Advertisment

ସ୍ତ୍ରୀକୁ ଭୁଲି ପାରୁନାହାନ୍ତି, ପ୍ରତିମୂର୍ତ୍ତିର ସେବାଯତ୍ନ କରୁଛନ୍ତି ସ୍ୱାମୀ

ମୁଁ କେବଳ ତାଙ୍କ ଇଚ୍ଛା ହିଁ ପୂରଣ କରିଛି।

ଅଦ୍ୟତନ ହୋଇଛି
Husband Brings Home Lifelike Silicone Statue Of Wife

After Losing Wife To Covid, Man Keeps Her Memory Alive

Advertisment

ଚାଲିଯାଇଥିବା ପ୍ରେମ, ଭଲପାଇବାକୁ ଜଣେ ଭୁଲିପାରିବ ବା କେମିତି ! ଯାହାଙ୍କୁ ୭ ଜନ୍ମ ପାଇଁ ସାଥୀ କରିଥିଲେ, ସେ ହାତ ଛାଡ଼ି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ପତ୍ନୀଙ୍କୁ ବିୟୋଗ ପରେ ଭୁଲି ନପାରି ସ୍ୱାମୀ ତିଆରି କଲେ ଅବିକଳ ପ୍ରତିମୂର୍ତ୍ତି। ଯାହା ଦେଖିବାକୁ ଜୀବନ୍ତ ପରି। ଏହାର ମୂଲ୍ୟ ହଜାରେ କି ଦୁଇ ହଜାର ନୁହେଁ, ବରଂ ଏହାର ମୂଲ୍ୟ ୨ ଲକ୍ଷ ୫୦ ହଜାର। 

Advertisment

ଭୟଙ୍କର ମହାମାରୀରେ କୋଲକାତାର ୬୫ ବର୍ଷୀୟା ଇନ୍ଦ୍ରାଣୀଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀଙ୍କ ସ୍ମୃତିରେ ସ୍ୱାମୀ ତାପସ ସାଣ୍ଡିଲ୍ୟ ଏକ ଅବିକଳ ପ୍ରତିମୂର୍ତ୍ତୀ ତିଆରି କରିବାକୁ ମନସ୍ଥ କରିଥିଲେ। ଶେଷରେ ସିଲିକନ୍‌ର ଏକ ପ୍ରତିମୂର୍ତ୍ତି ପାଇଁ ଅର୍ଡର ଦିଆଯାଇଥିଲା। ଏହି ପ୍ରତିମୂର୍ତ୍ତିଟି ସ୍ତ୍ରୀଙ୍କ ପ୍ରିୟ ରୁମ୍‌ରେ ରଖାଯାଇଛି। ଦେଖିଲେ ଲାଗିବ ସତେ ଯେପରି ଜୀବନ୍ତ। ସେ ଏକ ସୋଫା ଉପରେ ବସିଛନ୍ତି।  ଏହି ପ୍ରତିମୂର୍ତ୍ତିର ଓଜନ ୩୦ କେଜି ହେବ। ପ୍ରତିମୂର୍ତ୍ତିରେ ଆସାମର ସିଲ୍କ ଶାଢୀ ପିନ୍ଧାଯାଇଛି। ଆଉ ପ୍ରତିମୂର୍ତ୍ତି ପାଖରେ ବସି ସ୍ୱମୀ ବି ନିୟମିତ ସେବା ଯତ୍ନ କରୁଛନ୍ତି। ଏପରିକି ପତ୍ନୀଙ୍କ ମୁଣ୍ଡ ମଧ୍ୟ କୁଣ୍ଡେଇ ଦଉଛନ୍ତି। ଏ ଦୃଶ୍ୟ ଦେଖିଲେ ଆଖିରେ ଲୁହ ଆସିଯିବ।  

ସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ତିଆରି କରିବାକୁ କାହିଁକି ମନସ୍ଥ କଲେ ବୋଲି ତାପସଙ୍କୁ ପଚାରିବାରୁ ଉତ୍ତରରେ ସେ କହିଛନ୍ତି ଯେ, ''ଏହା ମୋ ସ୍ତ୍ରୀଙ୍କ ଇଚ୍ଛା ଥିଲା। ଦର୍ଶ ବର୍ଷ ତଳେ ମାୟାପୁର ସ୍ଥିତ ଇସ୍କନ ମନ୍ଦିରକୁ ଆମେ ଦୁହେଁ ଯାଇଥିଲୁ। ସେତେବେଳେ ଆମେ ଏକ ଏମିତି ପ୍ରତିମୂର୍ତ୍ତି ଦେଖିଥିଲୁ। ସେହି ପ୍ରତିମୂର୍ତ୍ତିକୁ ଦେଖି ମୋ ପତ୍ନୀ କହିଥଲେ ଯେ, ମୋ ମୃତ୍ୟୁ ପରେ ଏଭଳି ଏକ ପ୍ରତିମୂର୍ତ୍ତି ତିଆରି କରିବ । ୨୦୨୧ ମସିହା ମେ ୪ ତାରିଖରେ ମୋ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ମୁଁ କେବଳ ତାଙ୍କ ଇଚ୍ଛା ହିଁ ପୂରଣ କରିଛି।'' 

Advertisment

ସେ ଆହୁରି କହିଛନ୍ତି ଯେ ''ସ୍ଥପତି ସୁବିମଲ ଦାସ ଏହାକୁ ନିର୍ମାଣ କରିଛନ୍ତି। ଇନ୍ଦ୍ରାଣୀଙ୍କ ସିଲିକନ୍‌ର ପ୍ରତିମୂର୍ତ୍ତି ତିଆରି କରିବା ସୁବିମଲଙ୍କ ପାଇଁ ଚାଲେଂଜ ଥିଲା। ଏହାକୁ ତିଆରି କରିବା ପାଇଁ ତାଙ୍କ ୬ ମାସ ସମୟ ଲାଗିଥିଲା। ଆଉ ଶେଷରେ ମୋ ପତ୍ନୀଙ୍କ ଚେହେରାର ଅବିକଳ ପ୍ରତିମୂର୍ତ୍ତି ଅତି ସୁନ୍ଦର ଭାବେ ସେ ତିଆରି କରିଛନ୍ତି। ପ୍ରଥମେ ମୋର ପରିବାର ଏହାକୁ ବିରୋଧ କରିଥିଲେ। କିନ୍ତୁ କିଛି ପଡୋଶୀ ମୋତେ ସାହାଯ୍ୟ କରିଥିଲେ।'' 

Statue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ