6 Members Of A Family Commits Suicide In Bihar
ସହିପାରିଲେନି ଋଣ ଭାର, ଶେଷରେ ବିଷ ପିଇଦେଲେ ପୁରା ପରିବାର। ଋଣ ଭାର ସହି ନପାରି ବିହାରର ଏକ ପରିବାର ବିଷ ପିଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ବିହାରର ନୱାଡା ନଗର ଥାନା ଅନ୍ତର୍ଗତ ନ୍ୟୁ ଏରିଆ ମୋହଲ୍ଲା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା କେଦାର ଲାଲ୍ ଗୁପ୍ତା, ତାଙ୍କ ପତ୍ନୀ ଓ ସେମାନଙ୍କର ୪ ପିଲା ବିଷ ପିଇ ଦେଇଛନ୍ତି। ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ କେଦାର ଲାଲ୍ ଗୁପ୍ତା, ପତ୍ନୀ ଅନିତା କୁମାରୀ ଓ ସେମାନଙ୍କର ୩ ପିଲା ପ୍ରିନ୍ସ କୁମାର, ଶବନମ୍ କୁମାରୀ ଓ ଗୁଡ଼ିଆ କୁମାରୀ ଅଛନ୍ତି। ସେମାନଙ୍କର ଆଉ ଜଣେ ଝିଅ ସାକ୍ଷୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଅଧିକ ପଢ଼ନ୍ତୁ: ପ୍ରେମିକା ଘର ସାମ୍ନାରେ ବିଷପିଇ ଜୀବନ ହାରିଲେ ଯୁବକ
ସୂଚନା ଅନୁସାରେ, ବିଜୟ ବଜାରରେ କେଦାର ଲାଲ୍ଙ୍କ ଏକ ଫଳ ଦୋକାନ ଥିଲା ଓ ତାଙ୍କ ଉପରେ ଋଣ ଭାର ଅଧିକ ଥିଲା। ଋଣ ଭାରକୁ ନେଇ ସେ ସବୁବେଳେ ଚିନ୍ତାଗ୍ରସ୍ତ ଥିଲେ। ଅସହ୍ୟ ହେବାରୁ ଶେଷରେ ସ୍ତ୍ରୀ, ପିଲାଙ୍କ ସହ ମିଶି ବିଷ ପିଇ ଦେଇଥିଲେ। ଘଟଣାସ୍ଥଳରେ ହିଁ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସଦସ୍ୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ପରିବାର ଉପରେ ଥିଲା ୧୦-୧୨ ଲକ୍ଷ ଟଙ୍କାର ଋଣ...
ଗୋଟିଏ ପରିବାରର ୬ ସଦସ୍ୟ ବିଷ ପିଇ ଦେଇଥିବା ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପରିବାର ଉପରେ ୧୦-୧୨ ଲକ୍ଷ ଟଙ୍କାର ଋଣ ଭାର ଥିବା ଜଣାପଡ଼ିଛି। ତେଣୁ ପୁରା ପରିବାର ବିଷ ପିଇ ଆତ୍ମହତ୍ୟା କରିବାର ଚରମ ନିଷ୍ପତ୍ତି ନେଇଥିଲେ।
ଆତ୍ମହତ୍ୟା ପୂର୍ବରୁ ଭିଡିଓ ଶୁଟିଂ...
ପରିବାରର ସଦସ୍ୟମାନେ ବିଷ ପିଇ ଆତ୍ମହତ୍ୟା କରିବା ପୂର୍ବରୁ କେଦାର ଲାଲ୍ଙ୍କ ପୁଅ ପ୍ରିନ୍ସ ଏକ ଭିଡିଓ କରିଥିଲେ। ଏହି ଭିଡିଓରେ ସେ କହିଥିଲେ, ‘ବଜାରରେ କିଛି ଲୋକଙ୍କ ଠାରୁ ଋଣ ନେଇଥିଲୁ ଓ ସେମାନେ ଆମକୁ ବହୁତ ହଇରାଣ କରୁଥିଲେ। ଟଙ୍କା ଫେରାଇ ଦେବା ଲାଗି ଆମେ କିଛି ସମୟ ମାଗିଥିଲୁ। ହେଲେ ସେମାନେ ମାନିବାକୁ ଅରାଜି ଥିଲେ ଓ ବାରମ୍ବାର ଧମକ ଦେଉଥିଲେ। ଏନେଇ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ’
କେଦାର ଲାଲ୍ଙ୍କ ଝିଅ ସାକ୍ଷୀ କହିଛନ୍ତି ଯେ, ଋଣ ଭାରକୁ ନେଇ ବାପା ବହୁତ ଡିପ୍ରେସନରେ ଥିଲେ। ସେ ଏତେ ଟଙ୍କା ଋଣ ନେଇଥିଲେ ବୋଳି ଆମେ ଜାଣି ନଥିଲୁ। ବର୍ତ୍ତମାନ ସାକ୍ଷୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମନୀଷ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ତାଙ୍କ ବାପା ଋଣ ନେଇଥିଲେ ବୋଲି ସେ କହିଛନ୍ତି। ଘଟଣାକୁ ନେଇ ପୋଲିସ୍ ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1668052626.jpg)