ପ୍ରଥମ ଘରୋଇ ମହାକାଶ ପରୀକ୍ଷଣ କଲା ‘ଅଗ୍ନିକୂଳ କସମସ୍‌’; ଶୁଭେଚ୍ଛା ଜଣାଇଲା ଇସ୍ରୋ

ରକେଟ ଉତକ୍ଷେପଣ ପାଇଁ ୪ ଥର ପ୍ରୟାସ କରାଯାଇଥିଲେ ବି ବୈଷୟିକ ତ୍ରୁଟିକୁ ନେଇ ସ୍ଥଗିତ ରଖାଯାଇଥିଲା । ତେବେ ପଞ୍ଚମ ଥର ଉତକ୍ଷେପଣ ସଫଳ ହୋଇଥିବା ସଂପୃକ୍ତ ସ୍ପେସ୍ ଷ୍ଟାର୍ଟଅପ କମ୍ପାନୀ ଅଗ୍ନିକୂଳ କସମସ ପକ୍ଷରୁ ସୂଚନା ଦିଆଯାଇଛି ।

Agnibaan SoRTed-01 mission

ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା । ଦେଶରେ ପ୍ରଥମ ଥର ପାଇଁ ସଫଳ ମହାକାଶ ପରୀକ୍ଷଣ କରିଛି ସ୍ବଦେଶୀ ଘରୋଇ ମହାକାଶ ଗବେଷଣା ସଂସ୍ଥା ଅଗ୍ନିକୂଳ କସମସ୍ । ଆଜି ସକାଳ ୭ଟା ୧୫ ମିନିଟରେ ଅଗ୍ନିବାଣ ନାମକ ରକେଟକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି । ଭାରତରେ ପ୍ରଥମ ଥର ପାଇଁ ଘରୋଇ ମହାକାଶ ସଂସ୍ଥା ଦ୍ବାରା ଶ୍ରୀହରିକୋଟା ସ୍ଥିତ ଘରୋଇ ରକେଟ ଲଂଚ ପ୍ୟାଡରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ୍ ଅଗ୍ନିବାଣର ସଫଳ ଉତକ୍ଷେପଣ ହୋଇଛି ।

ଅଧିକ ପଢ଼ନ୍ତୁ: ଚନ୍ଦ୍ରପୃଷ୍ଠରେ ଗଡ଼ିବ ଟ୍ରେନ୍‌, ନାସା ତିଆରି କରିବ ରେଲୱେ ଷ୍ଟେସନ୍‌

ରକେଟ ସଫଳ ଉତକ୍ଷେପଣ ହୋଇଥିବା ଇସ୍ରୋ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦିଆଯାଇଛି । ଏହି ରକେଟରେ ସେମି କ୍ରାୟୋଜେନିକ ଲିକୁଇଡ୍ ଇଂଜିନ ବ୍ୟବହାର ହୋଇଛି । ଏହାପୂର୍ବରୁ ରକେଟ ଉତକ୍ଷେପଣ ପାଇଁ ୪ ଥର ପ୍ରୟାସ କରାଯାଇଥିଲେ ବି ବୈଷୟିକ ତ୍ରୁଟିକୁ ନେଇ ସ୍ଥଗିତ ରଖାଯାଇଥିଲା । ତେବେ ପଞ୍ଚମ ଥର ଉତକ୍ଷେପଣ ସଫଳ ହୋଇଥିବା ସଂପୃକ୍ତ ସ୍ପେସ୍ ଷ୍ଟାର୍ଟଅପ କମ୍ପାନୀ ଅଗ୍ନିକୂଳ କସମସ ପକ୍ଷରୁ ସୂଚନା ଦିଆଯାଇଛି ।

ଅଗ୍ନିବାଣ SOrTeD(Suborbital Tech Demonstrator) ଏକ ସେମି-କ୍ରାୟୋଜୋନିକ ଇଞ୍ଜିନ ଦ୍ବାରା ପରିଚାଳିତ । ଯାହା ବ୍ୟାବସାୟିକ ଭାବରେ ଉପଲବ୍ଧ ଟର୍ବାଇନ ଇନ୍ଧନ କିମ୍ବା ମେଡିକାଲ ଗ୍ରେଡ୍ ତରଳ ଅମ୍ଳଜାନ ବ୍ୟବହାର କରିଥାଏ । ଏହା ୭୦୦କିଲୋମିଟର ଉଚ୍ଚତାକୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ନେବାର ସକ୍ଷମତା ରହିଥାଏ । ଏହି ଇଞ୍ଜିନ୍ ପରୀକ୍ଷା ଅଗ୍ନିକୁଳର ନିଜସ୍ୱ ଡାଟା ଅଧିଗ୍ରହଣ ପ୍ରଣାଳୀ ଏବଂ ଫ୍ଲାଇଟ୍ କମ୍ପ୍ୟୁଟର ଦ୍ୱାରା ପରିଚାଳିତ । ଏହା ଉଭୟ ନିମ୍ନ ଏବଂ ଉଚ୍ଚ କକ୍ଷପଥରେ ପହଞ୍ଚିପାରେ । ୧୦ରୁ ଅଧିକ ଲଞ୍ଚ ପୋର୍ଟରେ ପହଞ୍ଚିବା ପାଇଁ ଏହାର ଡିଜାଇନ୍ କରାଯାଇଛି ।

୨୦୧୭ରେ ଚେନ୍ନାଇରେ ମହାକାଶ ଗବେଷଣା ନେଇ ଷ୍ଟାର୍ଟଅପ ଆରମ୍ଭ କରିଥିଲେ ଦୁଇ ଜଣ ଏରୋସ୍ପେସ୍‌ ଇଂଜିନିୟର । ଆଜି ଉତକ୍ଷେପଣ ହୋଇଥିବା ରକେଟର ଓଜନ ୫୭୫ କେଜି ଓ ଏହା ୬.୨ ମିଟର ଲମ୍ବ । ଶ୍ରୀହରିକୋଟାରରୁ ଉତକ୍ଷେଣ ପରେ ଏହାକୁ ବଙ୍ଗୋପସାଗରରେ ପକାଯାଇଥିଲା । ଏହି ଘରୋଇ ମହାକାଶ ଗବେଷଣ ସଂସ୍ଥାର ସଫଳତା ପରେ ବିଶ୍ବ ମହାକାଶ ଅର୍ଥନୀତିରେ ଭାରତ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ।

ଅଧିକ ପଢ଼ନ୍ତୁ: ଇସ୍ରୋର ମିଶନ୍ ମଙ୍ଗଳୟାନ-୨, ମଙ୍ଗଳରେ ଅବତରଣ କରିବ ରୋଭର ଓ ହେଲିକପ୍ଟର

ଅଗ୍ନିକୁଳ କସମସର ସଫଳତା ନେଇ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି, " ଅଗ୍ନିକୁଲ ସଫଳତାର ସହିତ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ(SDSC-SHAR) ଲଞ୍ଚ ହୋଇଛି । ଏହା 3D ପ୍ରିଣ୍ଟେଡ୍ ରକେଟ୍ ଇଞ୍ଜିନ୍ ଏବଂ ସେମି-କ୍ରାୟୋଜୋନିକ ଇଞ୍ଜିନ ଦ୍ବାରା ପରିଚାଳିତ । ଏହାକୁ ଭାରତରେ ନିର୍ମାଣ କରାଯାଇଛି ।"

ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସେମି-କ୍ରାୟୋଜେନିକ୍ ଇଞ୍ଜିନ୍‌ରେ ଉତକ୍ଷେପଣ କରିନାହିଁ । ୨୦୨୩ ମସିହାରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟଲ୍ୟାଣ୍ଡିଂ କରିଥିଲା । ଏହି ଉପଲବ୍ଧିକୁ ନେଇ ସାରା ବିଶ୍ବରେ ପ୍ରଶଂସାଭାଜନ ହୋଇଥିଲା । ଏହାପରେ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-୧ ମଧ୍ୟ ସଫଳ ହୋଇଥିଲା । ତେବେ ଏହାରି ଭିତରେ ଭାରତ ବର୍ତ୍ତମାନ ୨୦୩୫ ସୁଦ୍ଧା ଏକ ଇଣ୍ଡିଆନ୍ ସ୍ପେସ୍ ଷ୍ଟେସନ୍ ସ୍ଥାପନ କରିବାକୁ ଏବଂ ୨୦୪୦ ସୁଦ୍ଧା ପ୍ରଥମ ଭାରତୀୟଙ୍କୁ ଚନ୍ଦ୍ରକୁ ପଠାଇବାକୁ ଲକ୍ଷ୍ୟ ରଖିଛି।

Rephrase with Ginger (Ctrl+Alt+E)