Advertisment

ସନ୍ନ୍ୟାସ ନେଲେ କୋଟିପତି ଘରର ୯ ବର୍ଷୀୟା ଝିଅ

ଦେବାଂଶୀଙ୍କ ବାପା ଜଣେ ପ୍ରଖ୍ୟାତ ହୀରା ବ୍ୟବସାୟୀ।

ଅଦ୍ୟତନ ହୋଇଛି
9 Year Old Daughter Of Gujarat Becomes Monk

9-Year-Old Daughter Of Gujarat Becomes Monk

Advertisment

ଆମେ ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ କଥା ଶୁଣିଛେ। ସଂସାର ଓ ଯୁବ ସମାଜ ପ୍ରତି ତାଙ୍କର ତ୍ୟାଗ ଆଜିବି ପୂଜନୀୟ। ମୋହ ମାୟାର ସଂସାର ଛାଡ଼ି ସନ୍ନ୍ୟାସୀ ହେବା ଏହା ଲକ୍ଷ୍ୟ, ସାଧନା ଓ ତ୍ୟାଗ। ତେବେ ଜୀବନରେ ଏହି ୩ଟି ପ୍ରାପ୍ତି ହେଲେ ସେହି ମଣିଷକୁ କୁହନ୍ତି ସାଧୁ ତଥା ସନ୍ନ୍ୟାସୀ। ହେଲେ ଛୋଟ ପିଲାଟିଏ ‍କ୍ଷେତ୍ରରେ ଏ ପ୍ରତିଜ୍ଞା କଣ ସମ୍ଭବ ? ହଁ ଆଜ୍ଞା... ସଂସାର ସୁଖ ଓ ଧନର ମୋହରୁ ମୁହଁ ମୋଡ଼ି ସନ୍ନ୍ୟାସିନୀ ହୋଇଯାଇଛି ଜଣେ ୯ ବର୍ଷର ଝିଅ।

Advertisment

ସନ୍ନ୍ୟାସିନୀ ହୋଇଥିବା ୯ ବର୍ଷର ଦେବାଂଶୀ ହେଉଛନ୍ତି ଧନେଶ ଓ ଅମୀ ସଙ୍ଘଭୀଙ୍କ ବଡ଼ ଝିଅ। ସେ ଜୈନ ସନ୍ନ୍ୟାସୀ ଆଚାର୍ଯ୍ୟ ବିଜୟ କୀର୍ତ୍ତ୍ୟାଶୁରୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି। କେବଳ ଦେବାଂଶୀ ନୁହନ୍ତି, ସୁରତର ଭେସୁଲ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଲୋକ ଦୀକ୍ଷା ଗ୍ରହଣ କରିଛନ୍ତି।

ଦେବାଂଶୀଙ୍କ ବାପା ଜଣେ ନାଁକରା ହୀରା ବ୍ୟବସାୟୀ। ତାଙ୍କର ଅମାପ ଧନ ସମ୍ପତ୍ତି ରହିଛି। ତଥାପି ଏସବୁ ମୋହମାୟା ଛୋଟ ପିଲାଟିକୁ ବଶବର୍ତ୍ତୀ କରିପାରି ନାହିଁ। ସେ ସଂସାର ସୁଖ ପରିତ୍ୟାଗ କରିଛନ୍ତି।

Advertisment

ଦେବାଂଶୀଙ୍କ ବାପା ହେଉଛନ୍ତି ସଙ୍ଘଭୀ ଆଣ୍ଡ ସନ୍ସର ମାଲିକ। ସେ ଦୀର୍ଘ ୩୦ ବର୍ଷ ହେଲା ହୀରା ବ୍ୟବସାୟ କରି ଆସୁଛନ୍ତି। ସୁରତର ଅନ୍ୟତମ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ସଙ୍ଘଭୀଙ୍କ ଝିଅ ଦେବାଂଶୀଙ୍କ ଏପରି ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି। ସେ ଦୀକ୍ଷା ଗ୍ରହଣ କରିବା ପରେ ସମସ୍ତ ପ୍ରକାରର ବିଳାସପୂର୍ଣ୍ଣ ଜୀବନ ଓ ଜିନିଷକୁ ତ୍ୟାଗ କରିଛନ୍ତି।

ପିଲାଟି ବେଳୁ ହିଁ ଦେବାଂଶୀ ଧାର୍ମିକ ଚିନ୍ତାଧାରା ଓ ଭଗବାନଙ୍କ ପ୍ରତି ଅତ୍ୟନ୍ତ ନିଷ୍ଠା ଦେଖାଇ ଚାଲିଥିଲେ। ତାଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲେ ମଧ୍ୟ ଦେବାଂଶୀ ୫ଟି ଭାଷାରେ କଥାବାର୍ତ୍ତା କରିବା ଜାଣିଛନ୍ତି। ଏପରି କି ସେ ଅନ୍ୟ ସାଧୁସନ୍ଥଙ୍କ ସହ ଦୀର୍ଘ ୭୦୦ କିମି ରାସ୍ତା ମଧ୍ୟ ଚାଲିଥିଲେ। ଛୋଟ ପିଲାଟିର ଏପରି ପଦକ୍ଷେପକୁ କିଛି ଜଣ ସମର୍ଥନ କରିଥିବା ବେଳେ ଆଉ କିଛି ନାସପନ୍ଦ କରିଛନ୍ତି। ଦେବାଂଶୀଙ୍କ ସାନ ଭଉଣୀ ମଧ୍ୟ ରହିଛନ୍ତି। ତାଙ୍କୁ ଏବେ ୪ ବର୍ଷ।

Advertisment
Monk Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ