Advertisment

ଅଗ୍ନିବୀରଙ୍କୁ ଛୁଟିଲାଣି ଅଫର୍‌ର ସୁଅ, ଆନନ୍ଦ ମହିନ୍ଦ୍ରାଙ୍କ ପରେ RPG ଗ୍ରୁପ୍‌ ଦେଲା ଚାକିରି ଅଫର୍

ଶୃଙ୍ଖଳିତ ଏବଂ ଦକ୍ଷତା ସମ୍ପନ୍ନ ଅଗ୍ନିବୀରଙ୍କୁ RPG ଗ୍ରୁପ୍ ଅଫ୍‌ କମ୍ପାନୀରେ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ସେ ନିଜ ଟ୍ୱିଟ୍‌ରେ ଆହୁରି କହିଛନ୍ତି ଯେ, ଆଗ୍ନିବୀରଙ୍କୁ ନିଯୁକ୍ତି ଦେବା ପାଇଁ ଅଧିକରୁ ଅଧିକ କମ୍ପାନୀ ଆଗକୁ ଆସନ୍ତୁ ।

ଅଦ୍ୟତନ ହୋଇଛି
Harsh Goenka

Harsh Goenka

Advertisment

ଅଗ୍ନିବୀରଙ୍କୁ ଛୁଟିଲାଣି ଅଫର୍‌ର ସୁଅ । ଆନନ୍ଦଙ୍କ ପରେ ହର୍ସ ଗୋଏଙ୍କା ଦେଲେ ଅଗ୍ନିବୀରଙ୍କ ପାଇଁ ଅଫର । ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ସ୍କିମ୍‌କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏବେ ଅଗ୍ନିବୀରଙ୍କ ପାଇଁ ଆସୁଛି ଗୋଟିଏ ପରେ ଗୋଟିଏ ଅଫର ।

Advertisment

ଆଜି ସକାଳେ ପ୍ରଥମେ ମହିନ୍ଦ୍ର ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଅଗ୍ନିବୀରଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ଦେବେ ବୋଲି କହିଥିଲେ । ଏବେ ତାଙ୍କ ସହ ତାଳ ଦେଇ ହର୍ସ ଗୋଏଙ୍କା ମଧ୍ୟ ସମାନ ଅଫର ଦେଇଛନ୍ତି । ଶୃଙ୍ଖଳିତ ଏବଂ ଦକ୍ଷତା ସମ୍ପନ୍ନ ଅଗ୍ନିବୀରଙ୍କୁ RPG ଗ୍ରୁପ୍ ଅଫ୍‌ କମ୍ପାନୀରେ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ସେ ନିଜ ଟ୍ୱିଟ୍‌ରେ ଆହୁରି କହିଛନ୍ତି ଯେ, ଅଗ୍ନିବୀରଙ୍କୁ ନିଯୁକ୍ତି ଦେବା ପାଇଁ ଅଧିକରୁ ଅଧିକ କମ୍ପାନୀ ଆଗକୁ ଆସନ୍ତୁ ।

Advertisment

ତେବେ ଏବେ ବି ‘ଅଗ୍ନିପଥ’ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ ଆନନ୍ଦ ମହିନ୍ଦ୍ରା ଦୁଃଖ ପ୍ରକାଶ କରିଛନ୍ତି । ବିରୋଧ ପ୍ରଦର୍ଶନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ନିବୀରଙ୍କ ପାଇଁ ପ୍ରଥମେ ବୟସ ସୀମା ବୃଦ୍ଧି କରାଯାଇଥିଲା । ଏହା ପରେ ଅଗ୍ନିବୀରଙ୍କ ପାଇଁ ବେତନ, ୟୁନିଫର୍ମ ଓ ଛୁଟି ବ୍ୟବସ୍ଥା ନେଇ ବାୟୁସେନା ବିସ୍ତୃତ ତଥ୍ୟ ଜାରି କରିଛି । ୧ କୋଟି ଟଙ୍କାର ଜୀବନ ବୀମା ସହ କ୍ୟାଣ୍ଟିନ ସୁବିଧା, ବର୍ଷକୁ ୩୦ ଦିନର ଛୁଟି, ଏହାବାଦ୍ ସ୍ୱତନ୍ତ୍ର ମେଡିକାଲ ଛୁଟି ସହ ଅନେକ ସୁବିଧା ଅଗ୍ନିବୀରଙ୍କ ପାଇଁ ଘୋଷଣା କରାଯାଇଛି ।

ଅଗ୍ନିବୀରଙ୍କ ପାଇଁ ଏସବୁ ଘୋଷଣା ସତ୍ତ୍ୱେ ମଧ୍ୟ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରାଯାଉଛି। ଏପରିକି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ମଧ୍ୟ ଦିଆଯାଇଛି। ବିରୋଧ ପ୍ରଦର୍ଶନକୁ ନେଇ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଦୁଃଖ ପ୍ରକାଶ କରିଛନ୍ତି। ଏସବୁ ଭିତରେ ସେ ବଡ଼ ଘୋଷଣା କରିଥିଲେ । ଏହି ଯୋଜନା ଅନ୍ତର୍ଗତ ତାଲିମପ୍ରାପ୍ତ ଯବାନଙ୍କୁ ଚାକିରି ଦେବା ପାଇଁ ସେ ଘୋଷଣା କରିଛନ୍ତି।

Advertisment

ଆଜି ସକାଳେ ଟ୍ୱିଟ୍‌ କରି ସେ କହିଛନ୍ତି, ‘ଅଗ୍ନିପଥ ଯୋଜନାକୁ ନେଇ ଜାରି ରହିଥିବା ବିରୋଧ ପ୍ରଦର୍ଶନ ଅତ୍ୟନ୍ତ ଦୁଃଖ ଦାୟକ । ଗତବର୍ଷ ଯେତେବେଳେ ଏହି ଯୋଜନାକୁ ନେଇ ବିଚାର ବିମର୍ଷ ଚାଲିଥିଲା, ସେତେବେଳେ ବି ମୁଁ କହିଥିଲି ଓ ଏବେ ମଧ୍ୟ ସମାନ କଥାକୁ ଦୋହରାଉଛି ଯେ, ଏହି ଯୋଜନା ଅନ୍ତର୍ଗତ ତାଲିମପ୍ରାପ୍ତ ଅଗ୍ନିବୀରଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ମହିନ୍ଦ୍ରା ଗ୍ରୁପ୍‌ ଏପରି ତାଲିମପ୍ରାପ୍ତ, ଦକ୍ଷ ଯୁବକମାନଙ୍କ ନିଯୁକ୍ତିକୁ ସ୍ୱାଗତ କରୁଛି।’

Agnipath Agniveer Anand Mahinda Harsh Goenka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ