Encounter
ଛତିଶଗଡ଼ରେ ବଡ଼ଧରଣର ମାଓ ବିରୋଧୀ ଅପରେସନ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ । ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାରେ ମାଓ ବିରୋଧୀ ଅପରେସନ ବେଳେ ଡିଆରଜି ଏବଂ ସିଆରପିଏଫକୁ ମିଳିଛି ବଡ଼ ସଫଳତା ।
ଅଧିକ ପଢ଼ନ୍ତୁ: ଛତିଶଗଡ଼ରେ ଏନକାଉଣ୍ଟର; ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ସଫା
ସୂଚନା ଅନୁଯାୟୀ, ଗତକାଲି ସଂପୃକ୍ତ ଅଞ୍ଚଳରେ ମାଓବାଦୀମାନେ ଡେରା ପକାଇଥିବା ନେଇ ଗୁଇନ୍ଦା ବିଭାଗକୁ ଖବର ଥିଲା । ଦନ୍ତେୱାଡା ଅଞ୍ଚଳରେ ମାଓବାଦୀମାନେ ଥିବା ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଥିଲା ଏହି ସର୍ଚ୍ଚ ଅପରେସନ । ସକାଳ ୧୦ଟା ୩୦ରୁ ଆରମ୍ଭ ହୋଇଥିବା ଏନକାଉଣ୍ଟର ଏପର୍ଯ୍ୟନ୍ତ ଜାରି ରହିଥିବା ସୂଚନା ମିଳିଛି । ଏମିତିକି ସେଲଫ ଲୋଡିଂ ରାଇଫଲ ସହ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଘଟଣାସ୍ଥଳରୁ ଜବତ ହୋଇଛି । ଅପରେସନରେ ସାମିଲ ହୋଇଥିବା ସମସ୍ତ ସୁରକ୍ଷା କର୍ମୀ ସୁରକ୍ଷିତ ଥିବା ନେଇ ସୂଚନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Encounter_1725353046.jpg)