Advertisment

Work From Home Advisory: ପ୍ରବଳ ବର୍ଷାରେ ବେହାଲ ସ୍ଥିତି: ଘରୁ କାମ କରିବେ କର୍ମଚାରୀ, ହେବ ଅନଲାଇନ କ୍ଲାସ

ଗୁରୁଗ୍ରାମରେ ପ୍ରବଳ ବର୍ଷାରେ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି ଏବଂ NH-48 ରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନଲାଇନ କ୍ଲାସ କରିବାକୁ ଏବଂ ଘରୋଇ ଅନୁଷ୍ଠାନମାନଙ୍କୁ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛି।

Rain

Rain

Advertisment

ସୋମବାର ଦିନ ଗୁରୁଗ୍ରାମରେ ଲଗାତାର ବର୍ଷା ହେବା ଫଳରେ ପ୍ରବଳ ଟ୍ରାଫିକ ପରିସ୍ଥିତି ଉପୁଜିଥିଲା। ଘଣ୍ଟା ଘଣ୍ଟା ଧରି ଲୋକମାନେ ଟ୍ରାଫିକରେ ଫସିଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (DDMA) କମ୍ପାନୀଗୁଡ଼ିକୁ ଏକ ପରାମର୍ଶ ଜାରି କରିଛନ୍ତି, କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ଅନୁମତି ଦେବାକୁ କହିଛନ୍ତି। ସେପ୍ଟେମ୍ବର ୨ ରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୱାର୍କ ଫ୍ରମ ହୋମ କରିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଏତଦବ୍ୟତୀତ ଅନଲାଇନ୍ କ୍ଲାସ୍ କରିବାକୁ ମଧ୍ୟ ପରାମର୍ଶ ଜାରି କରାଯାଇଛି।

Advertisment

ସୋମବାର ଦିନ ହରିୟାଣାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ଆଗାମୀ ଦିନରେ ଆହୁରି ବର୍ଷା ପାଇଁ ସତର୍କ ସୂଚନା ଜାରି ହୋଇଛି। ଗତ କିଛି ଦିନ ଧରି ନିରନ୍ତର ବର୍ଷା ଯୋଗୁଁ ସୋମବାର ଯମୁନା ସମେତ କିଛି ନଦୀର ଜଳସ୍ତର ବୃଦ୍ଧି ପାଇଛି। ତେଣୁ ଯମୁନାନଗର ଜିଲ୍ଲାର ହଥନିକୁଣ୍ଡ ବ୍ୟାରେଜର ଗେଟ୍ ଖୋଲା ଯାଇଛି।

ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଗୁରୁଗ୍ରାମରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଯାହା ଫଳରେ ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଏବଂ ପ୍ରବଳ ଯାତାୟାତ ସମସ୍ୟା ସୃଷ୍ଟି ହୋଇଛି। ଲୋକମାନେ ଘଣ୍ଟା ଘଣ୍ଟା ଧରି ଜାତୀୟ ରାଜପଥ ୪୮ରେ ଭିଡ ଭିତରେ ଫସି ରହିଥିଲେ।
ପାଗକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ, ଅଯଥା ଘରୁ ବାହାରକୁ ନ ବାହାରିବା ଏବଂ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

Advertisment

ଅଧିକ ପଢନ୍ତୁ: ହେଲମେଟ ନଥିଲେ ପେଟ୍ରୋଲ ମନା: ବାଇକ ଆରୋହୀଙ୍କ ପାଇଁ ନୂଆ ନିୟମ

Gurugram Heavy Rain Work From Home
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ