Agnipath scheme
ପୋଡ଼ାଜଳା, ଭଙ୍ଗାରୁଜା, ପୋଲିସ ସହ ଧସ୍ତାଧସ୍ତି । ଅଗ୍ନିପଥ ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ଦ୍ୱାରା ସେନାରେ ନିଯୁକ୍ତି ପାଇଁ ଆସିଥିବା ନୂଆ ଅଗ୍ନିପଥ ଯୋଜନା ବିରୋଧରେ ତୃତୀୟ ଦିନରେ ମଧ୍ୟ ବିହାର, ଉତ୍ତରପ୍ରଦେଶ, ତେଲେଙ୍ଗାନା ସମେତ ଅନେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ପ୍ରଦର୍ଶନ ଚାଲିଛି । ବିହାର ଏବଂ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଛି ।
ବିହାରର ବିଭିନ୍ନ ଷ୍ଟେସନରେ ଜୋରଦାର ପ୍ରତିବାଦ କରିବା ସହ ଆନ୍ଦୋଳନକାରୀମାନେ ଟ୍ରେନରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଏଥିସହ ଷ୍ଟେସନରେ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । ଭଙ୍ଗାରୁଜା ବେଳେ କିଛି ସ୍ଥାନରେ ପୋଲିସ ସହ ମୁହାଁମୁହିଁ ସ୍ଥିତି ଉପୁଜିଛି । ବିହାରର ବେତିଆରେ ବିକ୍ଷୋଭକାରୀମାନେ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରେନୁ ଦେବୀଙ୍କ ଘରେ ଆକ୍ରମଣ କରାଯାଇଛି। ବେଗୁସରାଇ ଲକ୍ଷୀସରାଇ ଷ୍ଟେସନରେ ଆନ୍ଦୋଳନକାରୀମାନେ ଟ୍ରେନ୍ ଜାଳି ଦେଇଛନ୍ତି । ଲଖମିନିଆରେ ରେଳ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ଆରାରା, ବକ୍ସର ଓ ବେତିହାରେ ମଧ୍ୟ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରିବା ସହ ବିକ୍ଷୋଭ କରୁଛନ୍ତି ।
ଅନ୍ୟପଟେ ହରିଆଣାର ପଲୱାଲରେ ଆନ୍ଦୋଳକାରୀଙ୍କ ହିଂସାକୁ ଦେଖି ସରକାର ଫରିଦାବାଦ ଜିଲ୍ଲାର ବଲଭଗଡ଼ରେ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖିଛି । ସେପଟେ ହିସାର ଏବଂ ରୋହତକରେ ରାସ୍ତାରୋକ ଥିବାରୁ ପୋଲିସ ହାଇ ଆଲର୍ଟରେ ରହିଛି । ଆନ୍ଦଳକାରୀଙ୍କୁ ବୁଝାସୁଝା ଲାଗି ସ୍ଥନୀୟ ପ୍ରଶାସନ ପ୍ରୟାସ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655448121.jpg)