Advertisment

ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ...ଏଠାରେ ନିଲାମ ହେଉଥିବା ଲେମ୍ୱୁ ଖାଇଲେ ହେଉଛି ସନ୍ତାନ ପ୍ରାପ୍ତି !

ପ୍ରତିବର୍ଷ ଭିଲୁପୁରାମର ଥିରୁଭାନ୍ନାଲୁର ଗାଁର ଦୁଇଟି ପାହାଡର ମିଳନସ୍ଥଳରେ ଥିବା ଏକ ଛୋଟ ମନ୍ଦିରରେ ପ୍ରଭୁ ମୁରୁଗାଙ୍କର ପାଙ୍ଗୁନି ଉଥିରାମ ମହୋତ୍ସବ ପାଳନ କରାଯାଏ। ଏଥିରେ ଶତାଧିକ ସନ୍ତାନହୀନ ଦମ୍ପତି ପ୍ରଭୁ ମୁରୁଗାଙ୍କୁ ପ୍ରାର୍ଥନା କରିବା ସହ ପୂଜାର୍ଚ୍ଚନା କରନ୍ତି।

ଅଦ୍ୟତନ ହୋଇଛି
infertility

infertility

Advertisment

ଭଗବାନଙ୍କ ଉପରେ ବିଶ୍ୱାସ ଓ ଭକ୍ତି ପାଇଁ ଲୋକମାନେ କିଛି ବି କରିପାରନ୍ତି। ନିଆଁରେ ଚାଲିବାଠାରୁ ଆରମ୍ଭ କରି ନାନା ପୂଜା ପାଠ କରନ୍ତି। ଯାହାକୁ କିଛି ଲୋକ ଅନ୍ଧବିଶ୍ୱାସ କହୁଥିଲେ ସୁଦ୍ଧା ଏହା ଭକ୍ତି ବୋଲି କିଛି ଲୋକ ଦାବି କରନ୍ତି। ବିଭିନ୍ନ ମନ୍ଦିରରେ ଠାକୁରଙ୍କ ନିକଟରେ ଲାଗି ହେଉଥିବା ଜିନିଷ ନିଲାମ କରାଯାଏ, ଯାହାକୁ ଲୋକେ ହଜାର ହଜାର ଟଙ୍କାରେ କିଣି ଥାଆନ୍ତି। ତେବେ ନିକଟରେ ୯ଟି ଲେମ୍ୱୁ ନିଲାମ କରାଯାଇଛି ଯାହାର ଦର ରହିଛି ୨.୩୬ଲକ୍ଷ ଟଙ୍କା।

Advertisment

ତାମିଲନାଡୁର ଭିଲୁପୁରମରେ ଭଗବାନଙ୍କ ପବିତ୍ର ବର୍ଚ୍ଛାରେ ଲାଗିଥିବା ୯ଟି ଲେମ୍ୱୁ ନିଲାମ କରାଯାଇଛି। ଭକ୍ତମାନେ ବିଶ୍ୱାସ କରନ୍ତି ଯେ ଏହି ଲେମ୍ବୁ ଖାଇବା ଦ୍ୱାରା ବନ୍ଧ୍ୟାଦୋଷ ଦୂର ହୋଇଯାଏ ଏବଂ ପରିବାର ପାଇଁ ସମୃଦ୍ଧି ଆସିଥାଏ । ଜଣେ ଗ୍ରାମବାସୀ କହିଛନ୍ତି, "ମନ୍ଦିର ଏହାର ପବିତ୍ର ଲେମ୍ବୁ ପାଇଁ ପ୍ରସିଦ୍ଧ । ଲୋକମାନେ ବିଶ୍ୱାସ କରନ୍ତି ଯେ ପ୍ରଭୁ ମୁରୁଗାଙ୍କ ବର୍ଚ୍ଛାରେ ଲାଗିଥିବା ଲେମ୍ବୁରେ ଯାଦୁଗରୀ ଶକ୍ତି ଅଛି।"

ପ୍ରତିବର୍ଷ ଭିଲୁପୁରାମର ଥିରୁଭାନ୍ନାଲୁର ଗାଁର ଦୁଇଟି ପାହାଡର ମିଳନସ୍ଥଳରେ ଥିବା ଏକ ଛୋଟ ମନ୍ଦିରରେ ପ୍ରଭୁ ମୁରୁଗାଙ୍କର ପାଙ୍ଗୁନି ଉଥିରାମ ମହୋତ୍ସବ ପାଳନ କରାଯାଏ। ଏଥିରେ ଶତାଧିକ ସନ୍ତାନହୀନ ଦମ୍ପତି ପ୍ରଭୁ ମୁରୁଗାଙ୍କୁ ପ୍ରାର୍ଥନା କରିବା ସହ ପୂଜାର୍ଚ୍ଚନା କରନ୍ତି। ସେଠାରେ ମୁରୁଗାଙ୍କ ବର୍ଚ୍ଛାରେ ୯ଟି ଲେମ୍ୱୁ ରଖି ପୂଜା କରିବା ପରେ ଏହାକୁ ନିଲାମ କରାଯାଏ। ସନ୍ତାନହୀନ ଦମ୍ପତିମାନେ ଏହି ଲେମ୍ବୁ ଖାଇବା ଦ୍ୱାରା ସନ୍ତାନ ପ୍ରାପ୍ତି ହେବାନେଇ ବିଶ୍ୱାସ ରହିଛି। ସେହିପରି ବ୍ୟବସାୟୀମାନେ ଏହି ଲେମ୍ୱୁ କିଣିବା ଦ୍ୱାରା ସେମାନଙ୍କର ବ୍ୟବସାୟ ବୃଦ୍ଧି ହୋଇଥାଏ।

Advertisment

ପର୍ବର ନଅ ଦିନ ମଧ୍ୟରେ ମନ୍ଦିରର ପୁରୋହିତମାନେ ପ୍ରତିଦିନ ଗୋଟିଏ ଲେଖାଏଁ ଲେମ୍ବୁ କାଟୁଥିଲେ। ପର୍ବର ଶେଷ ଦିନରେ ମନ୍ଦିର ପରିଚାଳନା ପକ୍ଷରୁ ଲେମ୍ବୁ ନିଲାମ କରାଯାଇଥିଲା। ପ୍ରଥମ ଦିନରେ ବର୍ଚ୍ଛାରେ ଲାଗି ହୋଇଥିବା ଲେମ୍ବୁକୁ “ସବୁଠାରୁ ଶୁଭ ଏବଂ ଶକ୍ତିଶାଳୀ” ଭାବରେ ବିବେଚନା କରାଯାଏ । କୁଲାଥୁର ଗାଁର ଏକ ଦମ୍ପତି ଏହି ଲେମ୍ୱୁକୁ ୫୦ହଜାର ଟଙ୍କାରେ କିଣିଥିଲେ। ଯେଉଁମାନେ ଏହି ଲେମ୍ବୁର ନିଲାମୀ ଧରିଥିଲେ ସେମାନେ ବୁଡ଼ ପରାଇ ମନ୍ଦିର ପୁରୋହିତମାନଙ୍କ ଆଗରେ ଆଣ୍ଠୁମାଡି ଏହାକୁ ନେଇଥିଲେ।

Lemon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ