ଭୟଙ୍କର ବିସ୍ଫୋରଣ; ୮ ମୃତ, ଚୁର୍‌ମାର୍‌ ହୋଇଗଲା କୋଠା

ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି କି, ଆହତଙ୍କ ମଧ୍ୟରୁ ୧୨ ଜଣ ଗୁରୁତର ରହିଛନ୍ତି ।

ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ

ବାଣ କାରଖାନାରେ ଭୟାବହ ବିସ୍ଫୋରଣ । ବିସ୍ଫୋରଣ ଯୋଗୁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଶନିବାର ସକାଳେ ଘଟିଥିବା ଏହି ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ନିକଟସ୍ଥ ହୋଟେଲ କୋଠା ମଧ୍ୟ ଭୁଶୁଡି ପଡିଥିଲା । ଖାଲି ସେତିକି ନୁହେଁ, ସେଠାରେ ଥିବା ଅନ୍ୟ ୪ଟି କୋଠା ଆଂଶିକ ଭାବେ ନଷ୍ଟ ହୋଇଯାଇଥିଲା । ପରେ କିଛି ଲୋକ ସେହି କୋଠା ଘରେ ଫସି ରହିଥିବା ଜଣାପଡ଼ିଥିଲା ।

ତାମିଲନାଡୁର କୃଷ୍ଣଗିରିରେ ଥିବା ଏକ ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଛି । ଫଳରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି କି, ଆହତଙ୍କ ମଧ୍ୟରୁ ୧୨ ଜଣ ଗୁରୁତର ରହିଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଛି ।

ବିସ୍ଫୋରଣର ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିବା ସହ ଘର ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ପରେ ଲୋକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଏହି ବିସ୍ଫୋରଣକୁ ନେଇ ଜିଲ୍ଲା ପ୍ରଶାସନ ତା’ର ପ୍ରତିକ୍ରିୟା ରଖିଛି । ଜିଲ୍ଲାପାଳ କହିଛନ୍ତି ବିସ୍ଫୋରଣ ଭୟଙ୍କର ଥିଲା । ଫଳରେ ବାଣକାରଖାନା ନିକଟରେ ଥିବା କୋଠାଟି ଭୁଶୁଡ଼ି ପଡ଼ିଛି । ଏଥି ସହ ନିକଟସ୍ଥ ଅଞ୍ଚଳର ଅନ୍ୟ ୩ଟି ଘର ମଧ୍ୟ ଆଂଶିକ ନଷ୍ଟ ହୋଇଛି । ଉଦ୍ଧାରକାରୀ ଟିମ୍‌ ଲୋମାନଙ୍କୁ ଉଦ୍ଧାର କରିଛି ।