Advertisment

Valentine's Day: ରକ୍ତ ହୋଇଯାଉଛି ଗରମ; ପ୍ରେମ ଦିବସରେ ରକ୍ତର ହୋଲି

୧୪ ଫେବୃୟାରୀ ୨୦୧୯, ସମୟ ୩ଟା ୧୫ ମିନିଟ୍। ଶ୍ରୀନଗର- ଜମ୍ମୁ ରାଜପଥରେ ଚାଲୁଥାଏ CRPF ଯବାନଙ୍କ ବିରାଟ କାଫିଲା। ୭୮ଟି ବସରେ ଅଢେଇ ହଜାର ଯବାନ ଟ୍ରାନଜିଟ କ୍ୟାମ୍ପରୁ ଫେରୁଥିଲେ।

ଅଦ୍ୟତନ ହୋଇଛି
Valentine's Day

Valentine's Day

Advertisment

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୬ ବର୍ଷ। ଆଜି ବି ସେ ଲୋମହର୍ଷଣକାରୀ ଦୃଶ୍ୟ ଆଖି ଆଗରେ ନାଚି ଯାଉଛି। ସେ କଥା ମନେ ପଡିଲେ ଥରି ଯାଉଛି ଛାତି। ଆଖିରୁ ବୋହି ଯାଉଛି ଧାର ଧାର ଲୁହ। ଆଉ ରାଗରେ ଦେହର ରକ୍ତ ହୋଇଯାଉଛି ଗରମ। ଦେଶ ସେବାରେ ନିୟୋଜିତ ବୀର ଯବାନଙ୍କ ଉପରେ କାପୁରୁଷଙ୍କ ପରି ଆକ୍ରମଣ କରିଥିଲେ ଆତଙ୍କବାଦୀ। ଆଉ ଖେଳିଥିଲେ ରକ୍ତର ହୋଲି ।

Advertisment

୧୪ ଫେବୃୟାରୀ ୨୦୧୯, ସମୟ ୩ଟା ୧୫ ମିନିଟ୍। ଶ୍ରୀନଗର- ଜମ୍ମୁ ରାଜପଥରେ ଚାଲୁଥାଏ CRPF ଯବାନଙ୍କ ବିରାଟ କାଫିଲା। ୭୮ଟି ବସରେ ଅଢେଇ ହଜାର ଯବାନ ଟ୍ରାନଜିଟ କ୍ୟାମ୍ପରୁ ଫେରୁଥିଲେ। ହେଲେ ଏହି ସମୟରେ ଏକ ଆଇଡି ବୋଝେଇ କାର ଯବାନଙ୍କ ବସକୁ ଧକ୍କା ଦେଇଥିଲା। ଆଉ ଆକି ପିଛୁଳାକେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଏହା ଏତେ ତୀବ୍ର ଥିଲା ଯେ ଏହାର ଶବ୍ଦ କିଲୋମିଟର କିଲୋମିଟର ଦୂରକୁ ଶୁଭିଥିଲା।

ଏହାପରେ ଆତଙ୍କବାଦୀ ଆରମ୍ଭ କରି ଦେଇଥିଲେ  ଗୁଳିମାଡ଼। ଯବାନ ଓ ଆତଙ୍କୀଙ୍କ ଭିତରେ ଭିଷଣ ଗୁଳିମୟରେ ପୁଲଓ୍ବାମାର ଅଞ୍ଚଳରେ ଧୂଆଁରେ ପୂରି ଯାଇଥିଲା। କରିଥିଲେ ଆଉ ଏହା ଧୂଆଁ ହଟିବା ପରର ଦୃଶ୍ୟ ଅତି ହୃଦୟବିଦାରକ ଥିଲା। ଚାରିଆଡେ ଖଣ୍ଡବିଖଣ୍ଡିତ ହୋଇ ପଡିଥିଲା ଯବାନଙ୍କ ମୃତଦେହ। ଆଉ ରକ୍ତରଞ୍ଜିତ ହୋଇପଡିଥିଲା ରାଜରାସ୍ତା। ଏ ଅଘଟଣରେ ମୋଟ୍ ୪୦ ଜଣ CRPF ଯବାନ ଶହୀଦ ହୋଇଥିଲେ। ଯେଉଁଥିରେ ଓଡ଼ିଶାରୁ ୨ଜଣ ଯବାନ ଥିଲେ।

Advertisment

ପାକିସ୍ତାନର ଆତଙ୍କୀ ସଙ୍ଗଠନ ଜୈସ-ଏ-ମହମ୍ମଦ ପୁଲଓ୍ବାମା ଆକ୍ରମଣ କରାଇଥିବା ସ୍ୱିକାର କରିଥିଲା। ଆଦିଲ ଅହମ୍ମଦ ନାମକ ଅତଙ୍କୀ ଏ ବର୍ବର କାଣ୍ଡ ଭିଆଇଥିଲା। ଭାରତ ଇତିହାସରେ ବୋଧହୁଏ ଏପରି ଆତଙ୍କବାଦୀ ଆକ୍ରମଣ କେବେ ହୋଇନଥିଲା ।

ଏବେ ଆସିଥିଲା ପ୍ରତିଶୋଧର ସମୟ। ଏ ଘଟଣାର ଠିକ୍ ୧୨ ଦିନ ପରେ, ଅର୍ଥାତ ୨୫ ଫେବୃଆରୀ ବିଳମ୍ବିତ ରାତିରେ, ପାକିସ୍ତାନର ବାଲାକୋଟରେ ଏକ ଏୟାର ଷ୍ଟାଇକ କରିଥିଲା ଭାରତ। ଆଉ ଏହି ଆକ୍ରମଣରେ ପ୍ରାୟ ୩୦୦ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଚିରନିଦ୍ରାରେ ଶୁଆଇ ଦେଇଥିଲା।

Advertisment

ପୁଲଓ୍ବାମା ଆକ୍ରମଣକୁ ମନେ ପକାଇ ଆଜିବି ଭାରତୀୟଙ୍କ ଆଖିରେ ଭରିଯାଉଛି ଲୁହ। ଆଉ ଗର୍ବରେ ବୀର ଯବାନଙ୍କୁ ସ୍ୟାଲୁଟ କରିବାକୁ ଉଠି ଯାଉଛି ହାତ। ଆଜି ସେ ଘଟଣାକୁ ୬ବର୍ଷ ବିତିଛି। ସହୀଦ ଯବାନଙ୍କୁ କୋଟି କୋଟି ନମନ।

ଅଧିକ ପଢ଼ନ୍ତୁ: ପ୍ରେମ ଦିବସରେ ଏମିତି କହିଲେ ପ୍ରେମିକ: ତୋ ଗୋଡ଼ ସିନା ଅଚଳ ହୋଇଗଲା, ମୋ ପ୍ରେମ କିନ୍ତୁ ତୋ ପାଇଁ ସଦା ସଚଳ।

Valentine's Day Pulwama Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ