• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅଜବ ପ୍ରେମର ଗଜବ କାହାଣୀ

  • ବିବାହର ୧୭ ଦିନ ପରେ ପ୍ରେମିକ ଘରକୁ ପଳାଇଲେ ନବବିବାହିତା

  • ଥାନାରେ ହେଲା ଏଗ୍ରିମେଣ୍ଟ୍, ଏବେ ପ୍ରେମିକ ସହ ରହିବେ ନବବିବାହିତା

ରାଞ୍ଚି : ସିନେମା ନୁହେଁ ଏ ସତ କାହାଣୀ । ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି । ବିବାହର ମାତ୍ର ୧୭ ଦିନ ପରେ ସ୍ୱାମୀ , ପରିବାର ଛାଡ଼ି ନବବିବାହିତା ପ୍ରେମିକ ପାଖକୁ ପଳାଇ ଯାଇଥିଲା । ବୋହୂ ଫେରାର ମାରିଲା ପରେ ଶାଶୂ ଘର ଲୋକେ ଝିଅର ବାପ ଘରକୁ ଖବର ଦେଇଥିଲା । ସନ୍ଦେହ ଆଧାରରେ ନବିବିବାହିତାର ପ୍ରମିକ ଘରକୁ ଯାଇଥିଲେ ଉଭୟ ପରିବାର ଲୋଖ । ତେବେ ସେମାନଙ୍କ ସନ୍ଦେହ ସତରେ ପରିଣତ ହୋଇଥିଲା, ପ୍ରେମିକ ଘରେ ଥିଲା ସ୍ତ୍ରୀ । ଏହାପରେ ବାପ ଘର ଲୋଖ ଓ ଶାଶୁ ଘର ଲୋକ ସାମାଜିକ ରୀତିନୀତିର ଦ୍ୱାହି ଦେଇ ଝିଅକୁ ଅନେକ ବୁଝାସୁଝା କରିଥିଲେ । କିନ୍ତୁ ନବବିବାହିତା ଜଣକ ନିଜ ଜିଦରେ ଅଡ଼ି ବସିଥିଲେ । ସ୍ତ୍ରୀର ଜିଦ୍ ଦେଖି ପ୍ରେମିକ ସହ ରହିବାକୁ ଅନୁମତି ଦେଇଥିଲେ ସ୍ୱାମୀ । ତେବେ ଏନେଇ ଥାନାରେ ଏକ ଏଗ୍ରିମେଣ୍ଟ୍ କରାଯାଇଥିଲା ।

ଝାଡଖଣ୍ଡର ରାଜଧାନୀ ରାଞ୍ଚିର ସୁଖଦେବନଗରରେ ରହୁଥିବା ଜଣେ ଯୁବତୀ ଚିପ୍ରା ଜଣେ ନିବାସୀ ଯୁବକଙ୍କୁ ବିବାହ କରିଥିଲେ । ‍ଉଭୟ ପରିବାର ସହମତି କ୍ରମେ ଖୁବ ଧୁମଧାମରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କିନ୍ତୁ ବିବାହ ପର ଠାରୁ ହିଁ ସ୍ୱାମୀ ଠାରୁ ଦୂରେଇ ରହୁଥିଲେ ନବବିବାହିତା । ସବୁବେଳେ ଗୁମସୁମ୍ ରହିବା ସହ ଶାଶୂଘର ଲୋକଙ୍କ ସହ କଥା ହେଉନଥିଲେ । ତେବେ ଘରକୁ ନୂଆ ଆସୁଥିବାରୁ ବୋହୂକୁ ଭଲ ଲାଗୁନଥିବା ଭାବି ଘଟଣାକୁ ହାଲୁକାରେ ନେଇଥିଲେ ଶାଶୂଘର ଲୋକ । କିନ୍ତୁ ବିବାହର ମାତ୍ର ୧୭ ଦିନ ପରେ ଘରୁ ଲୁଚି କୁଆଡ଼େ ପଳାଇ ଯାଇଥିଲେ ନବବିବାହିତା ।

ବୋହୂ ଘର ଛାଡ଼ି ପଳାଇବା ପରେ ଶାଶୂଘର ଲୋକ ଚିନ୍ତାରେ ପଡ଼ି ଯାଇଥିଲେ । ଅନେକ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନମିଳିବାରୁ କନ୍ୟାପକ୍ଷରୁ ଖବର ଦେଇଥିଲେ । ଘର ଲୋକଙ୍କୁ ପଚାରିବା ପରେ ଜଣାପଡ଼ିଲା ବିବାହ ପୂର୍ବରୁ ଅନ୍ୟ ଜେଣ ଯୁବକକୁ ପ୍ରେମ କରୁଥିଲେ ତଥା ବିବାହ କରିବାକୁ ଚାହୁଁଥିଲେ ନବବିବାହିତା । ତାଙ୍କ ମା ଏକଥା ଜାଣିଥିଲେ ସୁଦ୍ଧା ଝିଅକୁ ଅନ୍ୟ ଜଣେ ଯୁବକ ସହ ବିବାହ କରାଇ ଦେଇଥିଲେ।

ତେବେ ବିବାହ ପରେ ମଧ୍ୟ ସେ ନିଜ ପ୍ରେମିକଙ୍କ ସହ ଫୋନରେ କଥା ହେଉଥିଲେ ଏବଂ ଦିନେ ସେ ସୁଯୋଗ ପାଇବା ଘରୁ ପଳାଇ ଯାଇଥିଲେ। ଏହି ପ୍ରସଙ୍ଗରେ ଫେରାର ହୋଇଯାଇଥିବା କନ୍ୟାର ପ୍ରେମିକ କହିଛନ୍ତି, ଦୁଇ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । କନ୍ୟାର ପରିବାର ଲୋକ ଏ ସମ୍ମନ୍ଧରେ ଜାଣିଥିଲେ ସୁଦ୍ଧା ଝିଅକୁ ଜୋରଜବରଦସ୍ତି ଅନ୍ୟଠାରେ ବିବାହ ଦେଇଥିଲେ ।

ନବିବାହିତା ଫେରାର ହେବା ପରେ ତାକୁ ପ୍ରେମିକ ସହ ରହିବା ପାଇଁ ଅନୁମତି ଦେଇଛନ୍ତି ଉଭୟ ପରିବାର ଲୋକ । ତେବେ ଏନେଇ ଥାନାରେ ଅଭିଯୋଗ କରିଥିଲେ ବର ପକ୍ଷ ଲୋକେ । ଜୁଲାଇ ୨୦ରେ ରାଟୁ ବ୍ଲକ ପୋଲିସ ମୁଖ୍ୟାଳୟକୁ ଡକାଯାଇଥିଲା ଫେରାର କନ୍ୟାର ପ୍ରେମିକକୁ ଡକାଇଯାଇଥିଲା । ଏହା ପରେ ଏକ ଚୁକ୍ତିନାମା କାଗଜ ପ୍ରସ୍ତୁତ କରାଯାଇଥିଲା, ଯେଉଁଥିରେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ପ୍ରେମିକ ସହିତ ରହିବାକୁ ଅନୁମତି ଦେଇଥିଲେ । ସେହିପରି ପ୍ରେମିକ ମଧ୍ୟ ଏହି ଚୁକ୍ତିନାମା ସ୍ୱାକ୍ଷର କହିଛନ୍ତି । କୌଣସି ପରିସ୍ଥିତିରେ ବି ପ୍ରେମିକାର ହାତ ନଛାଡ଼ିବା ସହ ତାକୁ ଜୀବନସାଥୀ କରିବାକୁ ଚୁକ୍ତି କରିଛନ୍ତି ।