• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ୯୦ ପ୍ରତିଶତ ପୋଲିସ୍ ଅଧିକାରୀ ଦୁର୍ନୀତିଗ୍ରସ୍ତ ତଥା ଭ୍ରଷ୍ଟାଚାରରେ ଲିପ୍ତ । କେବଳ ୧୦ ପ୍ରତିଶତ ପୋଲିସ୍‌ ହିଁ ସଚ୍ଚୋଟ । ଅଦାଲତଙ୍କ ଆଦେଶକୁ ଅବମାନନା କରି ଜଣେ ପୋଲିସ ଅଧିକାରୀଙ୍କ ବିରୋଧରେ ଦାଏର ହୋଇଥିବା ପିଟିସନର ଶୁଣାଣି ବେଳେ ମାଡ୍ରାସ ହାଇକୋର୍ଟ ଏପରି ତୀକ୍ଷ୍ଣ ଟିପ୍ପଣୀ କରିଛନ୍ତି ।

ପୋଲିସ ବିଭାଗର ଅନେକ ଅଧିକାରୀ କିପରି ଅନୁସନ୍ଧାନ କରାଯାଏ, ତାହା ଜାଣନ୍ତି ନାହିଁ ବୋଲି କହିଛନ୍ତି ଜଷ୍ଟିସ୍ ପି ବେଲମରଗନଙ୍କ ଏକ ଖଣ୍ଡପୀଠ । କେବଳ ୧୦ ପ୍ରତିଶତ ଅଧିକାରୀ ସଚ୍ଚୋଟ । ତେବେ ସେମାନେ ସଚ୍ଚୋଟ ହୋଇଥିଲେ ହେଁ ଏକାକୀ କୌଣସି କେସର ଅନୁସନ୍ଧାନ କରିପାରିବେ ନାହିଁ ବୋଲି କହିଛନ୍ତି ।

ଦି ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଠକେଇ ମାମଲାର ତଦନ୍ତରେ ବିଫଳ ହେବାରୁ ପୋଲିସ୍ ଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗ କରିଥିଲେ ଜଣେ ମହିଳା । ତେବେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସେ ଠକକୁ ଧରିବାରେ ବିଫଳ ହୋଇଥିଲେ । ସଠିକ୍ ଦିଗରେ ପୋଲିସ୍ ଅଧିକାରୀ ତଦନ୍ତ କରିନାହାନ୍ତି । ଅକ୍ଷମତା ପାଇଁ ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତଥା ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନକାରୀ ଅଭିଯୋଗ କରିବାରିବେ ବୋଲି କହିଛନ୍ତି କୋର୍ଟ ।

ଆଇପିସିର ଧାରା 147, 148, 447, 294 (ଖ), 120 (ଖ), 420, 467, 468, 471 ଏବଂ 506 (ii) ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ତଦନ୍ତ ଶେଷ ହୋଇଗଲା ଏବଂ ମାମଲାଟି ଏକ ଭୁଲ୍ ତଥ୍ୟ ପାଇଁ ବନ୍ଦ ହୋଇଗଲା ବୋଲି କହି ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ନିକଟରେ ରେଫରେନ୍ସ ଚାର୍ଜ ସିଟ୍ (ଆରସିଏସ୍) ଦାଖଲ କରାଯାଇଥିଲା । ଅନ୍ୟପଟେ ପ୍ରକୃତ ଆରସିଏସ୍ ନୋଟିସ୍ ମୂଳ ଅଭିଯୋଗକାରୀଙ୍କୁ ପ୍ରଦାନ କରାଯାଇ ନଥିଲା ।

ଏହି ଘଟଣା ପରେ ପୋଲିସକୁ ଆରସିଏସ୍ ନୋଟିସ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାହସହ ଆବେଦନକାରୀଙ୍କୁ ଏକ ବିରୋଧ ପିଟିସନ୍ ଦାଏର କରିବାକୁ ସ୍ୱାଧୀନତା ଦେଇଥିଲେ । ଅନ୍ୟପଟେ ପୋଲିସ ବିଭାଗରେ କାମ କରୁଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅପରାଧିକ ତଦନ୍ତରେ ଅସମର୍ଥ ଥିବା ଅଧିକାରୀମାନଙ୍କୁ ତାଲିମ ଦେବାର ସମୟ ଆସିଛି ବୋଲି କୋର୍ଟ କହିଛନ୍ତି ।