• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଅଧାର ସହ ଭୋଟର୍ ଲିଙ୍କ୍ । ଖୁବ୍ ଶୀଘ୍ର ଆଧାର ଓ ପାନ୍ କାର୍ଡ ପରି ପରି ଆଧାର ଓ ଭୋଟର୍ କାର୍ଡକୁ ସଂଯୋଗ କରାଯିବ । ନିର୍ବାଚନରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏନେଇ ବୁଧବାର ଦିନ ଏକ ବିଲକୁ ଅନୁମୋଦନ ମିଳିଛି । ଫର୍ଜି ମତଦାନ ଓ ଭୋଟର୍‌ ଲିଷ୍ଟରେ ହେଉଥିବା ଅନିୟମିତାକୁ ରୋକିବା ପାଇଁ ଭୋଟର ID କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ପଡ଼ିବ ।

ଏହାସହ ବିଲ୍‌ରେ ଏକକ ଭୋଟର ତାଲିକା ପ୍ରସ୍ତୁତ କରିବା ଭଳି ନିଷ୍ପତ୍ତି ସାମିଲ ଅଛି । ମନ୍ତ୍ରିମଣ୍ଡଳ ଅନୁମୋଦନ କରିଥିବା ବିଲରେ ଭୋଟରଙ୍କ ପାଇଁ ନିର୍ବାଚନ ଆଇନକୁ ମଧ୍ୟ 'ଲିଙ୍ଗ ନିରପେକ୍ଷ' କରାଯିବ । ବର୍ତ୍ତମାନ ଏକ ବର୍ଷରେ ଯୁବକମାନେ ଚାରୋଟି ଭିନ୍ନ ତାରିଖରେ ମତଦାତା ଭାବରେ ନାମାଙ୍କନ କରାଇପାରିବା ପାଇଁ ମଧ୍ୟ ବିଲରେ ବ୍ୟବସ୍ଥା କରାଯାଇଛି ।

ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଜାନୁଆରୀ ୧ ରେ କଟ୍ ଅଫ୍ ତାରିଖ ହେତୁ ଅନେକ ଯୁବକ ଭୋଟର ତାଲିକାରୁ ବଞ୍ଚିତ ହୋଇଥିଲେ । ଉଦାହରଣ ସ୍ୱରୂପ କଟ୍ ଅଫ୍ ତାରିଖ ହେତୁ ଜାନୁୟାରୀ ୨ରେ ୧୮ ବର୍ଷ ହେଉଥିବା ଯୁବଗୋଷ୍ଠୀଙ୍କ ନାଁ ଭୋଟର ତାଲିବାରେ ପଞ୍ଜୀକୃତ ହୋଇପାରୁନଥିଲା । ଆଉ ସେଥିପାଇଁ ସେମାନଙ୍କୁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ବିଲରେ ସଂସ୍କାର ପରେ ବର୍ଷକୁ ଚାରିଥର ଭୋଟର ତାଲିକାରେ ନାମ ପଞ୍ଜୀକୃତ କରିବାର ସୁଯୋଗ ମିଳିବ ।

ଜନ ପ୍ରତିନିଧି ଧାରା ୧୪ରେ ସଂଶୋଧନ ଆଣିବା ପାଇଁ ପ୍ରସ୍ତାବ ଆସିଥିବା ସଂସଦର ଏକ କମିଟିକୁ କହିଛି ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ । ଫଳରେ ପ୍ରତିବର୍ଷ ପଞ୍ଜୀକରଣ ପାଇଁ ଚାରୋଟି କଟ୍ ତାରିଖ ରହିବ । ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ଏବଂ ଅକ୍ଟୋବର ୧ରେ ଭୋଟ୍‌ର ତାଲିକା ଆସିବ ।

ସାଧାରଣତଃ ଲୋକମାନେ ନିଜ ଗାଁରେ ଭୋଟ୍ ଦେବା ସହ ସେମାନେ କାମ କରୁଥିବା ସହର କିମ୍ବା ମହାନଗରରେ ଭୋଟ୍ ଦେଇ ଦିଅନ୍ତି । ଏଭଳି ପରିସ୍ଥିତିରେ ଭୋଟରଙ୍କ ନାମ ଅନେକ ସ୍ଥାନରେ ସାମିଲ ହୋଇଥାଏ । କିନ୍ତୁ ଆଧାର ସହିତ ଲିଙ୍କ୍ ହେବା ପରେ ଲୋକେ କେବଳ ଗୋଟିଏ ସ୍ଥାନରେ ଭୋଟ୍ ଦେଇପାରିବେ । ତେବେ ସରକାର କରିଥିବା ସଂସ୍କାର ଅନୁଯାୟୀ ଭୋଟର ତାଲିକା ସ୍ୱେଚ୍ଛାକୃତ ଭିତ୍ତିରେ ଆଧାର ସହିତ ଭୋଟର କାର୍ଡ ଯୋଡି ହୋଇପାରିବ ।