• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସମସ୍ତ ସଂସ୍ଥାକୁ ଆଧାରକାର୍ଡ ଦେବା ଠିକ୍‌ ନୁହେଁ । ଆଧାରକାର୍ଡର ଦୁରୁପଯୋଗ ଓ ସୁରକ୍ଷା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି । କେନ୍ଦ୍ର ସରକାର ନିଜର ନୂତନ ଗାଇଡଲାଇନ ଅନୁସାରେ କେବଳ ମାସ୍କଡ୍ ଆଧାର ଦେବାପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏହିକ୍ରମରେ କୌଣସି ସଂସ୍ଥାକୁ ଆଧାର କାର୍ଡର ଫଟୋ କପି ନେଦେବାକୁ କୁହାଯାଇଛି ।

ମେ ୨୭ରେ ଜାରି ହୋଇଥିବା ଏ ସମ୍ପର୍କୀତ ଏକ ବିଜ୍ଞପ୍ତିରେ ଜାରି କରାଯାଇଛି । ବୈଦୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗ ଦର୍ଶାଇଛି, ଯେଉଁ ସଂସ୍ଥା UIDAIଠାରୁ ୟୁଜର ଲାଇସେନ୍ସ ହାସଲ କରିଛନ୍ତି, ସେମାନେ ହିଁ କେବଳ କୌଣସି ବ୍ୟକ୍ତିର ପରିଚୟ ଜାଣିବା ଲାଗି ଆଧାର କାର୍ଡ ବ୍ୟବହାର କରିପାରିବେ । ତେବେ ହୋଟେଲ, ଫିଲ୍ମ ହଲ ଭଳି ସଂସ୍ଥା ଆଧାର ପରିଚୟପତ୍ର ମାଗିବା ଅଧିକୃତ ନୁହଁନ୍ତି ।

ଏଭଳି ଘରୋଇ ସଂସ୍ଥା ଆଧାର କାର୍ଡ କପି ମାଗିବା ଆଇନତଃ ଅପରାଧ ବୋଲି ସୂଚନା ଦିଆଯାଇଛି ।  ସର୍ବସାଧାରଣ ସାଇବର କାଫେ, କିଓସ୍କ ସେଣ୍ଟର ପରିଚୟ ପତ୍ର ତିଆରି ହେଉଥିବା ସଂସ୍ଥାମାନଙ୍କରେ ଏହି କାର୍ଡକୁ କାମ ସରିଗଲା ପରେ ଯଥା ଶୀଘ୍ର ନେଇ ଆସିବାକୁ ନାଗରିକମାନଙ୍କୁ କେନ୍ଦ୍ର ସରକାର କହିଛନ୍ତି।

ମାସ୍କଡ୍ ଆଧାର କ’ଣ ?

ମାସ୍କଡ୍ ଆଧାରରେ ପୂର୍ଣ୍ଣ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେଖାଯାଏ ନାହିଁ । ବରଂ ଆଧାର ନମ୍ବରର କେବଳ ଶେଷ ଚାରି ଅଙ୍କ ଏଥିରେ ଦୃଶ୍ୟମାନ ହୋଇଥାଏ । ଆପଣ ଏହାକୁ ଅନଲାଇନରେ ମଧ୍ୟ ଆପଣ ପାଇପାରିବେ ।

ସରକାର ଜନସାଧାରଣଙ୍କୁ ସତର୍କ କରାଇ କହିଛନ୍ତି ଯେ, ନିଜ ନିଜର ଆଧାର କାର୍ଡ ଡାଉନ୍‌ଲୋଡ୍‌ କରିବା ନିମନ୍ତେ ସେମାନେ ଇଣ୍ଟର୍‌ନେଟ୍‌ କାଫେରେ ଥିବା ସର୍ବସାଧାରଣଙ୍କ ବ୍ୟବହାର ନିମେନ୍ତ ଉଦ୍ଧିଷ୍ଟ କମ୍ପ୍ୟୁଟର୍‌ ବ୍ୟବହାର କରିବା ଅନୁଚିତ । ଯଦି ସେଭଳି କରୁଥା’ନ୍ତି, ତେବେ ଉକ୍ତ କମ୍ପ୍ୟୁଟର୍‌ରେ ଡାଉନଲୋଡ୍‌ ହୋଇଥିବା ‘ଇ-ଆଧାର’ କପିକୁ ସମ୍ପୂର୍ଣ୍ଣରୂପେ ଡିଲିଟ୍‌ କରି ଦିଅନ୍ତୁ ।