Advertisment

କେଉଁ ଦୁଇ ଜଣ ହେବେ ନିର୍ବାଚନ କମିଶନର, ମିଟିଂ ପରେ ନାଁ ଘୋଷଣା କଲେ ଅଧୀର ରଞ୍ଜନ ଚୌଧୁରୀ

ଏହି ଦୁଇ ନାଁରେ ଯଦି ମୋହର ଲାଗେ ତାହେଲେ ସୁଖବୀର ସାନ୍ଧୁ ଓ ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ନିର୍ବାଚନ କମିଶନର ହେବେ।

ଅଦ୍ୟତନ ହୋଇଛି
New Election Commissioner Announced

Election Commissioner

Advertisment

ଖୁବ୍‌ଶୀଘ୍ର ଦେଶକୁ ମିଳିବ ଖାଲି ପଡ଼ିଥିବା ଦୁଇ ନିର୍ବାଚନ କମିଶନର। ଦୁଇ ବରିଷ୍ଠ IAS ଅଧିକାରୀ ସୁଖବୀର ସାନ୍ଧୁ ଓ ଜ୍ଞାନେଶ କୁମାରଙ୍କ ନାଁକୁ ମନୋନୀତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଲୋକସଭାରେ କଂଗ୍ରେସ ଦଳ ମୁଖ୍ୟ ତଥା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ପ୍ୟାନେଲ୍‌ର ସଦସ୍ୟ ଅଧିର ରଞ୍ଜନ ଚୌଧୁରୀ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭାରେ କଂଗ୍ରେସ ଦଳ ମୁଖ୍ୟ ଏବଂ କେନ୍ଦ୍ର ଆଇନ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ତିନି ଜଣିଆ ପ୍ୟାନେଲ୍ ସୁଖବୀର ସାନ୍ଧୁ ଓ ଜ୍ଞାନେଶ କୁମାରଙ୍କ ନାଁକୁ ମନୋନୀତ କରିଥିବା ଅଧିର ରଞ୍ଜନ ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଯଦି, ଏହି ଦୁଇ ନାଁରେ ମୋହର ଲାଗେ ତାହେଲେ ସୁଖବୀର ସାନ୍ଧୁ ଓ ଜ୍ଞାନେଶ କୁମାର ଦେଶର ପରବର୍ତ୍ତି ନିର୍ବାଚନ କମିଶନର ହେବେ। ଏବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ବ୍ୟତୀତ ଅନ୍ୟ ଦୁଇଟି ପଦବୀ ଖାଲି ରହିଛି।

ଅଧିକ ପଢ଼ନ୍ତୁ: ଆଉ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି, ଏଥର ବି ନାହିଁ ଓଡ଼ିଶା

Advertisment

ଅଧିର ରଂଜନ ଦାବି କରିଛନ୍ତି ଯେ ଜ୍ଞାନେଶ କୁମାର କେରଳର ହୋଇଥିବାବେଳେ ସୁଖବୀର ସାନ୍ଧୁ ପଞ୍ଜାବର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଏହି ଚୟନ ପ୍ରକ୍ରିୟାକୁ ସମର୍ଥନ କରନ୍ତି ନାହିଁ। କଂଗ୍ରେସ ନେତା କହିଛନ୍ତି ଯେ ସେ ଗତକାଲି ରାତିରେ ୨୧୨ ଜଣଙ୍କ ନାମର ଏକ ତାଲିକା ପାଇଥିଲେ। ଏତେ କମ୍ ସମୟ ମଧ୍ୟରେ ୨୧୨ ଜଣଙ୍କ ନାମ ଯାଞ୍ଚ ଏବଂ ସମୀକ୍ଷା କରିବା ସମ୍ଭବ ନୁହେଁ। ଏହି ବୈଠକରେ ୨୧୨ଟି ମଧ୍ୟରୁ ସରକାର ୬ଟି ନାମ ଦେଇଥିଲେ।

ସୂଚନା ଅନୁସାରେ ଗତ ମାସରେ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ସେ ଅବସର ନେବା ପରେ ଗୋଟିଏ ପଦବୀ ଖାଲି ଥିଲା। ତେବେ କିଛି ଦିନ ତଳେ ହଠାତ୍‌ ଅରୁଣ ଗୋଏଲ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଥିଲେ। ଯାହାଫଳରେ ଦୁଇ ନିର୍ବାଚନ କମିଶନରଙ୍କ ପଦବୀ ଖାଲି ପଡ଼ିଥିଲା। ତେବେ ଏହି ଏହି ଦୁଇ ପଦବୀ ପୂରଣ ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜଣେ ମନ୍ତ୍ରୀ ଏବଂ ଜଣେ ବିରୋଧୀ ଦଳର ନେତାଙ୍କୁ ନେଇ ବୈଠକ ବସିଥିଲା, ଯେଉଁଥିରେ ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାରଙ୍କୁ ନିର୍ବାଚନ କମିଶନର ନିଯୁକ୍ତ ନେଇ ନିଷ୍ପତ୍ତି ନିଆଯାଇଛି।

Advertisment
Adhir Ranjan Chowdhry Election Commissioner General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ