Commercial LPG cylinder price reduced across India
ପୁଣି କମିଲା କମର୍ସିଆଲ୍ LPG ଗ୍ୟାସ୍ ସିଲିଣ୍ଡର ଦାମ୍। ଗତ ମାସରେ ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ କମ୍ କରିଥିବା ବେଳେ ଚଳିତ ମାସ ଆରମ୍ଭରୁ ପୁଣି ଏହି ଦାମ୍ ହ୍ରାସ ପାଇଛି। ଆଜିଠୁ ନୂଆ ଦର ଲାଗୁ ହୋଇଛି। ଦାମ୍ କମ୍ ପରେ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ ଅନେକ ସହରରେ ଶସ୍ତା ହୋଇଛି।
ଦିଲ୍ଲୀରେ ୧୯ କେଜି କମର୍ସିଆଲ୍ LPG ଦର ୧୯୮ ଟଙ୍କା କମିଛି। ବର୍ତ୍ତମାନ ଏହି ଦାମ୍ ୨,୦୨୧ ଟଙ୍କା ରହିଛି। ପୂର୍ବରୁ ଏହା ୨,୨୧୯ ଟଙ୍କା ଥିଲା। ସେହିପରି କୋଲକାତାରେ ୧୮୨ ଟଙ୍କା, ମୁମ୍ବାଇରେ ୧୯୦ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୧୮୭ ଟଙ୍କା କମିଛି।
ସୂଚନାଥାଉ କି, ଜୁନ୍ ୧ରେ LPG ଗ୍ୟାସ୍ ସିଲିଣ୍ଡର ଦାମ୍ ୧୩୫ ଟଙ୍କା ହ୍ରାସ ପାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656647664.jpg)