7-year-old girl dies in Goa
ଟିକିଏ ଅସାବଧାନତା ନେଇଗଲା କୁନି ଝିଅର ଜୀବନ । ଫୁଟୁଥିବା ଗରମ ପାଣିରେ ପଡ଼ି ୭ ବର୍ଷର ଶିଶୁକନ୍ୟାର ହେଲା ମୃତ୍ୟୁ । ଏପରି ଘଟଣା କୌଣସି ବ୍ୟକ୍ତିଙ୍କ ଘରେ ଘଟିନାହିଁ । କି କେହି ଶିଶୁଟିକୁ ନିର୍ଯାତନା ବି ଦେଇନାହାନ୍ତି । ମାତ୍ର ନିଜର କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏପରି ଭୟଙ୍କର ଘଟଣା ଘଟିଛି ।
ସୂଚନା ମୁତାବକ ଏକ ସ୍କୁଲରେ ପିଲାଟିକୁ ପାଠ ପଢ଼ିବାକୁ ତାର ବାପା-ମା’ ଛାଡ଼ିଥିଲେ । ପିଲାଟିର ଶିକ୍ଷାରେ ଉନ୍ନତି ପାଇଁ ଶିକ୍ଷକଙ୍କ ଉପରେ ଦାୟିତ୍ୱ ଦେଇଥିଲେ ଅଭିଭାବକ । ହେଲେ ଖାମଖିଆଲି ମାନୋଭାବ ଓ ଅବହେଳା ଯୋଗୁଁ ଖାଲି ହୋଇଗଲା ମା’ର କୋଳ ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଓଡ଼ିଶାର ଜଣେ ଦମ୍ପତି ଗୋଆରେ ରହୁଥିଲେ । ପିଲାଟିର ବାପା ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ଦିବ୍ୟାଙ୍ଗ ଝିଅର ଉତ୍ତମ ଶିକ୍ଷା ପାଇଁ ‘ଜାଭିୟର ଏକାଡେମୀ ସ୍ପେଶାଲ ସ୍କୁଲ’ରେ ନାମ ଲେଖାଇଥିଲେ ।
ପ୍ରତ୍ୟେକ ଦିନ ପରି ପିଲାଟି ସେଠାକୁ ପାଠପଢ଼ିବାକୁ ଯାଉଥିଲା । ହେଲେ ଗତ ସୋମବାର ପିଲାଟି ସ୍କୁଲକୁ ଯାଇଥିବା ବେଳେ ସ୍କୁଲରେ ଏକ ବଡ଼ ଟବ୍ରେ ଫୁଟୁଥିବା ଗରମ ପାଣିରେ ପଡ଼ିଯାଇଥିଲା । ଘଟଣାସ୍ଥଳରୁ ଦିବ୍ୟାଙ୍ଗ ଛାତ୍ରୀ ଜଣଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ଗୋଆର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ହେଲେ ପିଲାଟିର ସେଠାରେ ମୃତ୍ୟୁ ହୋଇଥିଲା ।
ଘଟଣାକୁ ନେଇ ବର୍ତ୍ତମାନ ପୋଲିସ ତନାଘନା ଚଳାଇଛି । ମୃତ୍ୟୁ ଅଭିଯୋଗରେ ସ୍କୁଲର ୨ଜଣ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି । ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଏହି ମୃତ୍ୟୁର କାରଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ବୋଲି ପୋଲିସ୍ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/school__1676458046.jpg)