karnatak
ମୁଖ୍ୟମନ୍ତ୍ରୀ ସର୍ବସାଧାରଣ ସ୍ଥାନରେ ଜଣେ ପୋଲିସ ଅଫିସରଙ୍କୁ ଚାପୁଡା ମାରିବାକୁ ହାତ ଉଠେଇଦେଲେ । ଅପମାନିତ ବୋଧ କଲେ ପୋଲିସ ଅଫିସର୍ । ସୋସିଆଲ୍ ମିଡିଆରେ ଏହାକୁ ନେଇ ଚାଲିଲା ବାଦବିବାଦ । ଶେଷରେ ପୋଲିସ ଅଫିସରଜଣକ ଚାକିରିରୁ ସ୍ୱେଚ୍ଛାକୃତ ଅବସର ବା ଭିଆରଏସ୍ ନେବାକୁ କରିଛନ୍ତି ଆବେଦନ ।
ବେଲଗାଭିରେ ଏକ ରାଲି ସମୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏଏସପି ଏନ୍ ବାରାମନିଙ୍କୁ ଚାପୁଡା ମାରିବା ଭଳି ଇଙ୍ଗିତ କରିଥିଲେ । ଏହି ଘଟଣାକୁ ନେଇ ଏବେ କର୍ଣ୍ଣାଟକ ରାଜନୀତିରେ ସୃଷ୍ଟି ହୋଇଛି ଝଡ଼ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅପମାନିତ ହୋଇଥିବା କାରଣରୁ ସେ ଚାକିରି ଛାଡିବାକୁ ଚାହୁଁଛନ୍ତି ବୋଲି ତାଙ୍କ ଆବେଦନପତ୍ରରେ ଦର୍ଶାଇଛନ୍ତି ।
ଗତ ଏପ୍ରିଲ ୧୮ ତାରିଖରେ ଦରଦାମ୍ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ରାଲି କରାଯାଇଥିଲା । ଏହାର ନେତୃତ୍ୱ ନେଇଥିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଏହି ରାଲିର ଷ୍ଟେଜ୍ ଆରେଞ୍ଜମେଣ୍ଟ ଦେଖିବା ଦାୟିତ୍ୱ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ବାରାମନିଙ୍କୁ ଦିଆଯାଇଥିଲା ।
ବାରାମନି ତାଙ୍କ ପତ୍ରରେ ଲେଖିଛନ୍ତି, ଅଧସ୍ତନ ସହକର୍ମୀଙ୍କ ସହ ମିଶି ସବୁ କିଛି ଠିକଠାକ୍ ଆରେଞ୍ଜ କରିଥିଲି । ଏହି ସଭାରେ ରାଜ୍ୟ ସରକାରଙ୍କ ବହୁ ମନ୍ତ୍ରୀ ଓ ଜାତୀୟ ସ୍ତରର କଂଗ୍ରେସ ନେତାମାନେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତ ମୋତେ ଗଭୀର ଆଘାତ ଦେଇଥିଲା । ମୁଁ ତାଙ୍କୁ ଜବାବ ଦେବି ବୋଲି ଭାବିଥିଲି । କିନ୍ତୁ ଏହା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ ବୋଲି ଭାବି ନିଜକୁ ସମ୍ଭାଳି ନେଇଥିଲି । କିନ୍ତୁ ସେହି ଦିନଠାରୁ ମୁଁ ମାନସିକ ଚାପରେ ଅଛି ।
ଭିଆରଏସ୍ କଥା ପଦାକୁ ଆସିବା ପରେ ବିଜେପି ନେତା ଅମିତ ମାଲବ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷମା ମାଗିବାକୁ ସେ ଦାବି କରିଛନ୍ତି । ଏପରିକି ପୋଲିସ ଅଫିସରଜଣକ ତାଙ୍କ ଭିଆରଏସ୍ ଆବେଦନ ଫେରାଇ ନେକୁ ମୁଖ୍ୟମନ୍ତ୍ରୀ ତାଙ୍କୁ କୁହନ୍ତୁ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/karnatak_1751554173.jpg)