• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଶୋକ ମହଟୋ । ବିହାରର ଜଣେ ଭୟଙ୍କର ଅପରାଧୀ । ଅପରାଧ କରି ଦୀର୍ଝ ଦିନ ଧରି ଜେଲ୍‌ରେ ଥିଲା ଅଶୋକ । ୨୦୦୧ ନେୱାଡ଼ା ଜେଲ ଭଙ୍ଗା ମାମଲାରେ ଦୀର୍ଘ ୧୭ ବର୍ଷ ଧରି ଜେଲ୍‌ ଦଣ୍ଡ ଭୋଗିସାରିଛି ଅଶୋକ । ଏବେ ବହାରକୁ ଆସି ମନ ବଳାଇଛି ପାର୍ଲାମେଣ୍ଟ ଯିବି ଆଉ ସେଠି ଆଇନ କାନୁନ ବଦାଳାଇବି । ଆପଣଙ୍କୁ ଏକଥା ହସ ଲାଗୁଥିଲେ ବି ସତ ।

ତେବେ ଅଶୋକର ପାର୍ଲାମେଣ୍ଟ ଯିବା ସ୍ୱପ୍ନ କିନ୍ତୁ ସବୁବେଳେ ସ୍ୱପ୍ନ ହୋଇରହିଯିବ । କାରଣ ଆମ ଦେଶର ଆଇନକାନୁନ କହୁଛି, ଯେଉଁ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇ ଅନ୍ୟୁନ ଦୁଇ ବର୍ଷ ଜେଲ୍ ଦଣ୍ଡ ଭୋଗିଥିବେ ସେମାନେ ଜେଲରୁ ବାହାରିବାର ୬ ବର୍ଷ ପରେ ନିର୍ବାଚନ ଲଢ଼ିପାରିବେ । ତାପୂର୍ବରୁ ସେମାନେ ଯଦି ନିର୍ବାଚନ ଲଢ଼ିବାକୁ ଚାହିଁବେ ତେବେ ତାଙ୍କ ନାମାଙ୍କନକୁ ଅବୈଧ ଘୋଷଣା କରାଯିବ । ତେଣୁ ଏହି ଦୃଷ୍ଟିରୁ ଅଶୋକର ପାର୍ଲାମେଣ୍ଟ ଯିବା ସ୍ୱପ୍ନ ଧୂଳିସାତ୍‌ ହୋଇଯାଇଛି ।

ହେଲେ ଏବେ କିନ୍ତୁ ସେ ନୂଆ ଉପାୟ ପାଞ୍ଚିଛି । ସେ ବିବାହ କରି ପତ୍ନୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବ ପାଇଁ ଚିନ୍ତା କରିଛି । ତେଣୁ ସେ ଜେଲ୍‌ରୁ ବାହାରିବା ପରେ ତୁରନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛି । ଆଉ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ଅଶୋକର ଏମିତି ଜଣେ ପତ୍ନୀ ଆବଶ୍ୟକ ଥିଲା, ଯିଏ କି ନିର୍ବାଚନୀ ମଇଦାନରେ ଜେଡିୟୁର ମୁନଗାର ସାଂସଦ ରାଜୀବ ରଞ୍ଜନଙ୍କୁ ମାତ୍‌ ଦେଇପାରିବେ । ଏହାସହ ମହିଳାଙ୍କୁ ୨୫ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ସେ ତା’ ପତ୍ନୀଙ୍କୁ ଏକ ୟୁନିକ୍ ଅରେଟର ଭାବେ ପରିଚିତ କରିବାକୁ ବି ଚାହୁଁଥିଲା । ଖାଲି ସେତିକି ନୁହେଁ ପତ୍ନୀ ମୁନଗାରର ବାସିନ୍ଦା ହୋଇଥିବା ସହ ସବୁଠାରୁ ଶକ୍ତିଶାଳି ହୋଇଥିବା ଆବଶ୍ୟକ ।

ତେବେ ଏହି ସବୁ କ୍ରାଇଟେରିଆ ଫୁଲ୍‌ଫିଲ୍‌ କରୁଥିବା ଜଣେ ମହିଳାଙ୍କୁ ପାଇବା ପରେ ଅଶୋକ ତାଙ୍କୁ ଗତ ମଙ୍ଗଳବାର ରାତିରେ ବିବାହ କରିଛି । ପାଟନା ଭକ୍ତିୟାରପୁରର କରୁତା ଜଗଦମ୍ବା ମନ୍ଦିରରେ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା । ତେବେ ଆମେ ଏଠି କହିପାରିବା ଯେ, ପ୍ରେମ-ଯୁଦ୍ଧ ଏବଂ ନିର୍ବାଚନରେ ସବୁ କିଛି ସମ୍ଭବ ।

ଅପରାଧୀ ଯେତେବେଳେ ନିଜେ ସଂସଦ ଭବନରେ ପଶିବାକୁ ଅକ୍ଷମ ହୋଇଥାନ୍ତି ସେତେବେଳେ ନିଜ ପତ୍ନୀଙ୍କୁ ସଂସଦ ପଠାଇବାର ବ୍ୟବସ୍ଥା କରିଥାନ୍ତି । ପୂର୍ବରୁ ମଧ୍ୟ ଏମିତି ନଜିର ରହି ଆସିଛି । ସେହି ବିହାରର ଅଜୟ ସିଂହ । ଯିଏ କି ଜଣେ ଦୁର୍ଦାନ୍ତ ଅପରାଧୀ କହିଲେ ଭୁଲ ହେବ ନାହିଁ । ସେ ମଧ୍ୟ ଜେଲ୍‌ ଦଣ୍ଡ ଭୋଗିଥିବାରୁ ସଂସଦ ଭବନ ଯିବା ରାସ୍ତା ତାଙ୍କ ପାଇଁ ବନ୍ଦ ହୋଇଥିଲା । ତେଣୁ ସେ ତାଙ୍କ ପତ୍ନୀଙ୍କୁ ମଇଦାନକୁ ଓହ୍ଲାଇଥିଲେ । ଆଉ ତାଙ୍କୁ ନିତିଶ କୁମାରଙ୍କ ଜେଡିୟୁ ଦଳରୁ ଲଢ଼େଇ ଜିତାଇଥିଲେ । ଦାରାଉଣ୍ଡା ଲୋକସଭା ଆସନରୁ ଅଜୟ ସିଂହଙ୍କ ପତ୍ନୀ କବିତା ସିଂହ ପ୍ରଥମେ ୨୦୧୧ ଉପନିର୍ବାଚନରେ ବିଜୟ ହୋଇଥିଲେ । ପରେ ସିୱାନ ଲୋକସଭା ଆସନରୁ ୨୦୧୯ରେ ପୁଣି ଥରେ ବିଜୟ ହୋଇଛନ୍ତି ।