Advertisment

୯୦ ବର୍ଷରେ ‘ଭାରତନାଟ୍ୟମ୍‌’ ପରିବେଷଣ କଲେ ବୈଜୟନ୍ତୀମାଲା, ଭିଡିଓ ଦେଖି ଫ୍ୟାନ୍ସ କହିଲେ ଏମିତି...

ବୈଜୟନ୍ତୀମାଲା ରାମ ମନ୍ଦିରରେ ଆରମ୍ଭ ହୋଇଥିବା 'ରାଗସେବା'ରେ ଅଂଶଗ୍ରହଣ କରିଥିଲେ ଏବଂ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ।

Vyjayanthimala

Vyjayanthimala

Advertisment

ଜାନୁଆରୀ ୨୨ରେ ପଚାଶ ଓ ଷାଠିଏ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ବୈଜୟନ୍ତୀମାଲା ନିକଟରେ ଅଯୋଧ୍ୟା ରାମ ମନ୍ଦିରରେ ନୃତ୍ୟ ପରିବେଶଣ କରିଥିଲେ। ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଲାଗିରହିଛି। ସେ ରାମ ମନ୍ଦିରରେ ଭାରତନାଟ୍ୟମ୍‌ ପରିବେଶଣ କରିବା ପରେ ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓ ଭାଇରାଲ ହେବା ପରେ ଏହି ବର୍ଷିଆନ୍‌ ଅଭିନେତ୍ରୀଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ। ୯୦ ବର୍ଷ ବୟସରେ ମଧ୍ୟ ବୈଜୟନ୍ତୀମାଲା ତାଙ୍କ ନୃତ୍ୟ ଓ ଭାବଭଙ୍ଗୀରେ ସମସ୍ତଙ୍କ ହୃଦୟ ଜିତିଥିଲେ।

Advertisment

ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାପରେ ଜାନୁଆରୀ ୨୬ରୁ ‘ରାଗସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ର ଜଣାଶୁଣା କଳାକାରଙ୍କ ସମେତ ବହୁ କଳାକାର ଯୋଗ ଦେଇସାରିଛନ୍ତି। କିଛିଦିନ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ହେମାମାଲିନୀ ମଧ୍ୟ ନୃତ୍ୟ ପରିବେଶଣ କରିଥିଲେ।

Advertisment

ବୈଜୟନ୍ତୀମାଲା ରାମ ମନ୍ଦିରରେ ଆରମ୍ଭ ହୋଇଥିବା 'ରାଗସେବା'ରେ ଅଂଶଗ୍ରହଣ କରିଥିଲେ ଏବଂ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ। ଏତେ ବୟସ ସତ୍ତ୍ୱେ ବୈଜୟନ୍ତୀମାଲା ଆକର୍ଷଣୀୟ ନୃତ୍ୟ ଏବଂ ତାଙ୍କ ଶକ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। 90 ବର୍ଷ ବୟସରେ, ଜଣେ ବ୍ୟକ୍ତି ସଠିକ୍ ଭାବରେ ଚାଲିବାରେ ସକ୍ଷମ ନୁହଁନ୍ତି, ନୃତ୍ୟ କଥା ଛାଡ଼ନ୍ତୁ। କିନ୍ତୁ ବୈଜୟନ୍ତୀମାଲା ୯୦ ବର୍ଷ ବୟସରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ବୈଜୟନ୍ତୀମାଲାଙ୍କ ଏହି ନୃତ୍ୟ ଭିଡିଓ ଦେଖି ‘ବୟସ ଖାଲି ଏକ ନମ୍ବର’ ବୋଲି କହିଛନ୍ତି ତାଙ୍କ ଫ୍ୟାନ୍ସ।

Ayodhya Ram Mandir Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ