• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅଗ୍ନିପଥ ଯୋଜନାରେ ପଞ୍ଜିକରଣ ପାଇଁ ଭାରତୀୟ ବାୟୁସେନା ୫୬ ହଜାର ୯୬୦ଟି ଆବେଦନପତ୍ର ଗ୍ରହଣ କରିସାରିଲାଣି । ୩୦ଟି ସ୍ଲଟ୍ ପାଇଁ ଆଜି ସୁଦ୍ଧା ଏତିକି ଆବେଦନପତ୍ର ପହଞ୍ଚିଥିବା ବାୟୁସେନା ପକ୍ଷରୁ ସ୍ପଷ୍ଟ ହୋଇଛି । ପ୍ରତିବାଦ ଏବଂ ବିକ୍ଷୋଭର ସପ୍ତାହକ ପରେ ପରେ ବିଭିନ୍ନ ରାଜ୍ୟରେ ଯୋଜନା ସପକ୍ଷରେ ଭଲ ରେସପନ୍ସ ମିଳିଛି ।

ସେହିପରି ଆସନ୍ତା ଜୁଲାଇ ୫ ତାରିଖରେ ଭାରତୀୟ ବାୟୁସେନା ପାଇଁ ଅଗ୍ନିପଥ ଯୋଜନାର ନିଯୁକ୍ତି ପ୍ରକ୍ରିୟା ସରୁଛି । ଭାରତୀୟ ବାୟୁସେନା ୩ ହଜାର ଅଗ୍ନିବୀର ନିଯୁକ୍ତ କରିବାକୁ ଲକ୍ଷ୍ୟ ରଖିଛି । ଏହାସହ ଡିସେମ୍ବର ୩୦ ତାରିଖ ସୁଦ୍ଧା ପ୍ରଶିକ୍ଷଣ ଆରମ୍ଭ କରିବ । ପରେ ଦୁଇଟି ଫେଜ୍‌ରେ ପରୀକ୍ଷା ସହ ମେଡ଼ିକାଲ ଟେଷ୍ଟ କରାଯିବ ।

ଅନ୍ୟପକ୍ଷେ, ଦେଶର ଯୁବବର୍ଗଙ୍କ ଆଗରେ ଏହି ସ୍କିମ୍ ସଂପର୍କିତ ଅଧିକରୁ ଅଧିକ ତଥ୍ୟ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି କେନ୍ଦ୍ର ସରକାର ।

ତେବେ ଜାଣନ୍ତୁ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କରେ :-

କେମିତି ହେବେ ଭର୍ତ୍ତି ?

  • ନିଯୁକ୍ତି ପାଇଁ ତିନି ସେନାରେ ଅନଲାଇନ୍‌ ସେଣ୍ଟ୍ରାଲାଇଜ୍‌ ସିଷ୍ଟମ୍‌ ଜରିଆରେ ଏନରୋଲମେଣ୍ଟ କରାଯିବ । ନିଯୁକ୍ତି ପାଇଁ ସ୍ୱୀକୃତିପ୍ରାପ୍ତ ବୈଷୟିକ ଅନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ରାଲି ଏବଂ କ୍ୟାମ୍ପସ ଇଣ୍ଟରଭିୟୁ ଅନୁଷ୍ଠିତ ହେବ ।
  • ସେନାରେ ନିଯୁକ୍ତ ସମସ୍ତ ଯୁବକଙ୍କ ପାଇଁ ଶାରୀରିକ ଏବଂ ଚିକିତ୍ସା ପରୀକ୍ଷା ମଧ୍ୟ ନିଆଯିବ। ଦଶମ ଏବଂ ଦ୍ୱାଦଶ ପାସ୍ ଯୁବକମାନେ ଏଥିପାଇଁ ଆବେଦନ କରିପାରିବେ ।
  • ଏମାନଙ୍କ ରାଙ୍କ ସ୍ୱତନ୍ତ୍ର ରହିବ, ତିନି ବାହିନୀ ଠାରୁ ପୃଥକ ହେବ ଅଗ୍ନିବୀର ପଦବୀ । ସେହିପରି ଏମାନଙ୍କ ଚାକିରୀ ଅବଧି ୬ ମାସ ପ୍ରଶିକ୍ଷଣକୁ ମିଶାଇ ମୋଟ ୪ ବର୍ଷ ହେବ ।
  • ତେବେ ୪ ବର୍ଷ ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କ ନିଯୁକ୍ତି ଅବଧି ବୃଦ୍ଧି କରାଯିବ । ତେବେ ଏମାନଙ୍କର ଆଉ ଥରେ ସ୍କ୍ରିନିଂ କରାଯିବ ।

ଚାରି ବର୍ଷ ପରେ କ’ଣ ହେବ ?

  • ଯେଉଁମାନେ ୪ ବର୍ଷ ପରେ ଅବସର ନେବେ ସେମାନଙ୍କୁ ଏକକାଳୀନ ୧୧ ଲକ୍ଷ ଟଙ୍କା ମିଳିବ । ସେମାନଙ୍କ ଲାଗି କୌଣସି ପେନସନ୍ ବ୍ୟବସ୍ଥା ରହିବ ନାହିଁ ।
  • ମାତ୍ର ଯେଉଁମାନଙ୍କ ନିଯୁକ୍ତି ଅବଧି ବଢିବ, ସେମାନେ ଆଉ ୧୫ ବର୍ଷ ଲାଗି ସେନାରେ କାର୍ଯ୍ୟ କରିବେ । ଅବସର ପରେ ସେମାନଙ୍କୁ ପେନସନ୍ ମିଳିବ । ଅଗ୍ନିବୀରମାନେ ମାସକୁ ୩୦ରୁ ୪୦ ହଜାର ଟଙ୍କା ଯାଏଁ ଦରମା ପାଇବେ ।
  • ସେହିପରି ସେମାନଙ୍କୁ ବିନା ଦେୟରେ ୪୮ ଲକ୍ଷ ଟଙ୍କାର ବୀମା ମିଳିବ । ପର୍ଯ୍ୟାୟ କ୍ରମେ ୩ ବାହିନୀରେ ପ୍ରାୟ ୪୫ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ ।
  • ଅବସର ପରେ ସେମାନଙ୍କୁ ଅଗ୍ନିବୀର ସ୍କିଲ ପ୍ରମାଣପତ୍ର ବି ମିଳିବ । ସେବାମୁକ୍ତ ହେବା ପରେ ଅଗ୍ନିବୀରମାନେ ଅନ୍ୟାନ୍ୟ ସଂସ୍ଥାରେ ଚାକିରି ମଧ୍ୟ କରିପାରିବେ ।