Advertisment

ଦ୍ରୁତ ଗତିରେ ଆସି କାର୍‌କୁ ଧକ୍କା ଦେଲା ଟ୍ରକ୍‌, ଗାଡ଼ି ପୁରା ଚୁର୍‌ମାର୍‌...ଅକାଳରେ ଚାଲିଗଲା ୯ ଜୀବନ

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ୫ଟାରେ ରେପୋଲି ଗାଁରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Mumbai-Goa Highway Accident

9 killed in head-on collision between car and truck in Maharashtra

Advertisment

ମହାରାଷ୍ଟ୍ର ରାଇଗଡ଼ ଜିଲ୍ଲାର ମୁମ୍ବାଇ-ଗୋଆ ହାଇୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ୫ଟାରେ ରେପୋଲି ଗାଁରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ରାସ୍ତାର ବିପରୀତ ଦିଗରୁ ଆସୁଥିବା ଏକ କାର୍‌କୁ ଟ୍ରକ୍‌ ସାମ୍ନାପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୯ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି। ଦୁର୍ଘଟଣାରେ ୪ ବର୍ଷର ଜଣେ ଶିଶୁ ଆହତ ହୋଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ୍‌ ଶିଶୁଟିକୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛି।

ଅଧିକ ପଢ଼ନ୍ତୁ: ରାସ୍ତାରେ ଛକିଥିଲା ଯମ...ମକର ସଜ ପାଇଁ ଯାଉଥିଲେ, ପ୍ରାଣ ହାରିଲେ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ ପୁରା ଚୁର୍‌ମାର୍‌ ହୋଇଯାଇଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର ସହ ଘଟଣାର ତଦନ୍ତ ଚଳାଇଛି। 

Advertisment

Road Accident Accident Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ