Encounter
ଏନକାଉଣ୍ଟରରେ ଟଳିଲେ ୬ ମାଓବାଦୀ । ତେଲେଙ୍ଗାନାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ। କୋଥଗୁଡେମ୍ ଜିଲ୍ଲା ନୀଳାଦ୍ରିପେଟ୍ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲ ନିପାତ ହୋଇଛନ୍ତି । ସେହିପରି ମାଓବାଦୀଙ୍କ ପାଲଟା ଗୁଳିରେ ଗୁରୁତର ହୋଇଛନ୍ତି ୨ ସୁରକ୍ଷାକର୍ମୀ । ଜଙ୍ଗଲରେ ମାଓବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଅନୁସାରେ ମାଓବାଦୀ ସଂଗଠନର ଲଛନାଙ୍କ ନେତୃତ୍ୱରେ କ୍ୟାମ୍ପ କରି ଜଙ୍ଗଲରେ ମାଓବାଦୀ ଥିବା ଖବର ସୁରକ୍ଷାବାହିନୀ ପାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ନକ୍ସଲ ବିରୋଧୀ ଅପରେସନ୍। ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ ନକ୍ସଲ । ଯାହାର ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲ ନିପାତ ହୋଇଥିବାବେଳେ ୨ ଜଣ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Encounter__1725518915.jpg)