Advertisment

ଭାଗ୍ୟ ବଦଳାଇଦେଲା ଲଟେରୀ: ୮୮ ବର୍ଷ ବୟସରେ ୫ କୋଟି ଲଟେରୀ ଜିତିଲେ

୮୮ ବର୍ଷ ବୟସରେ ବୃଦ୍ଧ ଜଣକ ୫ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ଗତ ୪୦ ବର୍ଷ ହେଲା ସେ ଲଟେରୀ କିଣିବା ସୌକ ରଖି ଆସିଛନ୍ତି।

ଅଦ୍ୟତନ ହୋଇଛି
Punjab Man Wins Rs 5 Crore Lottery

88-Year-Old Man Wins Rs 5 Crore Lottery In Punjab

Advertisment

କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି। କେତେବେଳେ କାହା ଭାଗ୍ୟରେ ଲକ୍ଷ୍ନୀ ପ୍ରସନ୍ନ ହେବେ, ତାହା କେହିବି କହିପାରିବେ ନାହିଁ। ଆଉ ରାତାରାତି ବଦଳି ଯାଏ ଭାଗ୍ୟ। ଏମିତି କିଛି ଘଟିଛି ଜଣେ ବୃଦ୍ଧଙ୍କ ସହ। ରାତାରାତି ବୃଦ୍ଧ ଜଣକ କୋଟିପତି ହୋଇଯାଇଛନ୍ତି। ୮୮ ବର୍ଷ ବୟସରେ ବୃଦ୍ଧ ଜଣକ ୫ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ତାଙ୍କ ନାଁ ମହନ୍ତ ଦ୍ୱାରକା ଦାଶ। ପଞ୍ଜାବ ଡେରାବାସିରେ ତାଙ୍କ ଘର। ଗତ ୪୦ ବର୍ଷ ହେଲା ସେ ଲଟେରୀ କିଣିବା ସୌକ ରଖି ଆସିଛନ୍ତି। ଶେଷରେ ତାଙ୍କ ଭାଗ୍ୟ ବଦଳି ଯାଇଛି।

Advertisment

ସୂଚନା ଅନୁସାରେ, ମହନ୍ତ ଦ୍ୱାରକା ଦାଶ ଲୋହରୀ ମକର ସଂକ୍ରାନ୍ତି ବମ୍ପର ଲଟେରୀ ଜିତିଛନ୍ତି। ଗତ ଜାନୂୁୟାରୀ ୧୬ ତାରିଖରେ ଲଟେରୀ ବିଜେତାଙ୍କ ନାଁ ଘୋଷଣା ହେବା ବେଳେ ଏଥିରେ ସୌଭାଗ୍ୟଶାଳୀ ବିଜେତା ଥିଲେ ଦ୍ୱାରକା ଦାଶ। ପ୍ରଥମ ପ୍ରାଇଜ୍‌ ସୂରୁପ ତାଙ୍କୁ ୫ କୋଟି ଟଙ୍କା ମିଳିଥିଲା। ଟ୍ୟାକ୍ସ କଟିବା ପରେ ତାଙ୍କୁ ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କା ମିଳିବ।

ଅଧିକ ପଢ଼ନ୍ତୁ: ଏମିତି ଲଟେରୀ ସମସ୍ତଙ୍କ ଭାଗ୍ୟରେ ନଥାଏ ! ମନ କହିଲା ବୋଲି କିଣିଲି ଆଉ ଜିତିଗଲି...

Advertisment

ମହନ୍ତ ଦ୍ୱାରକା ଲଟେରୀ ଜିତିବା ପରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି। ସୂଚନାଥାଉ କି, ମହନ୍ତ ଦ୍ୱାରକା ଦାସ ୧୯୪୭ ମସିହାରୁ ପାକିସ୍ତାନ ଛାଡି ମାତ୍ର ୧୩ ବର୍ଷ ବୟସରେ ଭାରତ ପଳାଇ ଆସିଥିଲେ। ସେବେଠୁ ଭାରତରେ ତାଙ୍କ ପରିବାର ସହ ରହି ଆସୁଛନ୍ତି। ଏହାପରେ ଲଟେରୀ ଟିକେଟ୍ କିଣିବା ତାଙ୍କର ଏକ ପ୍ରକାର ନିଶା ପାଲଟି ଯାଇଥିଲା।  

Lottery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ