Advertisment

ଜୀବନ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ କଲେ, ହେଲେ ଖୋଲିଲାନି କବାଟ...ଗୋଟିଏ ପରିବାରର ୬ ମୃତ

ଖାଇବା ପ୍ରସ୍ତୁତ ବେଳେ ସିଲିଣ୍ଡରରେ ନିଆଁ ଲାଗି ଏହି ଭୟଙ୍କର ବିସ୍ଫୋରଣ ହୋଇଛି। ଘରର କବାଟ ନଖୋଲିବାରୁ ପରିବାରର ୬ ସଦସ୍ୟଙ୍କ ଜୀବନ ଚାଲିଯାଇଛି।

ଅଦ୍ୟତନ ହୋଇଛି
Cylinder Blast In Haryana

6 of family killed in LPG cylinder blast

Advertisment

ରୋଷେଇ କରୁଥିବା ବେଳେ ଫାଟିଲା ସିଲିଣ୍ଡର। ହରିୟାଣାର ପାନିପତରେ ଆଜି ସକାଳୁ ସକାଳୁ ଏହି ଅଭାବନୀୟ ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଖାଇବା ପ୍ରସ୍ତୁତ ବେଳେ ସିଲିଣ୍ଡରରେ ନିଆଁ ଲାଗି ଏହି ଭୟଙ୍କର ବିସ୍ଫୋରଣ ହୋଇଛି। ଘରର କବାଟ ନଖୋଲିବାରୁ ପରିବାରର ୬ ସଦସ୍ୟଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି। 

Advertisment

ସୂଚନା ଅନୁସାରେ, ପାନିପତ୍‌ ତହସିଲ କ୍ୟାମ୍ପ ଅଞ୍ଚଳରେ ଏକ ପରିବାର ଭଡ଼ାରେ ରହୁଥିଲେ। ‌ଆଜି ସକାଳେ ଖାଇବା ପ୍ରସ୍ତୁତ ବେଳେ ହଠାତ୍‌ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ଖବରପାଇ ପୋଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ୍‌ ମୃତଦେହ ଉଦ୍ଧାର ସହ ଘଟଣାର ଛାନ୍‌ଭିନ୍‌ ଚଳାଇଛି।

ଏହା ପୂର୍ବରୁ ମଧ୍ୟପ୍ରଦେଶର ସତନାରେ ମଧ୍ୟ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ରବିବାର ସକାଳେ ଏକ ରେଷ୍ଟୁରାଣ୍ଟରେ ରଖାଯାଇଥିବା ସିଲିଣ୍ଡରରେ ନିଆଁ ଲାଗିବା ଯୋଗୁ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ବିସ୍ଫୋରଣ ବେଳର ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଭୁଶୁଡ଼ି ପଡ଼ିଲା ନିର୍ମାଣାଧିନ କୋଠା: ପିଲର୍‌ ତଳେ ଚାପି ହୋଇ ଚାଲିଗଲା ମା’, ପୁଅଙ୍କ ଜୀବନ

ସୂଚନାଥାଉ କି, ସେହିପରି କିଛିଦିନ ପୂର୍ବେ ଯୋଧପୁରରେ ମଧ୍ୟ ଏକ ଭୟଙ୍କର ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ବରଯାତ୍ରୀ ବାହାରିବା ପୂର୍ବରୁ ସିଲିଣ୍ଡର ବିସ୍ଫୋରଣ ଯୋଗୁ ୫୦ରୁ ଅଧିକ ଲୋକ ଜଳି ଯାଇଥିଲେ। ଖାଇବା ପ୍ରସ୍ତୁତି ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କ ଜୀବନ ଗଲାଣି। ଏବେବି କିଛି ବ୍ୟକ୍ତି ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। 

Advertisment
Cylinder Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ