋଟ୍ ୩୧ ମୃତଦେହର ଡିଏନଏ ମ୍ୟାଚ୍ ହୋଇଥିବା ସ୍ପଷ୍ଟ ହୋଇଥିଲା । ସେମାନଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ହେଲେ ବିଜୟ ରୂପାନୀଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନଥିଲା । ବର୍ତ୍ତମାନ ତାଙ୍କର DNA ମ୍ୟାଚ୍ କରାଯାଇଥିବା ସ୍ପଷ୍ଟ ହୋଇଛି । ପରିବାର ଲୋକଙ୍କୁ ହସ୍ତାନ୍ତର ପରେ ଶେଷକୃତ୍ୟ ରାଜକୋଟରେ ହୋଇପାରେ ବୋଲି କୁହାଯାଉଛି ।
ଗତ ୧୨ ତାରିଖରେ ଅହମଦାବାଦରେ ଫ୍ଲାଇଟ୍ କ୍ରାସ ହୋଇଥିଲା । ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୭୪କୁ ବଢ଼ିଛି । ବିମାନ କ୍ରାସ ହୋଇ ପଡ଼ିଥିବା ସ୍ଥାନରେ ଥିବା ମେଡିକାଲ କଲେଜର ୧୦ ଡାକ୍ତରଙ୍କ ସମେତ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସେପଟେ ବିମାନ ଯାତ୍ରୀଙ୍କ ମଧ୍ୟରେ ରହିଥିଲେ ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ସେ ନିଜ ଝିଅ ପାଖକୁ ଲଣ୍ଡନ ଗସ୍ତ କରୁଥିଲେ । ହେଲେ ଅହମ୍ମଦାବାଦରେ ଟେକ୍ ଅଫ ବେଳେ ଜଳିଯାଇଥିଲା ଫ୍ଲାଇଟ୍ । ଡିଏନଏ ଟେଷ୍ଟ ପରେ ତାଙ୍କର ମୃତଦେହ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us