ଆମ ଓଡ଼ିଆରେ ଗୋଟିଏ କଥା ଅଛି ‘ବିଲେଇ କପାଳକୁ ଶିକା ଛିଣ୍ଡିଲା ।’ ଆମେ ହଠାତ୍ ଏମିତି କଥା କାହିଁକି କୁହୁଛୁ ଆପଣ ବୁଝି ପାରୁନଥିବେ । ଆଜ୍ଞା ହଁ.. ଆମେ ଏଇ କଥା ଏଇଥିପାଇଁ କହୁଛୁ ଯେ, ଏବେ ସୋସିଆଲ ମିଡିଆରେ ଗୋଟିଏ ଫଟୋ ଖୁବ୍ ଭାଇରାଲ ହେଉଛି । ଆଉ ସେହି ଫଟୋକୁ ନେଇ ଆପ୍କୁ ତାତ୍ସଲ୍ୟ କରୁଛି ବିଜେପି । ଏମିତିରେ ସାରା ଦେଶ ଜାଣିଛି ଆପ୍ ଓ ବିଜେପି ମଧ୍ୟରେ କିଭଳି ରହିଛି ରାଜନୈତିକ ସମ୍ପର୍କ । ଦିଲ୍ଲୀରେ ଆପ୍ ଓ ବିଜେପି ମଧ୍ୟରେ ସବୁବେଳେ ଟକ୍କର ଚାଲିଥାଏ । ଉଭୟ ଦଳର ନେତାଙ୍କ ମଧ୍ୟରେ ଖୁବ୍ କଥା କଟାକଟି ଚାଲେ ।
Also Read
ଆଉ ଏହାରି ଭିତରେ ଏହି ଭାଇରାଲ ଫଟୋ ବିଜେପି ପାଇଁ ‘ବିଲେଇ କପାଳକୁ ଶିକା ଛିଣ୍ଡିଲା’ ଭଳି ନୁହେଁ ତ ଆଉ କ’ଣ । କାରଣ ଏହି ଫଟୋରେ ଆପ୍ ନେତା ତଥା ସାଂସଦ ରାଘବ ଚଡ୍ଡାଙ୍କୁ ଗୋଟିଏ କାଉ ଖୁମ୍ପୁଥିବାର ଦେଖିବାକୁ ମିଳିଛି । ଆଉ ତାହା ପୁଣି ସଂସଦ ଭବର ପରିସରରେ । ସେହି ଫଟୋକୁ ବିଜେପିର କିଛି ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରାଯାଇ ଲେଖାଯାଇଛି, ଝୁଟ୍ ବୋଲେ କୱା କାଟେ । ଏହାର ଅର୍ଥ ‘ଆପ୍ ନେତା ମିଛ କହୁଛନ୍ତି, ତେଣୁ ତାଙ୍କୁ କାଉ ଖୁମ୍ପିଲା’ । ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଚାଲିଛି ୱାର ।
ରାଘବ ଚଡ୍ଡା ସଂସଦର ମୌସୁମୀ ଅଧିବେଶନରେ ଯୋଗ ଦେବାକୁ ଆସିଥିଲେ । ସେ ସଂସଦ ଭିତରୁ ଫୋନ୍ରେ କଥା ହୋଇ ବାହାରିବା ବେଳେ ଗୋଟିଏ କାଉ ଆସି ତାଙ୍କ ମୁଣ୍ଡକୁ ଖୁମ୍ପିଥିଲା । ଥରେ ନୁହେଁ ବାରମ୍ବାର ସେହି କାଉଟି ତାଙ୍କୁ ଖୁମ୍ପିବାକୁ ଲାଗିଥିଲା । ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
କେହି କେହି ଫଟୋ ଦେଖି ତାତ୍ସଲ୍ୟ କରି କହିଛନ୍ତି, ‘କାଉ ଦାଉରୁ ଶ୍ରୀ ଚଡ୍ଡାଙ୍କୁ ଭଗବାନ ରକ୍ଷା କରନ୍ତୁ । ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ କି କାଉ ଆକ୍ରମଣ ପରେ ବି ସାଂସଦ ଚଡ୍ଡା ସୁରକ୍ଷିତ ଥାନ୍ତୁ ।’