Advertisment

ଭାରତୀୟ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଡମିରାଲ୍ ଦିନେଶ ତ୍ରିପାଠୀ

୧୯୮୫ ଜୁଲାଇ ୧ରେ ନୌସେନାରେ ଯୋଗ ଦେଇଥିଲେ । ସେ ଭାରତୀୟ ନୌସେନାର ସବୁଠାରୁ ବରିଷ୍ଠ ଅଧିକାରୀ। ପାଶ୍ଚାତ୍ୟ ନାଭାଲ କମାଣ୍ଡରେ ଫ୍ଲାଗ୍ ଅଫିସର କମାଣ୍ଡିଂ ସହିତ ବିଭିନ୍ନ ପଦବୀରେ ରହି କାର୍ଯ୍ୟଭାର ସମ୍ଭାଳିଥିଲେ । ଆଜି ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ତାଙ୍କ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି।

ଅଦ୍ୟତନ ହୋଇଛି
Navy Chef Admiral Dinesh K Tripathi

Admiral Dinesh K Tripathi

Advertisment

ନୌସେନାର ମୁଖ୍ୟ ଭାବେ ଦାୟିତ୍ବ ନେଲେ ଆଡମିରାଲ ଦିନେଶ କୁମାର ତ୍ରିପାଠୀ । ପୂର୍ବରୁ ସେ ନୌସେନାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ନୌସେନାର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆର.ହରି କୁମାର ଅବସର ନେବା ପରେ କେନ୍ଦ୍ର ସରକାର ଆଡମିରାଲ ଦିନେଶ କୁମାରଙ୍କୁ ନୌସେନା ମୁଖ୍ୟ ବାବେ ନିଯୁକ୍ତି ପ୍ରଦାନ କରିଛନ୍ତି ।

Advertisment

ନୌସେନା କ୍ଷେତ୍ରରେ ତାଙ୍କର ୪୦ ବର୍ଷର ଅଭିଜ୍ଞତା ରହିଛି। ୧୯୮୫ ଜୁଲାଇ ୧ରେ ସେ ନୌସେନାରେ ଯୋଗ ଦେଇଥିଲେ । ସେ ଭାରତୀୟ ନୌସେନାର ସବୁଠାରୁ ବରିଷ୍ଠ ଅଧିକାରୀ। ପାଶ୍ଚାତ୍ୟ ନାଭାଲ କମାଣ୍ଡରେ ଫ୍ଲାଗ୍ ଅଫିସର କମାଣ୍ଡିଂ ସହିତ ବିଭିନ୍ନ ପଦବୀରେ ରହି କାର୍ଯ୍ୟଭାର ସମ୍ଭାଳିଥିଲେ । ଆଜି ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ତାଙ୍କ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି।

ଅଧିକ ପଢ଼ନ୍ତୁ: ଆବୁଝାମାଡ଼ ଜଙ୍ଗଲରେ DRG ଓ STFର ମିଳିତ କମ୍ବିଂ; ୪ମାଓବାଦୀ ନିହତ

Advertisment

ରିୱା ସୈନିକ ସ୍କୁଲ୍‌ ଓ ନ୍ୟାସ୍‌ନାଲ୍ ଡିଫେନ୍ସ ଆକାଡେମୀରେ ପାଠ ପଢ଼ିଥିବା ଶ୍ରୀ ତ୍ରିପାଠୀ ୧୯୮୫ ମସିହା ଜୁଲାଇ ୧ ତାରିଖରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ନୌସେନାରେ ସେ ବିଭିନ୍ନ ପଦପଦବୀରେ ରହିଛନ୍ତି। ଜଣେ ଯୋଗାଯୋଗ ଓ ଇଲେକ୍ଟ୍ରିକ ଯୁଦ୍ଧ ବିଶେଷଜ୍ଞ ଭାବେ ସେ ନୌସେନାର ଫ୍ରଣ୍ଟଲାଇନ ଯୁଦ୍ଧ ଜାହାଜରେ ଏକ ସିଗନାଲ କମ୍ୟୁନିକେସନ୍ ଅଫିସର ଏବଂ ଇଲେକ୍ଟ୍ରୋନିକ୍ ୱାରଫେୟାର ଅଫିସର ଭାବରେ କାର୍ଯ୍ୟ କରିଥିଲେ। ଏବଂ ପରେ ଗାଇଡ୍ ମିସାଇଲ୍ ବିନାଶକାରୀ INS ମୁମ୍ବାଇର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପ୍ରିନ୍ସିପାଲ୍ ୱାର୍‌ଫେୟାର ଅଫିସର ଭାବରେ କାର୍ଯ୍ୟ କରିଛନ୍ତି। ମଧ୍ୟପ୍ରଦେଶର ସତ୍‌ନାରେ ସେ ଜନ୍ମ ଗ୍ରହଣ କରିଥିଲେ।

ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅପରେସ୍‌ନାଲ ଓ ଷ୍ଟାଫ୍ ଆପଏଣ୍ଟମେଣ୍ଟ ନିଯୁକ୍ତ ହୋଇଛନ୍ତି। ଯେଉଁଥିରେ ମୁମ୍ବାଇରେ ୱେଷ୍ଟର୍ନ ଫ୍ଲାଇଟ୍ର ଫ୍ଲିଟ୍ ଅପରେସନ୍ ଅଫିସର, ନାଭାଲ୍ ଅପରେସନ୍ସର ନିର୍ଦ୍ଦେଶକ, ମୁଖ୍ୟ ନିର୍ଦ୍ଦେଶକ ନେଟୱାର୍କ ସେଣ୍ଟ୍ରିକ୍ ଅପରେସନ୍ ଏବଂ ନୂଆଦିଲ୍ଲୀରେ ନାଭାଲ୍ ପ୍ଲାନର ମୁଖ୍ୟ ନିର୍ଦ୍ଦେଶକ ପଦରେ ରହି ସାରିଛନ୍ତି। ୨୦୧୯ରେ ତାଙ୍କର ଭାଇସ୍ ଆଡ୍‌ମିରାଲ ପଦକୁ ପଦୋନ୍ନତି ହୋଇଥିଲା।

Advertisment
Navy Indian Navy Chief
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ