Advertisment

ମୋଦିଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷା ଢ଼ିଲା ଘଟଣା, ୭ ଜଣଙ୍କୁ ସସ୍‌ପେଣ୍ଡ କଲେ ପୋଲିସ ମହାନିର୍ଦ୍ଦେଶକ

୨୦୨୨ ଜାନୁଆରି ୫ ତାରିଖ ଦିନ ବଠିଣ୍ଡା ବିମାନ ବନ୍ଦରରୁ ଫିରୋଜପୁର ଯିବା ବାଟରେ ଥିବା ଫ୍ଲାଇଓଭର୍ ଉପରେ ପ୍ରଧାନମନ୍ତ୍ରୀ ମୋଦି ଅଧଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିଲେ।

PM Security Breach

PM Security Breach

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ୭ ଜଣ ପୋଲିସକର୍ମୀଙ୍କୁ ନିଲମ୍ବିତ କରିଛନ୍ତି ପଞ୍ଜାବ ସରକାର। ନିଲମ୍ବିତ ପୋଲିସ କର୍ମୀଙ୍କ ମଧ୍ୟରେ ଜଣେ ଏସପି, ଦୁଇ ଜଣ ଡିଏସପି ଅଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ଏହି ୭ ଜଣ ପୋଲିସକର୍ମୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲାରେ ଚାର୍ଜସିଟ୍ ମଧ୍ୟ ଫାଇଲ୍ କରାଯାଇଛି। ରାଜ୍ୟ ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶନାମାରେ ଭଟିଣ୍ଡା ଏସପି ଗୁରୁବିନ୍ଦର ସିଂହ ସାଙ୍ଘା, ଡିଏସ୍‌ପି ପାର୍ସୋନ୍ ସିଂହଙ୍କ ସମେତ ଅନ୍ୟ ୫ ଜଣଙ୍କୁ ନିଲମ୍ବନ କରାଯାଇଛି।

Advertisment

୨୦୨୨ ଜାନୁଆରି ୫ ତାରିଖ ଦିନ ବଠିଣ୍ଡା ବିମାନ ବନ୍ଦରରୁ ଫିରୋଜପୁର ଯିବା ବାଟରେ ଥିବା ଫ୍ଲାଇଓଭର୍ ଉପରେ ପ୍ରଧାନମନ୍ତ୍ରୀ ମୋଦି ଅଧଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିଲେ। ଗୁରୁବିନ୍ଦର ସିଂହ ସାଙ୍ଘା ସେତେବେଳେ ଫିରୋଜପୁର ଏସପି ଥିଲେ। ପ୍ରଧାନମନ୍ତ୍ରୀଙ୍କ ରାସ୍ତାରେ ବହୁ ସଂଖ୍ୟାରେ ପ୍ରତିବାଦକାରୀ ଏକାଠି ହୋଇଥିଲେ। ଫଳରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ‘ସ୍ପେସାଲ୍ ପ୍ରୋଟେକସନ୍ ଗ୍ରୁପ୍’ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ଅଟକାଇ ପୁଣି, ବିମାନ ବନ୍ଦରକୁ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଏହି ସୁରକ୍ଷା ତ୍ରୁଟି ଘଟଣାର ତଦନ୍ତ କରୁଥିଲେ। ଏଥିରେ ପଞ୍ଜବର କେତେ ଜଣ ସରକାରୀ ଅଧିକାରୀଙ୍କୁ ଦାୟୀ କରାଯାଇଥିଲା।

Narendra Modi India Punjab Security Breach
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ