• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ । ପଶ୍ଚିମବଙ୍ଗ (West Bengal )ର ପୂର୍ବ ମେଦିନପୁର ଜିଲ୍ଲା ଏଗ୍ରା ଖାଦିକୁଲ୍ ଗାଁରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ବାଣ କାରଖାନା (firecracker factory) ସମ୍ପୂର୍ଣ୍ଣ ଛିନଛତ୍ର ହୋଇଯାଇଛି । ଏହି ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆଗାମୀ ସମୟରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । 

ଏହି ଭୟଙ୍କର ବିସ୍ଫୋରଣ ପରେ କାରଖାନା ଚାରିପଟ ଧୂଆଁମୟ ହୋଇଯାଇଥିଲା । ହଠାତ୍‌ ପ୍ରଚଣ୍ଡ ଶବ୍ଦରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା । ଏଭଳି ଭୟଙ୍କର ଦୃଶ୍ୟ ଦେଖି ଲୋକମାନେ ଜୀବନ ବିକଳରେ ଦୌଡ଼ାଦୌଡ଼ି କରିଥିଲେ । ହଠାତ୍ କେହି କିଛି ବୁଝିପାରି ନଥିଲେ । ତୁରନ୍ତ ପୋଲିସକୁ ବିସ୍ପୋରଣ ସମ୍ପର୍କରେ ଖବର ଦିଆଯାଇଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହି କାରଖାନା ଚାଲୁଥିବା ଘର ଭୁଶୁଡି ପଡିଥିଲା ।

ତେବେ ବାଣ ତିଆରି ନାଁରେ କାରଖାନାରେ ସେଠାରେ ବୋମା ଭିଡ଼ା ଚାଲିଥିବା କୁହାଯାଉଛି । ଏବେ ଏହି ଘଟଣା ପରେ କାରଖାନା ନିକଟରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଏମିତିକି ଘଟଣାସ୍ଥଳକୁ ଯାଇଥିବା ୨ଟି ପୋଲିସ ଗାଡ଼ିକୁ ଭଙ୍ଗାରୁଜା ମଧ୍ୟ ହୋଇଛି । କିଛି ପୋଲିସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡାଇ ଲୋକେ ପିଟିଛନ୍ତି । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  

ସୂଚନାଯୋଗ୍ୟ ଗତ ମାସରେ ଏହି ବାଣ କାରଖାନା ଉପରେ ଚଢ଼ାଉ କରାଯାଇ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ସେଠାରେ ବାଣ ଭିଡ଼ା ଜାରି ରହିଥିଲା ।