ଛତିଶଗଡ଼ ବସ୍ତର ଜିଲ୍ଲାର ମାଲ୍ଗାଓଁରେ ଖଣି ଧସିବା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଖଣିରୁ ଚୂନ ପଥର ବାହାର କରିବା ସମୟରେ ଆଜି ଏହି ଅଘଟଣ ଘଟିଛି। ୧୨ରୁ ଅଧିକ ଗାଁ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଖବରପାଇ ପୋଲିସ୍ ଓ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମୃତକ ୭ ଜଣଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି। ତେବେ ସୁରକ୍ଷିତ ଭାବେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି।
Chhattisgarh | Seven people killed while extracting limestone from a mine after it collapsed in the Bastar district pic.twitter.com/20sDD0JEjN
— ANI MP/CG/Rajasthan (@ANI_MP_CG_RJ) December 2, 2022
ସୂଚନା ଅନୁସାରେ, ଜଗଦଲ୍ପୁରରୁ ୧୨ କି.ମି. ଦୂର ମାଲ୍ଗାଓଁରେ ଏହି ଅଭାବନୀୟ ଘଟଣା ଘଟିଛି। ଖଣିରେ କାମ କରୁଥିବା କିଛି ଶ୍ରମିକ ମାଟି ଖୋଳୁ ଥିବାବେଳେ ଏହାର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏଥିରେ ଚାପି ହୋଇଯାଇଥିଲେ। ଏନେଇ ତୁରନ୍ତ ସୂଚନା ଦିଆଯିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଦୁର୍ଭାଗ୍ୟବଶତଃ, ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ୍ ନେବା ବାଟରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, କେବଳ ୭ ଜଣ ବ୍ୟକ୍ତି ହିଁ ମାଟି ଖୋଳୁ ଥିଲେ। କିନ୍ତୁ ଆଉ କିଛି ବ୍ୟକ୍ତି ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି।