Advertisment

ଲିଫ୍ଟ ଭିତରେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ !

ଏସି ମରାମତି କରୁଥିବା ଜଣେ ବ୍ୟକ୍ତି ରେସିଡେନ୍ସିଆଲ୍‌ ବିଲ୍‌ଡିଂର ଲିଫ୍ଟ ଭିତରେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାଭି ମୁମ୍ବାଇରେ ଏହି ଲଜ୍ଜାକର ଘଟଣା ଘଟିଛି।

author-image
Rajalaxmi Sahoo
AC Mechanic Allegedly Rapes 5 Year Old Girl In Maharashtra

AC Mechanic Allegedly Rapes 5 Year Old Girl In Maharashtra

ଲିଫ୍ଟ ଭିତରେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ! ଏସି ମରାମତି କରୁଥିବା ଜଣେ ବ୍ୟକ୍ତି ରେସିଡେନ୍ସିଆଲ୍‌ ବିଲ୍‌ଡିଂର ଲିଫ୍ଟ ଭିତରେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ରର ନାଭି ମୁମ୍ବାଇରେ ଏହି ଲଜ୍ଜାକର ଘଟଣା ଘଟିଛି। ଅଭିଯୁକ୍ତକୁ ଗିରଫ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ତଲୋଜା ଅଞ୍ଚଳରେ ଏହି ଘଟଣା ଘଟିଛି।

Advertisment

ପୋଲିସ୍‌ ସୂଚନା ଅନୁସାରେ, ‘୧୯ ବର୍ଷୀୟ ଯୁବକ ବିଲ୍‌ଡିଂରେ ଏସି ମରାମତି କରିବା ପରେ ପାର୍କିଂ ଏରିଆରେ ନାବାଳିକା ଜଣକ ଖେଳୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ୫ ବର୍ଷର ଶିଶୁକୁ ଲିଫ୍ଟ ଭିତରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏହାପରେ ଶିଶୁଟି ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଶିଶୁଟିର ମା’ ବିଲ୍‌ଡିଂରୁ ତଳକୁ ଓହ୍ଲାଇବା ପରେ ଅଭିଯୁକ୍ତ ଜଣକ ସେଠାରେ ଥିବା ଦେଖିବାକୁ ପାଇଥିଲେ। ବିଲ୍‌ଡିଂର ସୁରକ୍ଷାକର୍ମୀ ଓ ଅନ୍ୟ ଲୋକମାନେ ଅଭିଯୁକ୍ତକୁ ଧରି ପୋଲିସ୍‌ ଜିମା ଦେଇଥିଲେ। ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। 

Advertisment
Minor Girl Rape
Advertisment
Advertisment